୫୦ ଛୁଇଁଲେ ରାହୁଲ୍ : ଉତ୍ତରାଧିକାରୀ ରାଜନେତାରୁ ମୋଦିଙ୍କ ଚ୍ୟାଲେଞ୍ଜର , କଂଗ୍ରେସ ଯୁବରାଜଙ୍କ ଖାସ୍ ୧୦ଟି କଥା

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯/୬: କଂଗ୍ରେସ୍ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ୫୦ବର୍ଷ ପୂରିଛି। ସେ ନିଜ ଜୀବନର ହାଫସେଞ୍ଚୁରୀ ଲଗାଇ ସାରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଅ ରାହୁଲ୍ ୨୦୦୪ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ। ଗତ ବର୍ଷ ଲୋକସଭା ନିର୍ବାଚନରେ କଂଗ୍ରେସରପରାଜୟ ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଦେଇଥିଲେ କିନ୍ତୁ କଂଗ୍ରେସର ରାଜନୀତି ଏବେ ବି ତାଙ୍କ ଚାରି କଡ଼େ ବୁଲୁଛି।

ଆସନ୍ତୁ ଜାଣିବା ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ତାଙ୍କ ବିଷୟରେ ୧୦ଟି ଖାସ୍ କଥା

୧. ରାହୁଲ ଗାନ୍ଧୀ,ଗାନ୍ଧୀ ପରିବାରର ସବୁଠୁ ଶିକ୍ଷିତ ବ୍ୟକ୍ତି। ସେ କେମ୍ବ୍ରିଜ ୟୁନିଭର୍ସିଟିର ଟ୍ରିନିଟି କଲେଜରୁ ଡେଭେଲପମେଣ୍ଟ ଇକୋନୋମିକ୍ସରେ ଏମ୍.ଫିଲ୍ କରିଛନ୍ତି। ପାଠ ପଢ଼ା ସମାପ୍ତ ପରେ ସେ କିଛି ବର୍ଷ ପରେ ଏକ ମ୍ୟାନେଜମେଣ୍ଟ କମ୍ପାନୀରେ କାମ ମଧ୍ୟ କରିଥିଲେ। ଏହା ପରେ ସେ ଭାରତ ଫେରି ଆସିଥିଲେ।

୨. ୨୦୦୪ମସିହା ଜାନୁୟାରୀରେ ପ୍ରଥମ ଥର ରାହୁଲ ଗାନ୍ଧୀ ଅମେଠୀ ଆସିଥିଲେ। ଏହା ତାଙ୍କ ବାପାଙ୍କ ଲୋକସଭା କ୍ଷେତ୍ର ଥିଲା। ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଅମେଠୀରୁ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ସେହି ଆସନରେ ମାଆ ସୋନିଆ ଗାନ୍ଧୀ ଥିଲେ। ଯେତେବେଳେ ସେ ଅମେଠୀ ଗସ୍ତ କରିଥିଲେ ସେତେବେଳେ ଜଣା ପଡ଼ିଯାଇଥିଲା ଯେ ସେ ରାଜନୀତିକୁ ପ୍ରବେଶ କରୁଛନ୍ତି। ୨୦୦୪ମସିହା ମାର୍ଚ୍ଚରେ ରାହୁଲ୍ ୨୦୦୪ଲୋକସଭା ନିର୍ବାଚନ ଲଢ଼ିବାର ଘୋଷଣା କରିଥିଲେ।

୩. ନିଜ ଜୀବନର ପ୍ରଥମ ନିର୍ବାଚନରେ ରାହୁଲ୍ ଅମେଠୀରୁ ପାଖାପାଖି ୩ଲକ୍ଷ ଭୋଟରେ ବଡ଼ ବିଜୟ ହାସଲ କରିଥିଲେ। ରାହୁଲ ଗାନ୍ଧୀଙ୍କୁ ପ୍ରଥମ ନିର୍ବାଚନରେ ୩,୯୦,୧୭୯ ଭୋଟ୍ ମିଳିଥିଲା। ତାଙ୍କ ନିକଟତର ପ୍ରତିଦ୍ବନ୍ଦୀ ବିଏସପିର ଚନ୍ଦ୍ର ପ୍ରକାଶ ମିଶ୍ରାଙ୍କୁ ୯,୩୨୬ ଭୋଟ ଏବଂ ବିଜେପିର ରାମ ବିଳାସ ବେଦାନ୍ତିଙ୍କୁ ୫୫,୪୩୮ ଭୋଟ୍ ମିଳିଥିଲା।

୪. ୨୦୦୪ମସିହାରେ (UPA) ସରକାର ଗଠିତ ହୋଇଥିଲା। ରାହୁଲ ଗାନ୍ଧୀ ଯୁବ ନେତା ଭାବେ ସାମିଲ ହୋଇଥିଲେ। ୨୦୦୬ମସିହା ଜାନୁୟାରୀରେ ହାଇଦ୍ରାବାଦରେ କଂଗ୍ରେସର ଏକ ସମ୍ମିଳନୀ ଚାଲିଥିଲା। ଏଥିରେ ହଜାର ଯୁବ କଂଗ୍ରେସ୍ କର୍ମୀ ଏବଂ ନେତା ଚାହୁଁଥିଲେ ଯେ ସେ ପାର୍ଟିରେ ବଡ଼ ଭୂମିକା ନେଇଥିଲେ। ରାହୁଲ ସେତେବେଳେ ବଡ଼ ପଦ ନେବାକୁ ମନା କରି ଦେଇଥିଲେ।

୫. ୨୦୦୭ମସିହାରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କିଛି ସ୍ଥାନରେ ନିର୍ବାଚନ ପ୍ରଚାର କରିଥିଲେ। ସେ କହିଥିଲେ ଯଦି ବାବ୍ରି ମସଜିଦ ଧ୍ବଂସ ସମୟରେ ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ରାଜନୀତିରେ ପ୍ରମୁଖ ଭାବେ ସକ୍ରିୟ ହେଉଛନ୍ତି ତେବେ ଏପରି ହେବ ନାହିଁ। ରାହୁଲଙ୍କ ଏହି ବୟାନକୁ ସେତେବେଳେ ବିରୋଧୀ ପାର୍ଟି ବିଜେପି ମୁଖ୍ୟ ମୁଦ୍ଦା କରିଥିଲେ। ଏମ୍ ଭେଙ୍କେୟାନାଇଡ଼ୁ ଲଗାତାର ତାଙ୍କ ଉପରେ ପ୍ରହାର କରିଥିଲେ। ଅନେକ ଥର ସେ ରାହୁଲଙ୍କ ଏହି ବୟାନକୁ ପିଭି ନରସିହ୍ମା ରାଓଙ୍କ ସହ ହିନ୍ଦୁ ବିରୋଧୀ କହିଥିଲେ।

୬. ୨୦୦୮ମସିହାରେ ୟୁପିର ମୁଖ୍ୟମନ୍ତ୍ରୀ ମାୟାବତୀ ରାହୁଲଙ୍କୁ ଚନ୍ଦ୍ରଶେଖର ଆଜାଦ କୃଷି ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କ ସାମନାରେ ସମ୍ବୋଧନର ଅନୁମତି ଦେଇନଥିଲେ। ସେତେବେଳେ ଏହା ଜାତୀୟ ମିଡିଆରେ ବଡ଼ ଖବର ହୋଇଥିଲା। ଏହି ଘଟଣାର କିଛି ଦିନ ପରେ ରାଜ୍ୟର ରାଜ୍ୟପାଳ ଟିବି ରାଜେଶ୍ବର ବିବିର କୁଳପତି ବିକେ ସୁରୀଙ୍କୁ ହଟାଇ ଦେଇଥିଲେ। ଏହାକୁ ରାହୁଲଙ୍କ ଶକ୍ତି ସହ ଯୋଡ଼ି ଦେଖା ଯାଇଥିଲା।

୭. ୨୦୦୯ମସିହା ସାଧାରଣ ନିର୍ବାଚନରେ ରାହୁଲ ପୁଣି ଥରେ ଅମେଠିରୁ ପୁଣି ଥରେ ନିର୍ବାଚନ ମୈଦାନକୁ ଡେଇଁଥିଲେ। ସେ ପ୍ରତିଦ୍ବନ୍ଦୀଙ୍କୁ ୩ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ। ତାଙ୍କ ନିକଟତର ପ୍ରତିଦ୍ବନ୍ଦୀ ବିଏସପିର ଆଶିଷ ଶୁକ୍ଳାଙ୍କୁ ୯୩,୯୯୭ଭୋଟ ମିଳିଥିବାବେଳେ ୭୧.୭୮ ପ୍ରତିଶତ ଭୋଟ ସହ ରାହୁଲ ଗାନ୍ଧୀଙ୍କୁ ୪,୬୪,୧୯୫ଭୋଟ ମିଳିଥିଲା।

୮. ୨୦୦୯ ଲୋକସଭା ନିର୍ବାଚନରେ ୟୁପିଏ ୨ ସରକାର ହୋଇଥିଲା। ରାହୁଲ ଗାନ୍ଧୀ ପାର୍ଟିରେ ଯୁବ ନେତା ହୋଇଥିଲେ। ସେତେବେଳେ ରାହୁଲଙ୍କ ପ୍ରଧାନମନ୍ତ୍ରୀ ପଦର ରାଜ୍ୟାଭିଷେକ ଉପରେ ପାର୍ଟିରେ ସହମତି ମିଳିନଥିଲା। ଅନେକ ପୁସ୍ତକରେ ଏବିଷୟରେ ପରେ ଆଲୋଚନା କରାଯାଇଥିଲା।

୯. ୨୦୧୩ମସିହା ଜାନୁୟାରୀରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ପାର୍ଟିର ଉପାଧ୍ୟକ୍ଷ ପଦର ଦାୟିତ୍ବ ଦିଆଯାଇଥିଲା।

୧୦. ୨୦୧୪ମସିହାର ସାଧାରଣ ନିର୍ବାଚନରେ ୟୁପିଏ ହାରି ଯାଇଥିଲା। କଂଗ୍ରେସ ପାର୍ଟି ୪୪ଆସନରେ ରହି ଯାଇଥିଲା। ସେତେବେଳେ ବିରୋଧୀ ତାଙ୍କୁ ସବୁଠୁ ଅଧିକ ଟାର୍ଗେଟରେ ରଖିଲେ। ରାହୁଲ୍ ଅମେଠୀର ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ। କିନ୍ତୁ ବିଜେପି ଆଶାୟୀ ସ୍ମୃତି ଈରାନି କଡ଼ା ଟକ୍କର ଦେଇଥିଲେ। ରାହୁଲଙ୍କ ୪,୦୧,୬୫୧ ଭୋଟ୍ ତୁଳନାରେ ସ୍ମୃତିଙ୍କୁ ୩,୦୦,୭୪୮ଭୋଟ ମିଳିଥିଲା।

ଦେଶରେ କଂଗ୍ରେସ୍ ପାର୍ଟି ପାଇଁ ଚାଲୁଥିବା​‌ କଠିନ ଦିନରେ ୨୦୧୭ମସିହା ଡିସେମ୍ବରରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦର ଦାୟିତ୍ବ ଦିଆଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମନା କରିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.