Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||

ବିରାଟଙ୍କୁ ସତର୍କ କଲେ ଦ୍ରାବିଡ, କହିଲେ…

11/06/2020 at 6:15 PM

ନୂଆଦିଲ୍ଲୀ, ୧୧|୦୬: ମହାନ ବ୍ୟାଟସମ୍ୟାନ ରାହୁଲ ଦ୍ରାବିଡ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ସତର୍କ କରିଛନ୍ତି । ଏଥର କଙ୍ଗାରୁ ଭାରତୀୟ ଦଳକୁ କ଼ଡା ଚ୍ୟାଲେଞ୍ଜ ଦେବ ବୋଲି ଦ୍ରାବିଡ କହିଛନ୍ତି ।

ଦ୍ରାବିଡ କହିଛନ୍ତି ଯେ, ଷ୍ଟିଭ୍ ସ୍ମିଥ୍ ଓ ଡେଭିଡ୍ ଓ୍ୱାର୍ଣ୍ଣର ଚଳିତ ବର୍ଷ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଅଛନ୍ତି । ତେଣୁ ଭାରତକୁ ଟେଷ୍ଟ ସିରିଜରେ ଅଧିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ହେବ । ଏହି ଦୁଇ ଖେଳାଳି ବଲ୍ ଟାମ୍ପରିଂ ମାମଲାରେ ପୂର୍ବରୁ ଦଳରୁ ବାଦ ପଡିଥିଲେ । ସେହି ସମୟରେ ଭାରତ ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜରେ ବିଜୟ ହାସଲ କରିଥିଲା ।

କ୍ରିକେଟରେ ଦି ଓ୍ୱାଲ ଭାବେ ପରିଚିତ ଦ୍ରାବିଡ ଆହୁରି କହିଛନ୍ତି ଯେ, ସ୍ମିଥ୍ ଓ ଓ୍ୱାର୍ଣ୍ଣର ଅଷ୍ଟ୍ରେଲିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଦଳ ତାଙ୍କଠାରୁ ବହୁତ କିଛି ଆଶା କରେ । ସେମାନେ ଓପନର ଭାବେ ଅଧିକରୁ ଅଧିକ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥାନ୍ତି । ଏହି ଦୁଇ ଖେଳାଳି ଭାରତ ପାଇଁ ମୁଣ୍ଡବ୍ୟଥା ସୃଷ୍ଟି କରିପାରନ୍ତି । ବିରାଟ ଓ ତାଙ୍କ ଦଳ ପାଖରେ କଙ୍ଗାରୁକୁ ଟକ୍କର ଦେବା ପାଇଁ କ୍ଷମତା ରହିଛି । ଏହି ଖେଳ ଦେଖିବାକୁ ମଜା ଲାଗିବ ବୋଲି ଦ୍ରାବିଡ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତ ୩ ଡିସେମ୍ବରରୁ ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟିକିଆ ଟେଷ୍ଟ ସିରିଜ ଖେଲିବ । ପ୍ରଥମ ଟେଷ୍ଟ୍ ଡିସେମ୍ବର ୩, ଆଡିଲେଡରେ ଡିସେମ୍ବର ୧୧ରେ ଦ୍ୱିତୀୟ ଟେଷ୍ଟ, ମେଲବର୍ଣ୍ଣରେ ୨୬ରୁ ତୃତୀୟ ଟେଷ୍ଟ୍ ଓ ଜାନୁଆରୀ ୩ରେ ଶେଷ ତଥା ଚତୁର୍ଥ ଟେଷ୍ଟ୍ ଖେଳାଯିବ ।

   Related Posts