ଚାଷୀ ଓ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ କବିତା ମାଧ୍ୟମରେ ଟାର୍ଗେଟ୍ କଲେ ରାହୁଲ ଗାନ୍ଧି, ଜାଣନ୍ତୁ ଲେଖିଛନ୍ତି କ’ଣ ?

Published By : Prameya-News7 Bureau | October 23, 2021 IST

ନୂଆଦିଲ୍ଲୀ ୨୩।୧୦: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଲଗାତାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରୁଛନ୍ତି। ଏଥିରେ ମୁଦ୍ରାସ୍ପିତି ଓ କୃଷକ ସମସ୍ୟା ନେଇ ଟ୍ୱିଟରରେ ରାହୁଲଙ୍କ କବିତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଭାରତ ମହାନ ଥିଲା ଓ ମହାନ ଅଛି ବୋଲି ସେ ଉଲ୍ଲେଖ କରିଥିବା ବେଳେ ମୋଦି ସରକାର ପ୍ରଥମରୁ ବିଫଳ ଥିଲେ ଓ ଏବେ ସମ୍ପୂର୍ଣ୍ଣ ଫେଲ ବୋଲି କହିଛନ୍ତି।

wp:embed {"url":"https://twitter.com/RahulGandhi/status/1451799496346591235","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1451799496346591235
/wp:embed

ସେପଟେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ଉତ୍ତରପ୍ରଦେଶ ଲଳିତପୁରରେ ସାର ଲାଗି ଧାଡିରେ ଛିଡା ହୋଇଥିବା ଚାଷୀଙ୍କ ମୃତ୍ୟୁକୁ ନେଇ ବିଜେପି ଉପରେ ବର୍ଷିଛନ୍ତି। ଚାଷୀଙ୍କ ଧାନ କ୍ରୟ ଲାଗି ସରକାର ବ୍ୟବସ୍ଥାରେ ନିରାଶ ଚାଷୀ ମଣ୍ଡିରେ ନିଜ ଧାନ ଗଦାଇ ନିଆଁ ଲଗାଇବାକୁ ବାଧ୍ୟ ହେଉଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ୟୁପିରେ ଚାଷୀଙ୍କୁ  ନିର୍ଯାତନା ଦେବାରେ ବିଜେପି ସରକାର ସାମାନ୍ୟତମ ଅବହେଳା ମଧ୍ୟ କରୁ ନଥିବା ପ୍ରିୟଙ୍କା ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/priyankagandhi/status/1451765623365660678","type":"rich","providerNameSlug":"twitter","responsive":true}
https://twitter.com/priyankagandhi/status/1451765623365660678
/wp:embed

ଏହା ପୂର୍ବରୁ ରାହୁଲ ଗାନ୍ଧି ଶୁକ୍ରବାର ପୋଷ୍ଟ କରିଥିବା ଟ୍ୱିଟ୍‌ରେ କେନ୍ଦ୍ର ସରକାରଙ୍କ ମେଡି ଇନ ଇଣ୍ଡିଆ କେବଳ ଏକ ପ୍ରହସନ (ଜୁମଲା) ବୋଲି ଉଲ୍ଲେଖ କରିଥିଲେ। ଏକ ଖବର ଆଧାର କରି ରାହୁଲ ଏହି ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ସବୁଥର ଭଳି ଏଥର ବି କେନ୍ଦ୍ର ସରକାର କଥାରେ ଗୋଟେ କାମରେ ଆଉ ଗୋଟେ କରୁଥିବା ଉଲ୍ଲେଖ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.