Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ରାହୁଲଙ୍କ ପ୍ରଶ୍ନ-‘କରୋନା ଭ୍ୟାକସିନକୁ ନେଇ ସରକାର ଓ ବିଜେପିର ଅଲଗା ଅଲଗା ବୟାନ, କାହାକୁ ସମର୍ଥନ କରୁଛନ୍ତି ମୋଦି ?’

3/12/2020 at 11:37 AM

ନୂଆଦିଲ୍ଲୀ ୦୩/୧୨ : କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ଭ୍ୟାକସିନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ‘ସରକାର କହୁଛନ୍ତି ସମସ୍ତଙ୍କୁ ଭ୍ୟାକସିନ ଦିଆଯିବନି, ପ୍ରଧାନମନ୍ତ୍ରୀ କହୁଛନ୍ତି ସମସ୍ତଙ୍କୁ ଦିଆଯିବ। ବିହାର ନିର୍ବାଚନରେ ବିଜେପି କହିଥିଲା ସମସ୍ତଙ୍କୁ ମାଗଣାରେ ଭ୍ୟାକସିନ ମିଳିବ। ପ୍ରଧାନମନ୍ତ୍ରୀ କାହା ସହ ଅଛନ୍ତି ?’

ୱାୟନାଡ ସାଂସଦ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ କହିଥିଲେ-ସମସ୍ତଙ୍କୁ ଟୀକା ଦିଆଯିବ। ବିହାର ନିର୍ବାଚନ ସମୟରେ ବିଜେପି ବିହାରରେ ସମସ୍ତଙ୍କୁ ମାଗଣାରେ ଟୀକା ମିଳିବ। ଏବେ ଭାରତ ସରକାର କହୁଛନ୍ତି, ଆମେ କହିନଥିଲୁ ସମସ୍ତଙ୍କୁ ଟୀକା ମିଳିବ। ତେବେ ପ୍ରଧାନମନ୍ତ୍ରୀ କାହା ସହ ଅଛନ୍ତି ?’

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ସରକାରଙ୍କ ବୟାନ ଉପରେ ସ୍ପଷ୍ଟୀକରଣ ମାଗିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ବିରୋଧୀ ଦଳ କହିଛନ୍ତି ଯେ ସରକାର ଘୋଷଣା କରିଥିଲେ ପ୍ରତ୍ୟେକ ଭାରତୀୟଙ୍କୁ ଟୀକା ଦିଆଯିବ କିନ୍ତୁ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଥିଲେ ଯେ ଦେଶରେ ସମସ୍ତଙ୍କୁ ଟୀକା ଲଗାଇବା ଆବଶ୍ୟକ ନାହିଁ।

ଆଉ ଏକ ଟ୍ୱିଟରେ କଂଗ୍ରେସ ପ୍ରଶ୍ନ କରିଛି ଯେ, ଭାରତୀୟଙ୍କୁ ଟୀକା ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିବ କି ? ଏହି ଭୟାବହ ଭାଇରସରୁ ରକ୍ଷା ପାଇବା ପାଇଁ ତାଙ୍କୁ ଟୀକା ମିଳିବ ନା ଆତ୍ମନିର୍ଭର ହେବାକୁ ପଡିବ ?’

କଂଗ୍ରେସ କେନ୍ଦ୍ର ସରକାରଙ୍କୁ ‘ୟୁ ଟର୍ଣ୍ଣ’ ସରକାର ବୋଲି କହିଛିୟ। କଂଗ୍ରେସ ଆରୋପ ଲାଗିଛି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଥିଲେ ସମସ୍ତଂକୁ ଟୀକା ମିଳିବ କିନ୍ତୁ କିଛି ଦିନ ପରେ ସ୍ଵାଥ୍ୟ ମନ୍ତ୍ରାଳୟ ନିଜ କଥାରୁ ଓହରି ଯାଇଥିଲା। ମନ୍ତ୍ରାଳୟ କହିଛି ଯେ ସରକାର ଏମିତି କିଛି କହିନଥିଲେ। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଦିନ କହିଥିଲେ ଯେ, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ସରକାର ଦେଶରେ ସବୁ ନାଗରିକଙ୍କ ଟୀକାକରଣ କଥା କେବେ କହିନଥିଲେ। ଆମେ ଏହିଭଳି ବୈଜ୍ଞାନିକ ପ୍ରସଙ୍ଗରେ କେବଳ ତଥ୍ୟାତ୍ମକ ସୂଚନା ଆଧାରରେ ଚର୍ଚ୍ଚା କରି ତାର ବିଶ୍ଳେଷଣ କରିବା ଗୁରୁତ୍ତ୍ୱପୂର୍ଣ୍ଣ।

   Related Posts