Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

କରୋନା ମୁକାବିଲାରେ ପାକିସ୍ତାନ ଓ ବାଂଲାଦେଶଠୁ ମଧ୍ୟ ପଛରେ ଭାରତ, ତଥ୍ୟ ସହ ଟ୍ଵିଟ୍ କଲେ ରାହୁଲ ଗାନ୍ଧୀ

19/10/2020 at 5:45 PM

ନୂଆଦିଲ୍ଲୀ ୧୯।୧୦: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମୋଦୀ ସରକାର ଉପରେ ହମଲା କରିଛନ୍ତି। ନିମ୍ନଗାମୀ ଅର୍ଥବ୍ୟବସ୍ଥା ଓ କରୋନା ସଙ୍କଟକୁ ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ୧୦ଟି ଦେଶର ତଥ୍ୟ ମଧ୍ୟ ସେୟାର କରିଛନ୍ତି। ଏଥିରେ ଅର୍ଥବ୍ୟବସ୍ଥା ଓ କରୋନାକୁ ନେଇ  ତଥ୍ୟ ଦିଆଯାଇଛି। ଭାରତର ସ୍ଥିତି ଚିନ୍ତାଜନକ ଥିବା ଏଥିରେ ଉଲ୍ଲେଖ ରହିଛି।

ରାହୁଲ ଟ୍ଵିଟ୍‌ କରିଥିବା ତଥ୍ୟରେ ଜିଡିପି ଅଭିବୃଦ୍ଧି ହାରରେ ଏସିଆର ଦେଶମାନଙ୍କ ମଧ୍ୟରେ ଭାରତ ୧୧ ତମ ସ୍ଥାନରେ ରହିଛି। ଉପରେ ରହିଛି ବାଂଲାଦେଶ ଓ ପାକିସ୍ତାନ। ସେହିପରି କରୋନା ମୃତ୍ୟୁରେ ମଧ୍ୟ ଭାରତ ସ୍ଥିତି ଚିନ୍ତାଜନକ ଥିବା ଏଥିରେ ଉଲ୍ଲେଖ ରହିଛି।

ତାଲିକାରେ ଜିଡିପି ହେଉ କି କରୋନା ମହାମାରୀ ଉଭୟରେ ଭାରତ ତଳେ ରହିଛି। ଆମ ଉପରେ ବାଂଲାଦେଶ, ଚୀନ, ଭିଏତନାମ, ନେପାଳ, ପାକିସ୍ତାନ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ଆଫଗାନିସ୍ତାନ, ମାଲେସିଆ, ଥାଇଲାଣ୍ଡ ରହିଛି। କରୋନା ମୁକାବିଲାରେ ଭାରତ ବାଂଲାଦେଶ ଓ ପାକିସ୍ତାନଠୁ ମଧ୍ୟ ପଛରେ ରହିଛି ବୋଲି ରାହୁଲ କହିଛନ୍ତି।

ଅନ୍ୟପଟେ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ  ହୋଇଛି। ଗତ ୨୪ ଘଣ୍ଟାରେ କରୋନାର ନୂତନ ୫୫,୭୨୨ ମାମଲା ସାମ୍ନାକୁକ ଆସିଛି। ଏହି ସମୟରେ ୫୭୯ ଜଣଙ୍କ ମୃତ୍ୟୁ ଘଟିଛି।

ଏହା ପୂର୍ବରୁ ମୋଦୀ ସରକାରଙ୍କ ନୂତନ କୃଷି ଆଇନ୍‌ ବିରୋଧରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କଠୋର ଶବ୍ଦରେ ସମାଲୋଚନା କରିଥିଲେ। ନିକଟରେ ପଞ୍ଜାବ ଗସ୍ତ ସଂପର୍କିତ ଏକ ଟ୍ଵିଟ୍ କରି ରାହୁଲ କହିଥିଲେ, କୃଷକ ଦେଶକୁ ଖାଦ୍ୟ ସୁରକ୍ଷା ଦେଇଛନ୍ତି। କିନ୍ତୁ ମୋଦୀ ସରକାର କୃଷକଙ୍କୁ ଧୋକା ଦେଇଛନ୍ତି। କିନ୍ତୁ ଏବେ ଆଉ ଏମିତି ହେବ ନାହିଁ।

   Related Posts