୪୯ବର୍ଷରେ ପାଦ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ଟୁଇଟକରି ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା, ପିଲାଙ୍କ ସହ ଜନ୍ମଦିନ ପାଳିଲେ ଉର୍ମୀଳା ମାତୋଣ୍ଡକର
19/06/2019 at 5:49 PM

ନୂଆଦିଲ୍ଲୀ୧୯|୬: ୪୯ବର୍ଷରେ ପାଦ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ବିହାରରେ ମସ୍ତିଷ୍କ ଜ୍ବରରେ ଶତାଧିକ ଶିଶୁ ପ୍ରାଣ ହରାଇଥିବାରୁ ଏହି ଦୁଃଖରେ ଜନ୍ମଦିନକୁ ନିଜେ ନିରାଡମ୍ବର ଭାବେ ପାଳନ କରିଛନ୍ତି ରାହୁଲ । ରାହୁଲଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସାରା ଦେଶର କଂଗ୍ରେସ କର୍ମୀ ଓ ନେତା ହୋମଯଜ୍ଞ ପୂଜାପାଠ କରି ରାହୁଲଙ୍କ ଜନ୍ମଦିନ କୁ ପାଳନ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୪୯ତମ ଜନ୍ମଦିନ । ଚାରିଆଡୁ ହଜାର ହଜାର ଶୁଭେଚ୍ଛୁ ଜଣାଇଲେ ଶୁଭକାମନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ୍ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ନିଜ ବାସଭବନରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ରାହୁଲ ମିଠା ବାଣ୍ଟିଛନ୍ତି । ତାଙ୍କ ବାସ ଭବନ ଆଗରେ କିଛି ସମର୍ଥକ ହୋମଯଜ୍ଞ ମଧ୍ୟ ଆୟୋଜନ କରିଥିଲେ । ରାହୁଲଙ୍କ ସହ ମା ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କାଙ୍କ ଫଟୋ ରଖି ସମର୍ଥକ ମାନେ ପୂଜା କରିଛନ୍ତି । କଂଗ୍ରେସ ନେତ୍ରୀ ତଥା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଛୋଟ ଛୋଟ ପିଲାଙ୍କ ସହ ମୁମ୍ବାଇରେ ରାହୁଲଙ୍କ ଜନ୍ମଦିନ ପାଳନ କରିଛନ୍ତି ।

ନୂଆଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ କେକ୍ କାଟିଛନ୍ତି ରାହୁଲ । କଂଗ୍ରେସର ସମର୍ଥକ ମାନେ କଂଗ୍ରସ ମୁଖ୍ୟାଳୟ ସମ୍ମୁଖରେ ବାଦ୍ୟ ଓ ନୃତ୍ୟ ମଧ୍ୟ ପ୍ରଦର୍ଶନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ ନେତା ଗୁଲମ ନବୀ ଆଜାଦ୍ , ସାଧରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ମୁଖ୍ୟାଳୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଭିଡିଓ ଟ୍ବିଟ କରିଛନ୍ତି। ତେବେ ବିହାରରେ ଏନସେଫାଲିଟ୍ ସିଣ୍ଡ୍ରୋମ୍ ଜ୍ବରରେ ଶତାଧିକ ଶିଶୁ ପ୍ରାଣ ହରାଇଥିବା ଦୁଃଖରେ ଜନ୍ମଦିନ ପାଳନକୁ ସଂମ୍ମୁର୍ଣ୍ଣ ନିରାଡମ୍ବର ଭାବେ ପାଳନ କରିବାକୁ ରାହୁଲ ନିଷ୍ପତ୍ତି ନେଇଛନ୍ତି ।
