Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କଂଗ୍ରେସରେ ପୁଣି ଫେରିବ ବୟସ୍କ ନେତାଙ୍କ ଦିନ! ରାହୁଲ କହିଲେ ଯୁବକଙ୍କ ଉପରେ ଅଧିକ ଫୋକସ କରିବା ଭୁଲ

9/03/2021 at 4:48 PM

ନୂଆଦିଲ୍ଲୀ ୯।୩: କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ନୀତି ପରିବର୍ତ୍ତନ ନେଇ ସଂକେତ ଦେଇଛନ୍ତି। ଯୁବକଂଗ୍ରେସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏପରି ନେତାଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ଯେଉଁମାନଙ୍କ ହୃଦୟରେ କଂଗ୍ରେସ ରହିଛି। ଏଥିରୁ ଭବିଷ୍ୟତରେ ଦଳ ସେପରି ନେତାଙ୍କ ଉପରେ ଆସ୍ଥା ସ୍ଥାପନ କରିବ ଯେଉଁମାନେ ବୈଚାରିକ ଭାବେ ମଜଭୁତ ବୋଲି କହିଛନ୍ତି ରାହୁଲ।

ଯୁବକଂଗ୍ରେସ ଜାତୀୟ କାର୍ଯ୍ୟକାରଣୀକୁ ସମ୍ବୋଧିତ କରିବା ଅବସରରେ ରାହୁଲଙ୍କ ପ୍ରତିଟି ଶବ୍ଦକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଆଗାମୀ ଜୁନରେ କଂଗ୍ରେସ ସଭାପତି ମନୋନୟନ ହେବ। ଏଥିରେ ହୁଏତ ରାହୁଲ ପୁଣି ଦଳର ମଙ୍ଗ ସମ୍ଭାଳିପାରନ୍ତି ବୋଲି ଏବେ ଆକଳନ କରାଯାଉଛି।  ରାହୁଲ ଯଦି ପୁଣି ଥରେ ଦଳର ଅଧ୍ୟକ୍ଷ ମନୋନୀତ ହୁଅନ୍ତି ତେବେ ସଙ୍ଗଠନରେ ଆମୂଳଚୁଳ ପରିବର୍ତ୍ତନର ଏହା ଏକ ସଂକେତ ବୋଲି ଏବେ ବୁଝା ଯାଉଛି।

୨୦୦୪ ମସିହାରେ ରାହୁଲଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ସେବେଠାରୁ ରାହୁଲ ଦଳରେ ଯୁବ ନେତୃତ୍ୱଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି। କେତେ ନିର୍ବାଚନରେ ରାହୁଲ ଦଳରୁ ଖସୁଥିବା ଯୁବକଙ୍କୁ ଟିକେଟ୍‌ ଦେଇ ରାଜନୀତି ମୁଖ୍ୟଧାରାକୁ ଆଣିଥିବା ମଧ୍ୟ ଦେଖାଯାଇଛି। ସେହିପରି ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ଯୁବନେତାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ଯୁବକଂଗ୍ରେସ ନେତାଙ୍କୁ ସମ୍ବୋଧିତ କରି ରାହୁଲ କୌଣସି ଦଳ ପାଇଁ କର୍ମୀ ଓ କାର୍ଯ୍ୟକର୍ତ୍ତାହିଁ ମୁଖ୍ୟ ଉପାଦାନ ବୋଲି କହିଛନ୍ତି । ସେହିପରି ମହାତ୍ମା ଗାନ୍ଧିଙ୍କ ଅନୁସାରେ ରାଜନୀତିରେ ବିଶ୍ୱାସ ଓ ଭରସା ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ କହିଛନ୍ତି। ଆଜି ଦେଶକୁ ଏପରି ବିଶ୍ୱାସ ଓ ଭରସାର ଆବଶ୍ୟକତା ଦେଖଦେଇଛି। ଏଣୁ ଯୁବକଂଗ୍ରେସ ନେତାଙ୍କୁ ଦଳୀୟ ବିଚାରଧାରାରେ ମଜଭୁତ ହେବା ପାଇଁ ରାହୁଲ ଆହ୍ୱାନ ଦେଇଛନ୍ତି। ଏହା ଛଡା ଯେଉଁମାନେ ଦଳ ଲାଗି ଅଡି ରହିବେ ସେମାନଙ୍କୁ ଭବିଷ୍ୟତାରେ ପୁରସ୍କୃତ କରାଯିବ ବୋଲି ମଧ୍ୟ କାହିଛନ୍ତି।

ସେହିପରି ଦଳ ଛାଡିସାରିଥିବା  ନେତା ଯଦି ପୁଣି ଦଳକୁ ଫେରିବାକୁ ଚାହିଁବେ ତେବେ ଦଳରେ ସେମାନଙ୍କୁ ସ୍ୱାଗତ କରାଯିବ ବୋଲି ରାହୁଲ କହିଛନ୍ତି। ଏପରି ନେତାଙ୍କ ଲାଗି ଦଳର ଦ୍ୱାର ସବୁବେଳେ ଖୋଲା ଅଛି ବୋଲି କହିଛନ୍ତି। ଏଥିରେ ରାହୁଲ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ମଧ୍ୟ ଉଦାହରଣ ଦେଇଥିଲେ। ସେ ଯଦି ଦଳରେ ଥାନ୍ତେ ତେବେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ହେଲେ ଏଥିପାଇଁ ସେ ଦଳ ଛାଡି ଏବେ ବ୍ୟକ୍ ବେଞ୍ଚର ହୋଇଗଲେ ବୋଲି ରାହୁଲ କହିଛନ୍ତି।

   Related Posts