ରୋହିତ ଶର୍ମାଙ୍କ ମିଶନ ଅଷ୍ଟ୍ରେଲିଆ, ରାହୁଲ ଦ୍ରାବିଡଙ୍କ ସହ କରୁଛନ୍ତି ପ୍ରାକ୍ଟିସ୍

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ,୨୦/୧୧:  ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରି ଦିନିକିଆ ଓ ଟେଷ୍ଟ୍ ମ୍ୟାଚ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି । ରୋହିତ ଶର୍ମା ମଧ୍ୟ ପଛରେ ନାହାଁନ୍ତି । ସେ ଟେଷ୍ଟ୍ ସିରିଜ ପାଇଁ ବେଙ୍ଗାଲୁରୁରେ କଠିନ ଅଭ୍ୟାସ କରୁଛନ୍ତି । ରୋହିତ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ୍ ଆକାଡେମୀରେ ପହଁଚିଛନ୍ତି । ସେଠାରେ ସେ ରାହୁଲ ଦ୍ରାବିଡଙ୍କ ତତ୍ୱାବଧାନରେ ପ୍ରାକ୍ଟିସ କରୁଛନ୍ତି ।

ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହ ସାମିଲ ହେବା ପାଇଁ ରୋହିତ ବେଙ୍ଗାଲୁରୁ ଏନସିଏରେ ଫିଟନେସ୍ ଟ୍ରେନିଂ ଆରମ୍ଭ କରିଛନ୍ତି । ତେବେ ରୋହିତଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇ ନାହିଁ । ପ୍ରଥମେ ତାଙ୍କୁ ଟେଷ୍ଟ୍ ଦଳରେ ମଧ୍ୟ ସ୍ଥାନ ମିଳିନଥିଲା । କିନ୍ତୁ ଆଇପିଏଲ ଫାଇନାଲ ଓ ଦୁଇଟି ଲିଗ୍ ମ୍ୟାଚ୍ ଖେଳିବା ପରେ ଟେଷ୍ଟ୍ ଦଳରେ ସ୍ଥାନ ମିଳିଥିଲା ।

{"id":364624,"sizeSlug":"large"}

କିନ୍ତୁ ରୋହିତ ବିସିସିଆଇର ସଫେଇ ପରେ ଭିନ୍ନ କଥା କହିଥିଲେ । ସେ କହିଥିଲେ ଯେ, ସେ ବିଲକୁଲ୍ ଫିଟ୍ ଅଛନ୍ତି । ଏହାକୁ ନେଇ ବିବାଦ ମଧ୍ୟ ହୋଇଥିଲା । ଏପରିକି ଆଇପିଏଲ ଫାଇନଲାରେ ସେ ଦମଦାର ୬୮ ରନ୍ କରିଥିଲେ ।

ସୂଚନାଯୋଗ୍ୟ, ଏବେ ରୋହିତଙ୍କ ପିଟନେସ୍ ବହୁତ ଗୁରୁତ୍ୱ ବହନ କରେ । କାରଣ ନିୟମିତ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍ ପରେ ଭାରତ ଫେରି ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.