ଇସାରାରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ: କହିଲେ, "Mr 56" ଚୀନକୁ ଭୟ କରନ୍ତି

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଚୀନ ପ୍ରସଙ୍ଗକୁ ନେଇ ଇସାରା ଇସାରାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଭାରତ-ଚୀନ ସୀମା ବିବାଦ ସହ ଜଡିତ କିଛି ଖବରର ଝଲକ ରହିଛି। ଏହି ଖବର ଜରିଆରେ ରାହୁଲ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଟ୍ୱିଟ କରି ଲେଖିଛନ୍ତି, "Mr 56” ଚୀନକୁ ଡରୁଛନ୍ତି। ରାହୁଲ ଚୀନ ପ୍ରସଙ୍ଗରେ ଲଗାତାର ମୋଦି ସରକାରଙ୍କୁ ଟାର୍ଗେଟ କରିଥାନ୍ତି।

ନିକଟରେ ରାହୁଲ ଗାନ୍ଧୀ ଏକ ଖବରର ହେଡଲାଇନ ସେୟାର କରିଥିଲେ ଯେଉଁଥିରେ ଚୀନ ଲଦାଖ ନିକଟରେ ଅସ୍ତ୍ର ସାଇତି ରଖିବା ଓ ଉଚ୍ଚ ସ୍ଥାନରେ ରାତିରେ ଅଭ୍ୟାସ କରୁଥିବା ଏକ ରିପୋର୍ଟରେ ଦାବି କରାଯାଇଥିଲା। ଏଥିରେ ରାହୁଲ ଟ୍ୱିଟ କରିଥିଲେ, 'ସୀମାରେ ଆମେ ଏକ ନୂଆ ଯୁଦ୍ଧ ମଡେଲ ସାମ୍ନା କରୁଛୁ। ଏହାକୁ ନଜର ଅନ୍ଦାଜ କଲେ ହେବନାହିଁ।'

wp:embed {"url":"https://twitter.com/RahulGandhi/status/1441350545491431428","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1441350545491431428
/wp:embed

ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀ ଲଗାତାର ସୀମା ସୁରକ୍ଷା ସହ ଜଡିତ ପ୍ରସଙ୍ଗ ଉଠାଇଥାନ୍ତି। ସେ ସୋସିଆଲ ମିଡ଼ିଆ ହେଉ, ଗଣମାଧ୍ୟମ ହେଉ କିମ୍ବା ଜନସଭା ହେଉ, ସେ ଅନେକ ଅବସରରେ ସୀମା ସୁରକ୍ଷା ସହ ଜଡିତ ପ୍ରସଙ୍ଗରେ ନିଜ ପ୍ରିତିକ୍ରୀୟା ରଖିଛନ୍ତି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥାନ୍ତି। ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ଆରୋପ ଲଗାଇ କହିଛନ୍ତି ଯେ ମୋଦି ଚୀନକୁ ଭାରତର ଜମି ବିକି ଦେଇଛନ୍ତି। ଚୀନ ଭାରତ ଜମିରେ କବଜା କରିଛି। କିନ୍ତୁ ସରକାର ତରଫରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏନେଇ ସଂସଦରେ ମଧ୍ୟ ବୟାନ ଦେଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.