Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଟିମ ଇଣ୍ଡିଆର ବୋଲିଂ କୋଚ୍ ପାଇଁ ଆବେଦନ କଲେ ପାରସ୍, ମୁଖ୍ୟ କୋଚ ହେବେ ଦ୍ରାବିଡ !

27/10/2021 at 11:56 AM

ନୂଆଦିଲ୍ଲୀ ୨୭/୧୦: ଟିମ ଇଣ୍ଡିଆର ବୋଲିଂ କୋଚ୍ ପାଇଁ ଆବେଦନ କଲେ ପାରସ୍ ମାହାମ୍ବ୍ରେ । ସେହିଭଳି ମୁଖ୍ୟ କୋଚ ହେବେ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ ପ୍ରଶିକ୍ଷକ ଚୟନ ପାଇଁ ନିକଟରେ ବିସିସିଆଇ ବିଜ୍ଞାପନ ବାହାର କରିଥିଲା । ଟି-୨୦ ବିଶ୍ୱକପ ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ ସେ ଏହି ପଦରେ ଆଉ ରହିବାକୁ ଚାହୁଁନାହାଁନ୍ତି ବୋଲି ଦର୍ଶାଇଛନ୍ତି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାରେ ଦ୍ରାବିଡଙ୍କ ନାମ ଆଗରେ ରହିଛି ।

ବର୍ତ୍ତମାନ ତାଙ୍କ ଆବେଦନ ପରେ ଏହି ସମ୍ଭାବନା ଆହୁରି ବଢିଯାଇଛି । ସେହିପରି ନାସନାଲ କ୍ରିକେଟ୍ ଏକାଡେମୀର ଦାୟିତ୍ୱ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦିଆଯାଇପାରେ । ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ଦ୍ରାବିଡ଼ଙ୍କର ଅନେକ ଅଭିଜ୍ଞତା ଅଛି ଏବଂ ତାଙ୍କ ତତ୍ତ୍ୱାବଧାନରେ ଏନସିଏର ଅନେକ ଯୁବ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଛାପ ଛାଡ଼ିଛନ୍ତି ।

ସେହିପରି ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଭାରତର ବହୁ ସଫଳ ଏ ଏବଂ U-19 ଦଳ କାର୍ଯ୍ୟକ୍ରମ ପଛରେ ଥିବା ଅନ୍ୟତମ ଭାରତର ପୂର୍ବତନ ପେସର ପାରସ ମାହାମ୍ବ୍ରେ ବରିଷ୍ଠ ଦଳର ବୋଲିଂ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିଛନ୍ତି । ପ୍ରାୟ ଏକ ଦଶନ୍ଧି ଧରି ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ନିୟୋଜିତ ଥିବା ପାରସଙ୍କୁ ରାହୁଲ ଦ୍ରାବିଡଙ୍କ ଦୀର୍ଘ ଦିନର ବିଶ୍ୱସ୍ତ ଲେଫ୍ଟନାଣ୍ଟ ଭାବରେ ବିବେଚନା କରାଯାଏ ।

   Related Posts