ବେନ୍ ଷ୍ଟୋକସଙ୍କ ଉପରେ ଭାରି ପଡିବେ ଅଶ୍ୱିନ, କାରଣ କହିଲେ ଦ୍ରାବିଡ

Published By : Prameya-News7 Bureau | May 10, 2021 IST

ନୂଆଦିଲ୍ଲୀ, ୧୦/୦୫ :    ଭାରତୀୟ ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତ କରିବ । ଏହାସହ ଜୁନ ୧୮ରୁ ୨୨ ମଧ୍ୟରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ବଶ୍ୱ ଚାମ୍ପିଅନସିପ୍ ଖେଳିବ । ଏହାପରେ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ଚଳିତ ଥର ଭାରତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଜିତିବ । ଏନେଇ ପୂର୍ବାନୁମାନ କରିଛନ୍ତି ମହାନ କ୍ରିକେଟର ରାହୁଲ ଦ୍ରାବିଡ । ଏହାସହ କେଉଁ ବୋଲର ବେନ୍ ଷ୍ଟୋକସଙ୍କ ବିପକ୍ଷରେ ପ୍ରଭାବି ସାବ୍ୟସ୍ତ ହେବେ ତାହା ମଧ୍ୟ କହିଛନ୍ତି ଦ୍ରାବିଡ ।

{"id":450625,"sizeSlug":"large","linkDestination":"none"}

ଡ୍ରାବିଡ ଲାଇଭ୍ ଆଡ୍ ଇଣ୍ଡିଆ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତ ପାଖରେ ସିରିଜ୍ ଜିତିବାର ସୁଯୋଗ ରହିଛି । ଇଂଲଣ୍ଡର ବୋଲିଂ ବିଭାଗକୁ ନେଇ କୌଣସି ସନ୍ଦେହ ନାହିଁ । ଇଂଲଣ୍ଡର ଟପ୍ ୭ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଜୋ ରୁଟ୍ ଅଛନ୍ତି । ବେନ୍ ଷ୍ଟୋକସ୍ ଭଲ ଅଲରାଉଣ୍ଡର । ସେ ଆର ଅଶ୍ୱିନଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ । ଏହା ମଜାଦାର ମୁକାବିଲା ହେବ । ଅଶ୍ୱିନ ଭାରତରେ ଷ୍ଟୋକସଙ୍କ ବିପକ୍ଷରେ ଭଲ ବୋଲିଂ କରିଥିଲେ ।

ଦ୍ରାବିଡ ଆହୁରି କହିଛନ୍ତି ଯେ, ଭାରତ ପାଖରେ ଆତ୍ମବିଶ୍ୱାସ ରହିଛି । ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଦଳ ୩-୨ରେ ସିରିଜ ଜିତିପାରେ । ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଏକ ମାସ ଇଂଲଣ୍ଡରେ ରହିବ । ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମଧ୍ୟ ରହିଛି । ତେବେ ସବୁ ପରିସ୍ଥିତି ଉପରେ ଧ୍ୟାନ ଦେବାକୁ ପଡିବ । ପରିସ୍ଥିତି ସହ ଖାପ ଖୁଆଇପାରିଲେ ବିଜୟ ସହଜ ହେବ । ୪୦-୫୦ ଓଭର ପରେ ବି ବଲ୍ ସ୍ୱିଂ କରିପାରେ । ଭାରତ ୨୦ ଖେଳାଳିଙ୍କୁ ଚୟନ କରିଛି । ଏହାସହ ଅତିରିକ୍ତ ଖେଳାଳି ମଧ୍ୟ ରହିବେ । ଚୂଡାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ ବୋଲି ଦ୍ରାବିଡ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.