Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ହାଥରସ ମାମଲା: ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇପାରନ୍ତି ପ୍ରିୟଙ୍କା ଗାନ୍ଧି ଓ ରାହୁଲ ଗାନ୍ଧି, ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

1/10/2020 at 11:06 AM

ନୂଆଦିଲ୍ଲୀ ୦୧/୧୦: ଉତ୍ତର ପ୍ରଦେଶ ହାଥରସ୍ ଜିଲ୍ଲା​‌ରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ଯୁବତୀଙ୍କ ପରିବାରକୁ ଆଜି ଭେଟିବାକୁ ଯାଇପାରନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ। ପୋଲିସ ଯେଭଳି ଭାବେ ପୀଡ଼ିତାଙ୍କ ଜୋରଜବରଦସ୍ତି ତାଙ୍କର ଅନ୍ତିମ ସଂସ୍କାର କରିଛି ତାକୁ ନେଇ ଏବେ ଉତ୍ତର ପ୍ରଦେଶ ସରକାର ଓ ପୋଲିସ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହ ଏହି ଘଟଣା ଦେଶବାସୀଙ୍କୁ ଉତ୍ତେଜିତ କରି ରଖିଛି। ତା’ସହ ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି।

ଏହି ସବୁ ମଧ୍ୟରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ  ଦେଖା କରିବା ପାଇଁ ହାଥରସ ଯିବେ ବୋଲି ଆଲୋଚନା ହେଉଛି। ପ୍ରିୟଙ୍କା ସହ ତାଙ୍କ ଭାଇ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାଙ୍ଗରେ ଯାଇପାରନ୍ତି। ପ୍ରିୟଙ୍କା ଓ ରାହୁଲଙ୍କ ହାଥରସ ଯିବା ଖବର ସାମ୍ନାକୁ ଆସିବା ପରେ ଜିଲ୍ଲାରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି। କେବଳ ଏତିକି ନୁହେଁ ସୀମା ମଧ୍ୟ ସିଲ୍ କରାଯାଇଛି। କାରଣ ଗୋଟିଏ ସ୍ଥାନରେ ପାଞ୍ଚ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଅର୍ଥାତ ଅଧିକ ଲୋକ ଏକତ୍ରିତ ହେବାକୁ ଅନୁମତି ମିଳିବ ନାହିଁ।

   Related Posts