Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଦଳର କୋଚ୍, ଶ୍ରୀଲଙ୍କା ଗସ୍ତରେ ସମ୍ଭାଳିବେ ଦାୟିତ୍ୱ, ୭ ବର୍ଷ ପରେ ‘ଦ ଓ୍ୱାଲ୍‌’ଙ୍କୁ ପୁଣି ସୁଯୋଗ

20/05/2021 at 1:59 PM

ନୂଆଦିଲ୍ଲୀ, ୨୦/୦୫: ଭାରତୀୟ କ୍ରିକେଟ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ତୁତ ହେଉଛି । ଏହି ଗସ୍ତରେ ଭାରତୀୟ ଦଳର କୋଚ୍ ଦାୟିତ୍ୱ ନେବେ ଦି ଓ୍ୱାଲ ରାହୁଲ ଦ୍ରାବିଡ । ତାଙ୍କୁ ଏହି ଗସ୍ତରେ କୋଚିଂ ଦାୟିତ୍ୱ ଦିଆଯାଇଛି  । ଏହି ଗସ୍ତରେ ଦଳ ତିନୋଟି ଦିନିକିଆ ଓ ତିନୋଟି ଟି୨୦ ମ୍ୟାଚ୍ ଖେଳିବ । ଏବେ ରାହୁଲ ଏନସିଏ ମୁଖ୍ୟ ଥିବା ବେଳେ ଭାରତ-ଏ ଓ ଅଣ୍ଡର-୧୯ ଦଳର କୋଚ୍ ଭୂମିକା ତୁଲାଇ ସାରିଛନ୍ତି । ଏବେ ସେ ସିନିୟର ଦଳରେ ସାମିଲ ହେବାକୁ ଯାଉଛନ୍ତି ।

ଜଣେ ଅଧିକାରୀ ଜାତୀୟ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ, ଦଳକୁ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନ ମିଳିବ । ସେ ପୂର୍ବରୁ ସମସ୍ତ ଖେଳାଳିଙ୍କ ସହ ପ୍ରାୟ କାମ କରିସାରିଛନ୍ତି । ଏଥିରେ ଯୁବ ଖେଳାଳିଙ୍କୁ ଅତିରିକ୍ତ ଲାଭ ମିଳିବ । ଦ୍ରାବିଡ ୨୦୧୬ରୁ ୧୯ ଯାଏଁ ଇଣ୍ଡିଆ-ଏ ଓ ଅଣ୍ଡର-୧୯ ଦଳର କୋଚ୍ ରହିଥିଲେ । ସେ କୋଚ୍ ରହିଥିବା ବେଳେ ୨୦୧୬ ଅଣ୍ଡର-୧୯ ବିଶ୍ୱକପ ରନର୍ସ ଅଫ୍ ଥିବା ବେଳେ ୨୦୧୮ ବିଶ୍ୱକପ ଜିତିଥିଲା ଭାରତ । ତାଙ୍କୁ ୨୦୧୯ରେ ବିସିସିଆଇ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ କରିଥିଲା । ୨୦୧୪ରେ ସେ ଇଂଲଣ୍ଡ ଗସ୍ତରେ ଭାରତର ବ୍ୟାଟିଂ ପରାମର୍ଶଦାତା ଭାବେ ଦାୟିତ୍ୱ ତୁଲାଇଥିଲେ ।

ସୂଚନାଯୋଗ୍ୟ, ଭାରତ ଜୁଲାଇ ୫ରେ ଶ୍ରୀଲଙ୍କାରେ ପହଁଚିବ । ପ୍ରଥମ ଦିନିକିଆ ୧୩ ତାରିଖରେ ଖେଳାଯିବ । ଏହାପରେ ଟି୨୦ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେବ । ସମସ୍ତ ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।   

   Related Posts