Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସେମାନଙ୍କ ଲାଗି ଦେଶ ଏକ ଭୂଗୋଳ ! ଯେଉଁଠି କଲମରେ ଗାର ଟାଣିଦିଅନ୍ତି ତାକୁ କୁହନ୍ତି ଭାରତ : ରାହୁଲ

29/09/2021 at 3:25 PM

ନୂଆଦିଲ୍ଲୀ ୨୯।୯: ଆଜିର ସବୁଠୁ ବଡ଼ ରାଜନୈତିକ ପ୍ରଶ୍ନ ହେଉଛି ଭାରତ କ’ଣ? ଯେଉଁ ନକ୍ସା ଭିତରେ ଆମେ ବସବାସ କରୁଛେ ନା ଯେଉଁଠି ଗାରଟାଣି ଦିଆଯାଇ ଆମକୁ କୁହାଯାଉଛି ତାହା ଆମର ଦେଶ ବୋଲି ପଚାରିଛନ୍ତି ପୂର୍ବତନ ଏଆଇସିସି ସଭାପତି ତଥା କଂଗ୍ରେସର ୱାଇନାଡ ସାଂସଦ ରାହୁଲ ଗାନ୍ଧି। ରାହୁଲ ଏବେ କେରଳ ଗସ୍ତରେ ଅଛନ୍ତି। ବୁଧବାର ମାଲାପୁରମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଛନ୍ତି।

 ସେ କେହିଛନ୍ତି ଯେ ଭାରତ ବୋଲି ଆମେ ଏପର୍ଯ୍ୟନ୍ତ ଯାହା ବୁଝି ଆସିଛେ ତାହା ହେଉଛି ଏହି ଭୂ-ଖଣ୍ଡରେ ରହୁଥିବା ଲୋକେ, ସେମାନଙ୍କ ପାରସ୍ପରିକ ସମ୍ପର୍କ, ତାମିଲ, ହିନ୍ଦୀ, ବଙ୍ଗାଳୀ ଓ ଉର୍ଦ୍ଦୁ ମଧ୍ୟରେ ଭାଇଚାରା। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ମୋର ସମସ୍ୟା ହେଉଛି ସେ ଏହି ସମ୍ପର୍କକୁ ଭାଙ୍ଗି ଚାଲିଛନ୍ତି। ତେବେ ଭାବନ୍ତୁ ନକ୍ସାରେ ଥିବ ହେଲେ ସେ କ୍ଷେତ୍ରରେ ଲୋକେ  ବସବାସ କରୁନଥିବେ ? ସେ କ୍ଷେତ୍ରକୁ ଆପଣ ଆପଣଙ୍କ ଦେଶ ବୋଲି କହି ପାରିବେ କି? ଏହା ହିଁ ବର୍ତ୍ତମାନ ସମୟର ସବୁଠୁ ବଡ ପ୍ରଶ୍ନ ବୋଲି କହିଛନ୍ତି ରାହୁଲ।

ହେଲେ ଯଦି ଆପଣ ସାଭରକରଙ୍କ ଭଳି ଲୋକଙ୍କୁ ପଢିବେ ତେବେ ଆପଣ ବି ସେମାନଙ୍କ ଭଳି କହିବେ ଭାରତ ଏକ ଭୂଗୋଳ। ସେମାନେ କଲମ ଧରନ୍ତି ନକ୍ସା ଟାଣନ୍ତି ଆଉ କୁହନ୍ତି ଗାର ଏପାଖରେ ରହୁଥିବା ଲୋକେ ଭାରତୀୟ ସେପାଖର ଲୋକେ ଭିନ୍ନ। ହେଲେ ଏହା କିପରି ସମ୍ଭବ? ପାରସ୍ପରିକ ସମ୍ପର୍କ, ଭାଇଚାରା ଓ ସାଂସ୍କୃତି ଆଦାନପ୍ରଦାନର ଗୋଟିଏ ପରିବେଶରେ ରହୁଥିବା ଲୋକେ କିପରି ସେମାନଙ୍କ ଲାଗି ଅଲଗା ହୋଇଯାଆନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

   Related Posts