କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ପ୍ରଶ୍ନ- ତେଲ ତ ଶସ୍ତା ଅଛି, ଦେଶରେ ପେଟ୍ରୋଲ ଦର ୬୯ ଟଙ୍କା କାହିଁକି ? ଉପଭୋକ୍ତାଙ୍କୁ କେବେ ମିଳିବ ଏହାର ଲାଭ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୦୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଅଶୋଧିତ ତୈଳ ଦରରେ ଐତିହାସିକ ହ୍ରାସ ପରେ ମଙ୍ଗଳବାର କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଅଶୋଧିତ ତୈଳ ଦର ରେକର୍ଡ ହ୍ରାସ ଘଟିଛି। ୨୧  ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହା ସତ୍ଵେ ବି ଦେଶରେ ପେଟ୍ରୋଲ ଲିଟର ପିଛା  ୬୯ ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୬୨ ଟଙ୍କାରେ ବିକ୍ରି ହେଉଛି। ଅନ୍ତରାଷ୍ଟ୍ରୀୟ ତୈଳ ଦର ହ୍ରାସ ହେବାର ଫାଇଦା ଜନତାଙ୍କୁ ଦିଆଯିବା ପ୍ରତି କେନ୍ଦ୍ର ସରକାର କଣ ପାଇଁ ଧ୍ୟାନ ଦେଉ ନାହାନ୍ତି  ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

ରାହୁଲ୍ ଟୁଇଟ୍‌ କରି କହିଛନ୍ତି ଯେ, ତୈଳ ଦର ଅପ୍ରତ୍ୟାଶିତ ଭାବେ ରେକର୍ଡ ମାତ୍ରାରେ ହ୍ରାସ ଘଟିଛି। ତଥାପି ଆମ ଦେଶରେ ପେଟ୍ରୋଲ ଲିଟର ପିଛା ୬୯ ଏବଂ ଡିଜେଲ ଲିଟର ପିଛା ୬୨ ଟଙ୍କା କଣ ପାଇଁ ରହିଛି ? ଏହି ବିପଦ ସମୟରେ ଯେଉଁ ସାମଗ୍ରୀର ଦର  ହ୍ରାସ ହେବ ତାହା ଭଲ। କେବେ ଶୁଣିବେ ଏହି ସରକାର।

{"id":257985,"sizeSlug":"large"}

ଏହା ଐତିହାସିକ ସୁଯୋଗ, ଉପଭୋକ୍ତାଙ୍କୁ ଆଶ୍ଵସ୍ତି ଦିଅନ୍ତୁ ସରକାର

ଏହା ପୂର୍ବରୁ କଂଗ୍ରେସର ମୁଖପାତ୍ର ପବନ ଖେଡା କହିଛନ୍ତି ଯେ, ସରକାର ସାଧାରଣ ଉପଭୋକ୍ତାଙ୍କୁ ଆଶ୍ଵସ୍ତି ଦେବା ଉଚିତ୍। ତୈଳ ଦର ଅଚାନକ ଅପ୍ରତ୍ୟାଶିତ ଭାବେ ହ୍ରାସ ଘଟିବା ସରକାରଙ୍କ ପାଇଁ ଏକ ଐତିହାସିକ ସୁଯୋଗ। ତୈଳ ଦର ଏତେ ଖସିଛି ଯେ, ବ୍ୟାରେଲ ପିଛା ଏହା ଶୂନ୍ୟରୁ ବି ତଳକୁ ଖସି ଯାଇଛି। ଏହାର ଅର୍ଥ ଆମେରିକାରେ ଏବେ କେହି ଅଶୋଧିତ ତୈଳ କିଣୁ ନାହାନ୍ତି।

ସେ କହିଛନ୍ତି ଗତ ଛଅ ବର୍ଷରେ ସରକାର ପେଟ୍ରୋଲ  ଓ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ ଲଗାଇ ୨୦ ଲକ୍ଷ କୋଟି ଟଙ୍କା ଅର୍ଜନ କରିଛି। ଏବେ ପ୍ରଶ୍ନ ଉଠୁଛି ଯେ, ତୈଲ ଦର ହ୍ରାସ ପରେ ବି ଏହାର ଲାଭ ଜନତାଙ୍କୁ କଣ ପାଇଁ ଦିଆଯାଉ ନାହିଁ। ଖେଡା ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ମୁସ୍କିଲ ସମୟରେ ସାଧାରଣ ଲୋକଙ୍କୁ ଆଶ୍ଵସ୍ତି ଦେବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.