ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାହୁଲଙ୍କ ତାତ୍ସଲ୍ୟ, ମନରେଗା ଦୂରଦର୍ଶିତାକୁ ବୁଝିବା ଏବଂ ଆଗକୁ ନେଇଥିବାରୁ ଧନ୍ୟବାଦ

Published By : Prameya-News7 Bureau | May 18, 2020 IST

ନୂଆଦିଲ୍ଲୀ ୧୮।୦୫: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋମବାର ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା(ମନରେଗା) ସମ୍ବନ୍ଧିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି। ସେ କହିଛନ୍ତି ମନରେଗା ଦୂରଦର୍ଶିତାକୁ ବୁଝିବା ଏବଂ ଏହାକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଉଛି।

ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଏକ ପୁରୁଣା ଭାଷଣର ଏକ ଅଂଶର ଭିଡିଓ ସେୟାର କରି ଟୁଇଟ୍ କରିଛନ୍ତି, ପ୍ରଧାନମନ୍ତ୍ରୀ ୟୁପିଏ ଶାସନ କାଳରେ ଲାଗୁ ମନରେଗା ଯୋଜନା ପାଇଁ ୪୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଦେବାକୁ ମଞ୍ଜୁରୀ ଦେଇଛନ୍ତି। ସେ ତାତ୍ସଲ୍ୟ କରି କହିଛନ୍ତି, ମନରେଗାର ଦୂରଦର୍ଶିତାକୁ ବୁଝିବା ଏବଂ ଏହାକୁ ପ୍ରୋତ୍ସାହିତ କରି ଆଗକୁ ବଢାଇବା ନିମନ୍ତେ ଆମେ ପିଏମ ମୋଦୀଙ୍କ ପ୍ରତି କୃତଜ୍ଞ।

wp:core-embed/twitter {"url":"https://twitter.com/RahulGandhi/status/1262320308309995520?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262320308309995520\u0026ref_url=https%3A%2F%2Fwww.punjabkesari.in%2Fnational%2Fnews%2Frahul-gandhi-attack-on-pm-modi-1168619","type":"rich","providerNameSlug":"twitter","className":""}
https://twitter.com/RahulGandhi/status/1262320308309995520?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262320308309995520&ref_url=https%3A%2F%2Fwww.punjabkesari.in%2Fnational%2Fnews%2Frahul-gandhi-attack-on-pm-modi-1168619
/wp:core-embed/twitter

କଂଗ୍ରେସ ନେତା ପ୍ରଧାନମନ୍ତ୍ରୀଙ୍କ ଭାଷଣର ଯେଉଁ ଅଂଶ ସେୟାର କରିଛନ୍ତି, ସେଥିରେ ପ୍ରଧାନମନ୍ତ୍ରୀ କହୁଛନ୍ତି ମନରେଗା କଂଗ୍ରେସ ବିଫଳତାର ଏକ ଜୀବନ୍ତ ସ୍ମାରକ। ଉଲ୍ଲେଖଯୋଗ୍ୟ, ସରକାର ରବିବାର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା(ମନରେଗା) ପାଇଁ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ଆବଣ୍ଟନ ଘୋଷଣା କରିଛନ୍ତି।

{"id":272170,"width":580,"height":380,"sizeSlug":"large"}

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍‌ର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ଘୋଷଣା କରି କହିଛନ୍ତି ମନରେଗା ପାଇଁ ବଜେଟ୍‌ରେ ପୂର୍ବରୁ  ହିଁ ୬୧,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏବେ ଏଥିରେ ଆହୁରି ୪୦,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଉଛି।

{"id":272171,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.