କପିଲ ଦେବଙ୍କ ପାଇଁ ଅବସର ପରେ ଦ୍ରାବିଡ ପାଇଥିଲେ ଅନେକ ବିକଳ୍ପ, କ୍ରିକେଟ ସହ ଯୋଡି ହୋଇ ରହିବାକୁ ମିଳିଥିଲା ସୁଯୋଗ

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ, ୧୯|୦୭: କପିଲ ଦେବଙ୍କ ପାଇଁ ଅବସର ନେବା ପରେ ମଧ୍ୟ କ୍ରିକେଟ ସହ ଜଡିତ ରହିଛି । ଅବସର ପରେ ଅନେକ ବିକଳ୍ପ ମିଳିଛି । ଏଥିପାଇଁ କପିଲଙ୍କ ପରାମର୍ଶ ଅନେକ କାମରେ ଆସିଛି ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାକର ରାହୁଲ ଦ୍ରାବିଡ୍ ।

{"id":302373,"width":688,"height":458,"sizeSlug":"large"}

ଦି ଓ୍ୱାଲ୍ ଭାବେ ପରିଚିତ ରାହୁଲ ଦ୍ରାବିଡ୍ କହିଛନ୍ତି ଯେ, ସେ ଅବସର ନେବା ପରେ ଅଣ୍ଡର-୧୯ ଦଳର କୋଚ୍ ଭାବେ ଦାୟିତ୍ୱ ମିଳିଥିଲା । କ୍ୟାରିଅର ଶେଷରେ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଭାର ମିଳିଥିଲା । ଖେଳ ବନ୍ଦ କରିବା ପରେ ବହୁତ କମ ବିକଳ୍ପ ଥିଲା । କଣ କରିବା ଉଚିତ୍ ତାହା ସେ ଜାଣିପାରି ନଥିଲେ । କିନ୍ତୁ କପିଲ ଦେବଙ୍କ ପରାମର୍ଶ ଅନେକ କାମରେ ଆସିଥିଲା । କଣ କରିବା ପସନ୍ଦ ବୋଲି କପିଲ ତାଙ୍କୁ ବୁଝାଇଥିଲେ ।

ଦ୍ରାବିଡ ଆହୁରି କହିଛନ୍ତି ଯେ, ପ୍ରଥମେ ତାଙ୍କୁ କମେଣ୍ଟ୍ରି କରିବା ପସନ୍ଦ ଆସିଥିଲା । ପରେ ସେ ଖେଳାଳିଙ୍କ ସହ ଯୋଡି ହୋଇ ରହିବେ ବୋଲି ଭାବିଥିଲେ । କୋଚିଂ ଦେବାକୁ ମନସ୍ଥ କରିଥିଲେ । ଫଳରେ ଅନେକ ଖେଳାଳିଙ୍କ ସହ କାମ କରିବା ପାଇଁ ସୁଯୋଗ ମିଳିଛି ।

୧୯୯୬ରୁ ୨୦୧୨ ଯାଏଁ ଦ୍ରାବିଡ ୧୬୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ସେ ୧୩,୨୮୮ ରନ ସ୍କୋର କରିଛନ୍ତି । ଏବେ ସେ ନ୍ୟାଶନାଲ କ୍ରିକେଟ୍ ଆସୋସିଏସନର କ୍ରିକେଟ ପ୍ରମୁଖ ରହିଛନ୍ତି । ଏଠାରେ ନୂଆ ଖେଳାଳିଙ୍କୁ କୋଚିଂ ଦିଆଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.