Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ହାଥରସରେ ରାହୁଲ ଗାନ୍ଧୀ, ପୀଡିତାଙ୍କ ମାଆଙ୍କୁ ଆଲିଙ୍ଗନ କଲେ ପ୍ରିୟଙ୍କା, ବନ୍ଦ କୋଠରୀରେ ଚାଲିଛି ଆଲୋଚନା

3/10/2020 at 8:05 PM

ଲକ୍ଷ୍ନୌ, ୦୩ ।୧୦: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଭଦ୍ରା ଉତ୍ତରପ୍ରଦେଶର ହାଥରସରେ ପହଁଚିଛନ୍ତି । ଏହାସହ ସେ ଦୁଷ୍କର୍ମ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ଏପରିକି ପ୍ରିୟଙ୍କା ପୀଡିତାଙ୍କ ମାଆଙ୍କୁ ଆଲିଙ୍ଗନ କରିଛନ୍ତି । ଏହାସହ ସାନ୍ତ୍ୱନା ମଧ୍ୟ ଦେଇଛନ୍ତି ।

ବହୁ ବାଦ ବିବାଦ ଓ ବିରୋଧ ପରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କୁ ଉତ୍ତର ପ୍ରଦେଶ ସରକାର ହାଥରସ ଯିବାକୁ ଅନୁମତି ଦେଇଥିଲେ। ରାହୁଲ-ପ୍ରିୟଙ୍କାଙ୍କ ସମେତ ଆଉ ୫ ଜଣଙ୍କୁ ହାଥରସ ଯିବାକୁ ଅନୁମତି ମିଳିଥିଲା। ଅନୁମତି ସହ ସାମାଜିକ ଦୂରତା ନିୟମ ପାଳନ କରିବାକୁ କୁହାଯାଇଥିଲା।

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ କଂଗ୍ରେସ ମହାସଚିବ କେସି ବେଣୁଗୋପାଳ, ଲୋକସଭା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ହାଥରସ ଯିବାକୁ ଅନୁମତି ଦିଆଯାଇଥିଲା । ଏହି ନେତାମାନେ ହାଥରସ ଯାଇ ପୀଡିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି ।

   Related Posts