ମୋଦୀ ସରକାରଙ୍କୁ ରାହୁଲଙ୍କ କଟାକ୍ଷ : "ବଢୁଥିବା ଅର୍ଥବ୍ୟବସ୍ଥାକୁ କିପରି ଖରାପ କରାଯାଏ, ତାହା ଏମାନଙ୍କଠୁ ଶିଖିବା ଉଚିତ୍ ”

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ ୨୮।୦୧: ମୋଦି ସରକାରଙ୍କୁ ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟ । ଦେଶର ଅର୍ଥ ବ୍ୟବସ୍ଥା ନେଇ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା କିପରି ତଳ ସ୍ତରକୁ ଯାଇପାରେ, ତାହା ମୋଦି ସରକାରଙ୍କୁ ଶିଖିବା ଦରକାର ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି । 

ରାହୁଲ ଗାନ୍ଧୀ ଟ୍ୱିଟ୍‌ କରି କହିଛନ୍ତି ଯେ, ଭାରତ ବିଶ୍ୱରେ ସବୁଠାରୁ ଦ୍ରୁତଗତିରେ ବଢୁଥିବା ଅର୍ଥନୀତି । କିନ୍ତୁ ମୋଦି ସରକାରଙ୍କ ଖରାପ ନୀତି ଲାଗି ଆଜି ଅର୍ଥ ବ୍ୟବସ୍ଥା ଖରାପ ହୋଇଛି । ଦିନ ଦ୍ରୁତଗତିରେ ବଢୁଥିବା ଅର୍ଥନୀତି , ଆଜି ଦିନକୁ ଦିନ ତଳ ସ୍ତରକୁ ଯାଉଛି । ଦେଶର ଅର୍ଥ ବ୍ୟବସ୍ଥାକୁ ମୋଦି ସରକାର ଖରାପ କରିଦେଇଛନ୍ତି ।  ଅର୍ଥ ବ୍ୟବସ୍ଥା କିପରି କରିହେବ, ତାହା ମୋଦି ସରକାରଙ୍କ ଶିଖିବା ଦରକାର ବୋଲି ରାହୁଲ କହିଛନ୍ତି ।

wp:html /wp:html

ଏହାପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ରାହୁଲ କହିଥିଲେ କି କିଛି ଜଣ ଉଦ୍ୟୋଗପତିଙ୍କୁ ସହଯୋଗ କରିବା ପାଇଁ ମୋଦି ଦେଶର ଅର୍ଥ ନୀତିକୁ ବର୍ବାଦ କରୁଛନ୍ତି । ମୋଦି ସରକାର କେବଳ ୩-୪ଲୋକଙ୍କୁ ସହଯୋଗ କରୁଛନ୍ତି । ଧନୀ ସମ୍ପତ୍ତି ଆହୁରୀ ବଢୁଛି । ଲକ୍‌ଡାଉନ୍‌ ସମୟରେ ଭାରତୀୟ ଧନୀଙ୍କ ସମ୍ପତ୍ତି ୩୫ ପ୍ରତିଶତ ବଢିଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା ।  

ସୂଚନାଯୋଗ୍ୟ ଯେ, ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଦେଶରେ ଆଗାମୀ ୨୦୨୧-୨୨ ବର୍ଷ ପାଇଁ ସାଧାରଣ ବଜେଟ ସଂସଦରେ ଉପସ୍ଥାପିତ ହେବ । ଏହି ବଜେଟ ଅଧିବେଶନରେ ମୋଦି ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.