Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ରାହୁଲ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆ କୋଚ୍: ସ୍ପଷ୍ଟ କଲେ ଗାଙ୍ଗୁଲି

15/06/2021 at 3:35 PM

ନୂଆଦିଲ୍ଲୀ ୧୫/୦୬ : ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ହେବେ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହା ସ୍ପଷ୍ଟ କରିଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ଗାଙ୍ଗୁଲି ଶ୍ରୀଲଙ୍କାରେ ସର୍ଟ ସିରିଜ୍ ପାଇଁ ଦ୍ରାବିଡଙ୍କ ନିଯୁକ୍ତି ନିଶ୍ଚିତ କରିଛନ୍ତି। କାରଣ ସେହି ସମୟରେ ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଟିମ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ଟେଷ୍ଟ ମ୍ୟାଚର ସିରିଜ୍ ପ୍ରସ୍ତୁତିରେ ବ୍ୟସ୍ତ ରହିବ। ଦ୍ରାବିଡ ଗତ କିଛି ବର୍ଷ ହେଲା ଭାରତୀୟ ଅଣ୍ଡର -୧୯ ଏବଂ ଇଣ୍ଡିଆ ଏ ଦଳର କୋଚ ଅଛନ୍ତି ଏବଂ ଦଳକୁ ମଜବୁତ କରିଛନ୍ତି।

ଶିଖର ଧୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଚଳିତ ମାସ ଶେଷରେ ଶ୍ରୀଲଙ୍କା ଯିବ। ଏଥିପାଇଁ ଭାରତୀୟ ଖେଳାଳି ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ଖେଳାଳି ଗସ୍ତ ପୂର୍ବରୁ ସୋମବାର ଠାରୁ ୧୪ ଦିନିଆ କ୍ୟାଣ୍ଟିନ ଆରମ୍ଭ କରିଛନ୍ତି।

ଏହାସହ ଟି -୨୦ ବିଶ୍ୱକପ ଆୟୋଜନକୁ ନେଇ ଗାଙ୍ଗୁଲି କହିଛନ୍ତି ଯେ ଟ୍ୟାକ୍ସ ଛାଡ କରିବାକୁ ସେ ଭାରତ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରକାରଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ସମୟ ଅଛି। ଖୁବ ଶୀଘ୍ର ବିସିସିଆଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରେ ଟି -୨୦ ବିଶ୍ୱକପ ଆୟୋଜନ ମୁସ୍କିଲ ଜଣାପଡୁଛି। ଏଭଳି ପରିସ୍ଥିତିରେ ଆଇସିସି ୟୁଏଇକୁ ଏକ ବିକଳ୍ପ ଭାବରେ ରଖିଛି। ଏହି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଆଇସିସି ଜୁନ୍ ୨୮ ପର୍ଯ୍ୟନ୍ତ ବିସିସିଆଇକୁ ସମୟ ଦେଇଛି। ଜୁନ୍ ୧୫ ସୁଦ୍ଧା ଟ୍ୟାକ୍ସ ଛାଡ ବିଷୟରେ ବିସିସିଆଇକୁ ଆଇସିସିକୁ ଜଣାଇବାକୁ ପଡିବ।

   Related Posts