Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଦେଶରୁ ମୋଦି ସରକାରକୁ ରାହୁଲଙ୍କ ଟାର୍ଗେଟ : କହିଲେ, ‘ଚାଷୀଙ୍କ ଆତ୍ମନିର୍ଭର ବିନା ଦେଶ ଆତ୍ମନିର୍ଭର ହୋଇପାରିବ ନାହିଁ’

28/12/2020 at 5:27 PM

ନୂଆଦିଲ୍ଲୀ ୨୮/୧୨ : କୃଷି ଆଇନକୁ ବିରୋଧ କରି ଚାଷୀମାନେ ଗତ ୩୩ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦାଳନ ଜାରି ରଖିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବର୍ତ୍ତମାନ ବିଦେଶ ଗସ୍ତରେ ଥିବା ରାହୁଲ ଗାନ୍ଧି ଟ୍ବିଟ୍ କରି କହିଛନ୍ତି, ‘ଚାଷୀମାନଙ୍କ ଆତ୍ମନିର୍ଭର ବିନା ଦେଶ କେବେ ବି ଆତ୍ମନିର୍ଭର ହୋଇପାରିବ ନାହିଁ । ଚାଷୀ ବିରୋଧ ଆଇନ ଫେରାଇ ନିଅନ୍ତୁ । କୃଷକ ବଞ୍ଚାଅ, ଦେଶ ବଞ୍ଚାଅ’ ।

କୃଷି ଆଇନ ବିରୋଧରେ କଂଗ୍ରେସ ଖୋଲାଖୋଲି ଭାବେ ବିଦ୍ରୋହ ପ୍ରଦର୍ଶନ କରୁନଥିଲେ ମଧ୍ୟ କଂଗ୍ରେସ ନେତାମାନେ ଚାଷୀଙ୍କୁ ପୁରାପୁରି ଭାବେ ସମର୍ଥନ କରୁଛନ୍ତି । ରାହୁଲ ଗାନ୍ଧୀ ଚାଷୀମାନଙ୍କ ଉଦ୍ଦେଶ୍ୟ କୃଷି ଆଇନ ବିରୋଧରେ କରିଥିବା ଟ୍ବିଟ୍‌ରୁ ତାହା ସ୍ପଷ୍ଟ ଅନୁମାନ କରାଯାଉଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ବିଦେଶ ଗସ୍ତରେ ଅଛନ୍ତି । ତେବେ ରାହୁଲ ବର୍ତ୍ତମାନ ଇଟାଲୀର ମିଲାନ ଥିବା ନେଇ ଅନୁମାନ କରାଯାଉଛି । ତାଙ୍କ ବିଦେଶ ଗସ୍ତ ପରେ ଆରମ୍ଭ ହୋଇଥିବା ବିବାଦକୁ ନେଇ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା କହିଛନ୍ତି, ରାହୁଲ ଗାନ୍ଧି ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାଇଛନ୍ତି ଏବଂ ସେ କିଛି ଦିନ ଯାଏ ବିଦେଶରେ ରହିବେ ।

ରାହୁଲ ଗାନ୍ଧିଙ୍କ ଆଈମା ଇଟାଲୀରେ ରୁହନ୍ତି । ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କୁ ଭେଟିବା ପାଇଁ ଯାଇଥିଲେ । ଗୋଟେ ପଟେ ସୋମବାର କଂଗ୍ରେସ ତାର ୧୩୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ରାହୁଲଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା ଜୋରଧରିଛି । ଦୀର୍ଘ ଦିନ ହେଲା ଜାତୀୟ ଦଳ କଂଗ୍ରେସ ମଧ୍ୟରେ ଅନ୍ତଃକନ୍ଦଳ ମଧ୍ୟ ଲାଗି ରହିଛି । ପ୍ରତିଷ୍ଠା ଦିବସରେ ରାହୁଲ ଗାନ୍ଧିଙ୍କ ବିଦେଶ ଗସ୍ତକୁ ଦଳର କିଛି ବରିଷ୍ଠ ନେତା ସହଜରେ ହଜମ କରିପାରିନାହାନ୍ତି ବୋଲି ଶୁଣିବାକୁ ମିଳୁଛି ।

   Related Posts