Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

କାଶ୍ମୀରରେ ପ୍ରବେଶ କରିବାକୁ ଅନୁମତି ମିଳିନାହିଁ ରାହୁଲ ଗାନ୍ଧୀ ଏବଂ ବିରୋଧୀ ନେତାଙ୍କୁ : ନିରାଶ ହୋଇ ଦିଲ୍ଲୀ ଫେରି ବର୍ଷିଲେ, ସମ୍ବାଦିକଙ୍କୁ ବି ପୋଲିସ କଲା ଦୁର୍ବ୍ୟବହାର

24/08/2019 at 5:52 PM

କାଶ୍ମୀର ୨୪|୮: ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଘାଟିରେ ବାସ୍ତବ ସ୍ଥିତି ପରଖିବାକୁ ଆଜି ରାହୁଲ ଗାନ୍ଧିଙ୍କ ସମେତ ୧୧ ଜଣ ବିରୋଧୀ ଦଳର ନେତା କାଶ୍ମୀର ଯାଇଥିଲେ। ତେବେ ସେମାନଙ୍କୁ ବିମାନ ବନ୍ଦର ବାହାରକୁ ଯିବାକୁ ଅନୁମତି ଦେଇ ନଥିଲା ରାଜ୍ୟ ପ୍ରଶାସନ। ସେଠାରୁ ପୁଣି ଦିଲ୍ଲୀକୁ ପଠାଇ ଦିଆଯାଇଥିଲା ।

କାଶ୍ମୀରରେ ସ୍ଥିତି ସୁଧୁରୁଥିବାବେଳେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ଘାଟିର ମାହୋଲକୁ ବିଗାଡିବାର ଆଶଙ୍କା ପ୍ରକାଶ କରିଛି ରାଜ୍ୟ ପ୍ରଶାସନ। ବିରୋଧୀ ନେତାଙ୍କ ପ୍ରତିକ୍ରିୟା ନେବା ପାଇଁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିବାବେଳେ ପୋଲିସ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଶ୍ରୀନଗରରେ ହାଏ ଡ୍ରାମା। କାଶ୍ମୀରରେ ବିରୋଧୀ ଦଳର ନେତାଙ୍କୁ ନୋ ଏଣ୍ଟ୍ରି। ଧାରା ୩୭୦ ଏବଂ ୩୫ କ ଉଚ୍ଛେଦ ପରେ ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିବାକୁ ଶ୍ରୀନଗରରେ ପହଞ୍ଚିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ୧୧ ଜଣ ବିରୋଧୀ ଦଳର ନେତା। ତେବେ ଶ୍ରୀନଗରର ବିମାନ ବନ୍ଦର ବାହାରକୁ ଏମାନଙ୍କୁ ଯିବାକୁ ଅନୁମତି ମିଳିନଥିଲା । ସେଠାରୁ ହିଁ ପ୍ରଶାସନ ସେମାନଙ୍କୁ ଦିଲ୍ଲୀ ଫେରିଯିବାକୁ କହିଥିଲା । ଯାହାକୁ ନେଇ ବିରୋଧୀ ହଙ୍ଗାମା କରିଥିଲେ । ହେଲେ ସେମାନଙ୍କୁ ସେଠାରୁ ହିଁ ଫେରିବାକୁ ପଡିଛି ।

ରାହୁଲଙ୍କ ସହ ସାମିଲ ହୋଇଥିଲେ ବାମନେତା ଡି ରାଜା,ସୀତାରାମ ୟେଚୁରୀ,କଂଗ୍ରେସ ନେତା ଗୁଲାମ ନବି ଆଜାଦ,ଆନନ୍ଦ ଶର୍ମା,କେ ସି ବେନୁଗୋପାଳ,ଲୋକତାନ୍ତ୍ରିକ ଦଳ ମୁଖ୍ୟ ଶରଦ ଯାଦବ,ତୃଣମୁଳ କଂଗ୍ରେସ ନେତା ଦୀନେଶ ତ୍ରିବେଦି,ଡିଏମକେ ନେତା ଥିରୁଚି ଶିଭା,ଏନସିପି ନେତା ମାଜିଦ ମେନନ,ଆରଜେଡି ନେତା ମନୋଜ ଝା ଏବଂ ଜେଡିୟୁ ନେତା ଡି. କୁପେନ୍ଦ୍ର ରେଡ୍ଡି। କାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଗୁଲାମ ନବି ଆଜାଦ। ସରକାର କାଶ୍ମୀର ସଂପର୍କରେ ଅନେକ କିଛି ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

କାଶ୍ମୀର ସ୍ଥିତି ଧିରେଧିରେ ସୁଧୁରୁଥିବାବେଳେ ଘାଟିରେ ବିରୋଧୀ ନେତାଙ୍କ ଉପସ୍ଥିତ ମାହୋଲ ବିଗାଡିବାର ଆଶଙ୍କା କରିଥିଲା ରାଜ୍ୟ ପ୍ରଶାସନ। ବିରୋଧୀଦଳର ନେତାଙ୍କୁ ଘାଟିକୁ ନ ଆସିବା ପାଇଁ ରାଜ୍ୟପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା।  ଜାମ୍ମୁ କାଶ୍ମୀରକୁ ବିଶେଷ ଅଧିକାର ପ୍ରଦାନ କରୁଥିବା ଧାରା ଉଚ୍ଛେଦ ପରେ ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି ଦଳର ନେତାଙ୍କୁ ଘାଟିକୁ ଆସିବାକୁ ଅନୁମତି ଦିଆଯାଇନି ବୋଲି ପ୍ରଶାସନ କହିଛି । ରାହୁଲଙ୍କ କାଶ୍ମୀର ଗସ୍ତକୁ ବିଜେପି ସମାଲୋଚନା କରିଛି ।

ଯଦି କାଶ୍ମୀରରେ ସ୍ଥିତି ସ୍ବାଭାବିକ ରହିଛି ତେବେ ଘାଟିକୁ ନେତାଙ୍କୁ ଯିବାକୁ କାହିଁକି ଅନୁମତି ଦିଆଯାଉନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଘାଟିରେ ବାସ୍ତବ ସ୍ଥିତି କଣ ରହିଛି ଦେଶବାସୀଙ୍କ ଜାଣିବାର ଅଧିକାର ରହିଛି ବୋଲି କହିଛନ୍ତି ବିରୋଧୀ ନେତା।  ବିମାନ ବନ୍ଦର ବାହାରକୁ ବିରୋଧୀ ନେତାଙ୍କୁ ଛଡା ଯାଇନଥିବା ବେଳେ ସେମାନଙ୍କୁ ପ୍ରତିକ୍ରିୟା ନେବାକୁ ପହଞ୍ଚିଥିବା କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଜାମ୍ମୁ କାଶ୍ମୀର ପୋଲିସ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

   Related Posts