Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କିଏ ହେବେ ଭାରତର ପରବର୍ତ୍ତୀ ଅଧିନାୟକ, ରାହୁଲ ଦ୍ରାବିଡ ଦେଲେ ଏପରି ସଙ୍କେତ…

5/11/2021 at 9:45 AM

ନୂଆଦିଲ୍ଲୀ ୦୫।୧୧ :  ଭାରତର ନୂଆ କୋଚ୍ ହେବେ ରାହୁଲ ଦ୍ରାବିଡ । ଦି ଓ୍ୱାଲ ଭାବେ ପରିଚିତ ଦ୍ରାବିଡ ରବି ଶାସ୍ତ୍ରୀଙ୍କ ପରେ ଦଳର କୋଚିଂ ଦାୟିତ୍ୱ ନେବେ । ଟି୨୦ ବିଶ୍ୱକପ ପରେ ଶାସ୍ତ୍ରୀଙ୍କ ଅବଧି ଶେଷ ହେବ । ସେ କାର୍ଯ୍ୟକାଳ ବଢାଇବା ପାଇଁ ମଧ୍ୟ ଆବେଦନ କରିନଥିଲେ ।

ଦୀର୍ଘଦିନ ହେବ ଦ୍ରାବିଡ ଦଳର କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ ପୂର୍ବରୁ ଭାରତୀୟ ଏ ଓ ଅଣ୍ଡର ୧୯ରେ କୋଚ୍ ଥିଲେ । ତାଙ୍କ ସମୟରେ ଉଭୟ ଟିମ୍ ସଫଳ ହୋଇଥିଲା । ଏହାସହ ସେ ଜାତୀୟ କ୍ରିକେଟ୍ ଆକାଡେମୀର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ । ସେହିପରି ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ବେଳେ କୋଚ୍ ଥିଲେ ରାହୁଲ । ଏହି ସିରିଜରେ ଭାରତ ଶ୍ରୀଲଙ୍କା ଉପରେ ଭାରି ପଡିଥିଲା ।

ଦ୍ରାବିଡ ଏବେ ଅଧିନାୟକ ବିରାଟ କୋହଲିଙ୍କ ସହ କାମ କରିବେ । କିନ୍ତୁ କୋହଲି ଟି୨୦ ବିଶ୍ୱକପ ପରେ ନେତୃତ୍ୱ ଛାଡିବେ ବୋଲି କହି ସାରିଛନ୍ତି । ପରବର୍ତ୍ତୀ କ୍ୟାପ୍ଟେନ୍ କିଏ ହେବ ତାକୁ ନେଇ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଯାଇଛି ।  ତେବେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଦି ଓ୍ୱାଲ କହିଛନ୍ତି ଯେ, ଦଳ ଟି୨୦ ପରି ଦିନିକିଆରେ ମଧ୍ୟ ନୂଆ ଅଧିନାୟକ ସନ୍ଧାନରେ ରହିଛି । ରୋହିତ ଶର୍ମା ହେଉଛନ୍ତି ଏବେକାର ସମୟରେ ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ଅଟନ୍ତି । କିନ୍ତୁ ବୋର୍ଡର ନିଷ୍ପତ୍ତି ହିଁ ଚୂଡାନ୍ତ । ଆବଶ୍ୟକ ବେଳେ ଯୁବ ଖେଳାଳିଙ୍କୁ ଏହି ଦାୟିଚ୍ୱ ଦିଆଯାଇପାରେ । କେ ଏଲ ରାହୁଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।

ରୋହିତ ଶର୍ମା ହେଉଛନ୍ତି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ଜିତିଛି । ତାଙ୍କ ନେତୃତ୍ୱରେ ଭାରତ ନିଦାହସ ଓ ଏସିଆ କପ-୨୦୧୮ ଚାମ୍ପିଅନ ହୋଇଥିଲା । ତାଙ୍କ ଶାନ୍ତ ସ୍ୱଭାବ ଓ ପରିସ୍ଥିତିକୁ ବୁଝିବା ଶକ୍ତି ରହିଛି । ଯଦି କୋହଲି ଦିନିକିଆ ଫର୍ମାଟରେ ଅଧିନାୟକ ପଦ ଛାଡନ୍ତି ତେବେ ରୋହିତ ହିଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।

   Related Posts