ଜୟପୁରରେ ରାହୁଲ ; ସମାବେଶରେ ମହିଳାଙ୍କ ବିଭିନ୍ନ ପ୍ରଶ୍ନର ଦେଲେ ଉତ୍ତର

Published By : Prameya-News7 Bureau | March 08, 2019 IST

ଜୟପୁର ୮|୩ : ଓଡିଶା ଗସ୍ତରେ ଆସି କୋରାପୁଟ ଜିଲ୍ଲା ଜୟପୁରରେ ପହଞ୍ଚିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସ୍ଥାନୀୟ ଗାନ୍ଧୀ ଛକ ସ୍ଥିତ ଟାଉନ୍ ହଲରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଲେ ରାହୁଲ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଇ ମହିଳାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାହୁଲ। ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ । ସମାବେଶରେ ମହିଳାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି ।

ପ୍ରଶ୍ନର ଉତ୍ତର ଦେଇ ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ୨ଜଣ ମହିଳା ମନ୍ତ୍ରୀ ଅଛନ୍ତି ବୋଲି କ୍ଷୋଭରେ ରାହୁଲ କହିଛନ୍ତି । ଆମ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ୍ ଆଣିବେ । ମହିଳାଆଦିବାସୀଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବା ଉଚିତ୍ । ମହିଳା ସଶକ୍ତୀକରଣ ପାଇଁ ମାଗଣା ଶିକ୍ଷା ଅପରିହାର୍ଯ୍ୟ ବୋଲି ରାହୁଲ କହିଛନ୍ତି । ରାହୁଲ ଦୋହରାଇଲେ ଓଡିଶା ଗରିବ ନୁହେଁ ଲୋକେ ଏଠି ଗରିବ । ଏଥିପାଇଁ ଶାସନ ବ୍ୟବସ୍ଥା ଦାୟୀ ବୋଲି କହିଛନ୍ତି ରାହୁଲ । ଓଡିଶାରେ ପ୍ରଚୁର ଅର୍ଥ ଅଛି କିନ୍ତୁ ଲୋକଙ୍କୁ ମିଳୁନାହିଁ । ପ୍ରତିଦିନ ୮ ମହିଳା ଧର୍ଷଣର ଶୀକାର ହେଉଛନ୍ତି । ଧର୍ଷିତାଙ୍କୁ ନ୍ୟାୟ ମିଳିବା ସମ୍ଭବ ହେଉନାହିଁ । ସବୁ ଜିଲ୍ଲାରେ ଆତ୍ୟାଧୁନିକ ହସ୍ପିଟାଲ ହେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

ଆଉ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ରାହୁଲ ଗାନ୍ଧି ରାଫେଲ୍ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆପଣମାନଙ୍କ ଟଙ୍କାକୁ ଅନୀଲ୍ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ ଦେଇ ଦେଉଛନ୍ତି ବୋଲି ରାହୁଲ କହିଛନ୍ତି। ତେଣୁ ଏଭଳି ଦୁନର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆପଣମାନଙ୍କ କାମ।

ଏହାପରେ ଏକମ୍ବା ପଡିଆରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଚାଷୀଙ୍କୁ ଉଦବୋଧନ ଦେବେ । ଏହି ସମାବେଶରେ ପ୍ରାୟ ଦେଢ ଲକ୍ଷ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଜୟପୁରରୁ ବିଶାଖାପାଟଣା ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ ରାହୁଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.