Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ପାଠ ପଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ : ରାହୁଲ ଓ ସ୍ମୃତିଙ୍କ ପ୍ରତିଶୃତି ମଝିରେ ଝୁଲିଲା ବାଳକଙ୍କ ଭବିଷ୍ୟତ

25/04/2019 at 6:23 PM

ଭୋପାଲ ୨୫/୪ : ଭୋପାଲରେ ରହୁଥିବା ୧୬ ବର୍ଷ ବାଳକ କୌଶଲ ଶାକ୍ୟଙ୍କୁ ୬ ବର୍ଷ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପାଠ ପଢ଼ାଇବା ଏବଂ ଚାକିରୀ ଦେବା ନେଇ ପ୍ରତିଶୃତି ଦେଇଥିଲେ | କିନ୍ତୁ ଆଜି ପର୍ଯ୍ୟନ୍ତ କୌଶଲ ନା ସ୍କୁଲ ଯାଇପାରିଲେ ନା ପାଠ ପଢି ପାରିଲେ ନା ଚାକିରୀ କରିପାରିଲେ | ୬ ବର୍ଷ ପୂର୍ବରୁ କୌଶଲ ରାସ୍ତାରେ ବୁଲି ବୁଲି ଖବରକାଗଜ ବିକ୍ରି କରୁଥିଲେ | ଆଜି ୬ ବର୍ଷ ପରେ ସେହି ବାଳକ ବ୍ୟାଗ ବିକ୍ରି କରୁଛି |


୨୦୧୩ ମସିହା ଏପ୍ରିଲ ୨୫ ତାରିଖରେ ରାହୁଲ ଗାନ୍ଧୀ ଭୋପାଲ ଗସ୍ତରେ ଯାଇଥିଲେ | ସେତେବେଳେ ରାସ୍ତାରେ ବୁଲି ବିଲୁ ଖବରକାଗଜ ବିକ୍ରି କରୁଥିବା କୌଶଲଙ୍କ ସହ ତାଙ୍କର ଦେଖା ହୋଇଥିଲା | ସେ ରୋଶନପୁର ଛକରେ ଖବରକାଗଜ ବିକ୍ରି କରୁଥିଲେ | ରାହୁଲ କୌଶଲଙ୍କ ଠାରୁ ଖବରକାଗଜ କିଣିଥିଲେ ଏବଂ ପଚାରିଥିଲେ ସେ ସ୍କୁଲ ଯାଏ ନା ନାହିଁ | ରାହୁଲ ପ୍ରଶ୍ନରେ କୌଶଲ ଜବାବ ଦେଲେ ନା | ରାହୁଲ ଖବରକାଗଜ କିଣି କୌଶଲଙ୍କୁ ହଜାରେ ଟଙ୍କା ଦେଇଥିଲେ | କିନ୍ତୁ କୌଶଲ ସେହି ଟଙ୍କା ନେଲେ ନାହିଁ | ହଜାରେ ଟଙ୍କା ନେବା ପାଇଁ ସେ ମନା କରିଦେଇଥିଲେ | ରାହୁଲ ଗାନ୍ଧୀଙ୍କୁ କୌଶଲଙ୍କ ଏହି ଅନ୍ଦାଜ ଭୁତ ଭଲ ଲାଗିଥିଲା | ସେଥିପାଇଁ ସେ କୌଶଲଙ୍କୁ ପାଠ ପଢ଼ାଇବେ ବୋଲି ପ୍ରତିଶୃତି ଦେଇଥିଲେ |


ରାହୁଲ ଗାନ୍ଧୀ କୌଶଲଙ୍କୁ ଦେଖା କରିବା ଏବଂ ପ୍ରତିଶୃତି ଦେଇଥିବା ଜାଣିବା ପରେ କଂଗ୍ରେସ ନେତା କୌଶଲଙ୍କ ଘରେ ପହଂଚି ଯାଇଥିଲେ ଏବଂ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ | କିନ୍ତୁ ତାର କୌଣସି ପରିଣାମ ବାହାରିଲା ନାହିଁ | ରାହୁଲ ଗାନ୍ଧୀଙ୍କ କହିବାନୁଯାୟୀ, କୌଶଲ ତ୍ରିଲଙ୍ଗା ସ୍ଥିତ ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟକୁ ପଢିବାକୁ ଗଲେ | କିନ୍ତୁ ଫିସ ଅଧିକ ଥିବାରୁ ସେ ସେଠାରେ ପଢିବା ଛାଡି ଦେଇଥିଲେ |


କିଛି ଦିନ ପରେ ଏହି ଖବର ବିଜେପି ନେତାଙ୍କ ପାଖରେ ପହଁଚିଲା | ଖବର ପାଇ ବିଜେପି ନେତା କୌଶଲଙ୍କୁ ଦେଖା କରିବାକୁ ଆସିଲେ | ତତ୍କାଳୀନ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କୌଶଲଙ୍କୁ ଚିଠି ପଠାଇଲେ | କୌଶଲଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ାଇବା ଏବଂ ପଢା ଖର୍ଚ୍ଚ ବହନ କରିବା ନେଇ ସ୍ମୃତି ଚିଠିରେ ଲେଖିଥିଲେ |


କୌଶଲଙ୍କ ଭାଇ ଦୁଲିଚନ୍ଦ କହିଛନ୍ତି ଯେ, ଉଭୟ କଂଗ୍ରେସ ଓ ବିଜେପି ପ୍ରତିଶୃତି ଦେଇଥିଲେ | କିନ୍ତୁ କେହି ମଧ୍ୟ ନିଜ ପ୍ରତିଶୃତି ରକ୍ଷା କରିପାରିଲେ ନାହିଁ | ଉଭୟ ଦଳର ପ୍ରତିଶୃତି ମିଛ ଥିଲା | କୌଶଲଙ୍କ ବାପାଙ୍କୁ ରାଜୀବ ଗାନ୍ଧୀ କଲେଜରେ ଚାକିରୀ ମିଳିଲା | କିନ୍ତୁ ଦରମା ଏତେ କମ ଥିଲା ଯେ, ସେହି ଦରମାରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା | ସେଥିପାଇଁ କୌଶଲ ପୁଣି କାମ କରିବାକୁ ବାଧ୍ୟ ହେଲା | ସେ ପୂର୍ବରୁ ଯେମିତି କାମ କରୁଥିଲା ଏବେ ମଧ୍ୟ କାମ କରୁଛି |

   Related Posts