Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ରାହୁଲଙ୍କୁ ମାଣ୍ଡଭିୟଙ୍କ ଜବାବ- ‘ଆପଣ ବି ଜୁଲାଇରେ ନେଇଛନ୍ତି ଟିକା’

1/08/2021 at 9:55 PM

ନୂଆଦିଲ୍ଲୀ ୦୧/୦୮: ଭାରତରେ କରୋନା ଭୂତାଣୁର ଦ୍ବିତୀୟ ଲହର ଧିମା ପଡ଼ିଛି । କିନ୍ତୁ ଡାକ୍ତରଙ୍କ ମତରେ ଏବେ ବି ବିପଦ ଟଳିନାହିଁ । ସେପଟେ କିଛି ସୂଚନା ତୃତୀୟ ଲହର ଆଶଙ୍କା ବୃଦ୍ଧି କରିଛି । ମହମାରୀର ତୃତୀୟ ଲହରକୁ ନଜରରେ ରଖି ଦେଶରେ ଟିକାକରଣ ଜୋରଦାର କରିବାକୁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗୋଟିଏ ପଟେ ମହାମାରୀ ଅନ୍ୟପଟେ ଟିକାକରଣକୁ ନେଇ ରାଜନୀତି ଜୋର ଧରିଛି ।

ରବିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ Where are Vaccines ? ଏକ ଖବରକୁ ସେୟାର କରି ରାହୁଲ ଗାନ୍ଧୀ ଟ୍ବିଟ୍‌ କରିଥିଲେ, ‘ଜୁଲାଇ ଶେଷ ହୋଇଗଲା, କିନ୍ତୁ ଭ୍ୟାକସିନ୍‌ ଅଭାବର ସମାଧାନ ହେଲା ନାହିଁ।’ ଏହି ସମୟରେ ରାହୁଲ #WhereAreVaccine ହାସଟ୍ୟାଗ୍‌ ବ୍ୟବହାର କରିଥିଲେ । ରାହୁଲଙ୍କ ଏହି ପ୍ରଶ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଜବାବ ଦେଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ଜୁଲାଇରେ ଯେଉଁ ୧୩ କୋଟି ଲୋକଙ୍କୁ ଟିକା ଦିଆଯାଇଛି ତାଙ୍କ ମଧ୍ୟରୁ ଆପଣ ମଧ୍ୟ ଜଣେ । କିନ୍ତୁ ଆପଣ ଆମର ବୈଜ୍ଞାନିକଙ୍କ ପାଇଁ ପଦୁଟିଏ ବି କହିଲେନି। ଜନତାଙ୍କୁ ଟିକା ନେବାକୁ ଅପିଲ ମଧ୍ୟ କଲେ ନାହିଁ। ଏହାର ଅର୍ଥ ଆପଣ ଟିକାକରଣ ନାଁରେ ରାଜନୀତି କରୁଛନ୍ତି।  ପ୍ରକୃତରେ ଭ୍ୟାକସିନ୍‌ ନୁହେଁ , ଆପଣଙ୍କ ଠାରେ ପରିପକ୍ବତାରେ କମି ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କୁ ଜବାବ ଦେଇ ଲେଖିଛନ୍ତି, ଭାରତରେ ଜୁଲାଇ ମାସରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏହି ମାସରେ ଆହୁରି ଟିକାକରଣ ଉପରେ ଜୋର ଦିଆଯାଉଛି। ଏହି ଉପଲବ୍ଧି ପାଇଁ ଆମର ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଗର୍ବ କରୁଛୁ ବୋଲି ସେ ଲେଖିଛନ୍ତି। ଏହା ସହ ସେମାନଙ୍କ ଉପରେ ଏବଂ ଦେଶ ଉପରେ ଆପଣଙ୍କୁ ଗର୍ବ କରିବା କଥା ବୋଲି ରାହୁଲଙ୍କୁ ଟର୍ଗେଟ କରି ଲେଖିଛନ୍ତି ମାଣ୍ଡଭିୟ।

   Related Posts