Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରେସ୍‌ ପାଇଁ ସମୟ ମାଗିଲେ ରାହୁଲ ଦ୍ରାବିଡ : ‘ଦି ଓ୍ବାଲଙ୍କୁ’ ନେଇ ଏମିତି କହିଲେ ବିସିସିଆଇ ଅଧ୍ୟକ୍ଷ

22/10/2021 at 9:11 PM

ନୂଆଦିଲ୍ଲୀ ୨୨/୧୦ : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶୁକ୍ରବାର କହିଛନ୍ତି, ରାହୁଲ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ୍‌ ହେବା ନେଇ ବର୍ତ୍ତମାନ କୌଣସି ଆଲୋଚନା ହୋଇନାହିଁ । ଦ୍ରାବିଡ କୋଚ୍‌ ହେବେ କି ନାହିଁ ସେଥିପାଇଁ ସେ ସମୟ ମାଗିଛନ୍ତି । ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଆଉ କିଛଇ ଦିନ ପରେ ଶେ​‌ଷ ହେଉଥିବାରୁ ତାଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍‌ କରାଯିବା ନେଇ କଳ୍ପନାଜଳ୍ପନା ଲାଗିରହିଛି ।

ତେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେବାକୁ ସମୟ ମାଗିଛନ୍ତି ରାହୁଲ ଦ୍ରାବିଡ୍ । ଟି-୨୦ ବିଶ୍ବକପ ପରେ ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କର କାର୍ଯ୍ୟକାଳ ଶେଷ ହେଉଛି । କିଛି ଦିନ ପୂର୍ବରୁ ଦ୍ରାବିଡ ମୁଖ୍ୟ କୋଚ୍‌ ହେବା ନେଇ ରାଜିଥିବା କଥା ଶୁଣାଯାଇଥିଲା । କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନଥିବା ଜଣାପଡିଛି । ସେ ଟିମର ମଙ୍ଗ ଧରିବା ପାଇଁ ଆଉ କିଛି ସମୟ ଚାହୁଁଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ରାହୁଲ ଦ୍ରାବିଡ ବର୍ତ୍ତମାନ ନେସନାଲ କ୍ରିକେଟ ଏକାଡେମୀ (NCA) ବେଙ୍ଗାଲୁରୁର ମୁଖ୍ୟ କୋଚ୍‌ ରହିଛନ୍ତି । ତେଣୁ ଯଦି ସେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ପାଇଁ ନୋମିନେସନ୍‌ କରନ୍ତି ତେବେ ତାଙ୍କୁ ଏହି ପଦରୁ ଅବ୍ୟାହତି ନେବାକୁ ପଡିବ । ଦ୍ରାବିଡ ପୂର୍ବରୁ ଭାରତୀୟ ୧୯ ବର୍ଷରୁ କମ ବୟସ୍କ ଟିମ ଏବଂ ଇଣ୍ଡିଆ-ଏ ଦଳର କୋଚ୍ ରହିସାରିଛନ୍ତି । ତେବେ ଯଦି ଦ୍ରାବିଡ ଭାରତୀୟ ଦଳର କୋଚ ହୁଅନ୍ତି, ପୂର୍ବତନ ମହାନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ବେଙ୍ଗାଲୁରୁ ଏନ୍‌ସିଏର ମୁଖ୍ୟ କୋଚ୍‌ ଦାୟିତ୍ବ ନେବେ  ।

   Related Posts