ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ମାଷ୍ଟରଷ୍ଟ୍ରୋକ : ଘୋଷଣା କଲେ ସର୍ବନିମ୍ନ ରୋଜଗାର ଯୋଜନା, ଗରିବଙ୍କୁ ମିଳିବ ବର୍ଷକୁ ୭୨ ହଜାର ଟଙ୍କା

Published By : Prameya-News7 Bureau | March 25, 2019 IST

ଦିଲ୍ଲୀ ୨୫/୩ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶର ୨୫ କୋଟି ଜନତାଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ମାଷ୍ଟର ଷ୍ଟ୍ରୋକ ଖେଳିଛି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଜିତିଲେ ୨୦ ପ୍ରତିଶତ ଗରିବଙ୍କ ପାଇଁ ସର୍ବନିମ୍ନ ରୋଜଗାର ଯୋଜନା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି | କଂଗ୍ରେସ ଏହି ଯୋଜନାର ନାଁ ରଖିଛି ନ୍ୟାୟ (NYAY) |


ଚାଷୀ ରୁଣ ପରିଶୋଧ କରିବା ଘୋଷଣା ପରେ କଂଗ୍ରେସ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜିତିଥିଲେ | ସେଥିପାଇଁ ରାହୁଲ ଲୋକସଭା ନିର୍ବାଚନ ପୂର୍ବରୁ ନ୍ୟାୟ ଯୋଜନା ଘୋଷଣା କରିଛନ୍ତି |
ସର୍ବନିମ୍ନ ରୋଜଗାର ଯୋଜନା ଅନୁଯାୟୀ, ଯଦି କଂଗ୍ରେସ ବିଜୟୀ ହୁଏ ତାହେଲେ ପ୍ରତିମାସରେ କଂଗ୍ରେସ ସର୍ବନିମ୍ନ ୧୨ ହଜାର ଟଙ୍କା ଦେବ | ରାହୁଲ କହିଛନ୍ତି ଯେ, ମୋଦି ସରକାରଙ୍କ ୫ ବର୍ଷର ଶାସନକାଳରେ ଗରିବ ପରିବାର ଦୁଃଖରେ ଜୀବନଯାପନ କରିଛନ୍ତି | କିନ୍ତୁ ସେ ଜିତିଲେ ଗରିବଙ୍କ ଦୁଃଖ ଦୂର କରିବେ ବୋଲି କହିଛନ୍ତି | ସେ କହିଛନ୍ତି ଯେ, ଯଦି ଜଣେ କାମ କରୁଛି ତାହେଲେ ତାର ସର୍ବନିମ୍ନ ରୋଜଗାର ମାସକୁ ୧୨ ହଜାର ଟଙ୍କା ହେବ ଦରକାର | ଏହି ଯୋଜନା ଆରମ୍ଭ କରି ସର୍ବନିମ୍ନ ରୋଜଗାର ବଢାଇବା ପାଇଁ ଏକ ପ୍ରୟାସ ବୋଲି କହିଛନ୍ତି ରାହୁଲ | ଯାହାଫଳରେ ଗରିବୀରୁ ମୁକ୍ତି ମିଳିବ |


କଂଗ୍ରେସ ଦାବି କରି କହିଛି ଯେ, ଦେଶରେ ୨୦ ପ୍ରତିଶତ ଗରିବ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଦିଆଯିବ | ଏହି ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ |


ମୋଦିଙ୍କୁ ଟାର୍ଗେଟ କରି ରାହୁଲ କହିଥିଲେ ଯେ, ଯଦି ମୋଦି ଦେଶର ଧନୀ ଲୋକଙ୍କୁ ଟଙ୍କା ଦେଇପାରୁଛନ୍ତି ତାହେଲେ କଂଗ୍ରେସ ମଧ୍ୟ ଦେଶର ଗରିବଙ୍କୁ ଟଙ୍କା ଦେଇପାରିବ | ରାହୁଲଙ୍କ ଏହି ଯୋଜନା ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ବୋଲି କହିଛନ୍ତି ରାହୁଲ | ଅନେକ ଅର୍ଥଶାସ୍ତ୍ର ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ କରି ଏହି ଯୋଜନା ଘୋଷଣା କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.