Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

କାହିଁକି ରାଗିଲେ ‘ଦ ଓ୍ଵାଲ’, ବ୍ୟାଟ୍ ଧରି କାରର କାଚ୍ ଭାଙ୍ଗି ଦେଲେ, ଦ୍ରାବିଡଙ୍କ ଏମିତି ରୂପ ଦେଖି ବିଶ୍ଵାସ କରି ପାରୁନାହାନ୍ତି ବିରାଟ କୋହଲି

9/04/2021 at 6:48 PM

ନୂଆଦିଲ୍ଲୀ ୦୯।୦୪: ଭାରତର ମହାନ ବ୍ୟାଟସମ୍ୟାନ ରାହୁଲ ଦ୍ରାବିଡ ବହୁତ ଶାନ୍ତ ଏବଂ ସଂଯମ କ୍ରିକେଟ୍‌ର ଭାବେ ପରିଚିତ। ତାଙ୍କୁ ଭାରତର ଦ ଓ୍ଵାଲ କୁହାଯାଏ। କିନ୍ତୁ ଆପଣ କେବେ ବିଶ୍ଵାସ କରିବେ କି, ରାହୁଲ ରାଗରେ କାରର କାଚ ଭାଙ୍ଗି ଦେଉଛନ୍ତି। ସେ କାରରୁ ଓହ୍ଲାଇ ନିଜକୁ ଗୁଣ୍ଡା ବୋଲି କହିଛନ୍ତି। ଏହି ଦୃଶ୍ୟ ଦେଖିଥିବା ଲୋକେ ମଧ୍ୟ ନିଜକୁ ବିଶ୍ଵାସ କରୁ ପାରୁ ନାହାନ୍ତି ଯେ, ଦ୍ରାବିଡ ଏମିତି ରାଗି ପାରନ୍ତି। ଏପରିକି  ଦ୍ରାବିଡଙ୍କ ଏହି ରୂପ ଦେଖି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଆଶ୍ଚର୍ଯ୍ୟ। ସେ ଏହାର ଭିଡିଓ ଟ୍ଵିଟ୍ କରି ଲେଖିଛନ୍ତି ଯେ, ରାହୁଲ ଭାଇ ଆପଣଙ୍କ ଏହି  ଅନ୍ଦାଜ କେବେ ବି ଦେଖିନି।

୪୮ ବର୍ଷୀୟ ରାହୁଲ ଦ୍ରାବିଡ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। ସତ କହିବାଗକୁ ଗଲେ ରାହୁଲଙ୍କ ଏହି ଦୃଶ୍ୟ ଏକ ବିଜ୍ଞାପନର। ଯେଉଁଥିରେ ସେ ରାଗରେ ଅନ୍ୟ କାରର ସାଇଡ୍‌ ମିରରକୁ ନିଜ ବ୍ୟାଟରେ ଭାଙ୍ଗି ଦେଉଛନ୍ତି। ଏହି ବିଜ୍ଞାପନର ଭିଡିଓକୁ ବିରାଟ ଟ୍ଵିଟ୍ କରି ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି।

୧୬୪ ଟେଷ୍ଟ, ୩୪୪ ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରାହୁଲ ପଡିଆରେ ବହୁତ ଶାନ୍ତ ସ୍ଵଭାବ ପାଇଁ ପରିଚିତ। ବୋଧହୁଏ ତାଙ୍କୁ କ୍ରୋଧିତ ହେବା କେହି କେବେ ଦେଖି ନାହାନ୍ତି। ତେଣୁ ତାଙ୍କର ଏହି ବିଜ୍ଞାପନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି କାରଣରୁ ଟ୍ଵିଟ୍‌ରରେ ରାହୁଲ ଟପ୍‌ ଟ୍ରେଣ୍ଡରେ ଅଛନ୍ତି। ଏହି ବିଜ୍ଞାପନରେ ରାହୁଲ ଦ୍ରାବିଡ ସଡକରେ ରାଗ ତମ ତମ ହୋଇ ଲୋକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଅତି କ୍ରୋଧିତ ହୋଇ ରାହୁଲ ବ୍ୟାଟ୍‌ ଧରି ନିଜ କାର କଡରେ ଥିବା ଅନ୍ୟ କାରର ସାଇଡ୍‌ କାଚ୍ ଭାଙ୍ଗି ଦେଉଛନ୍ତି। ପୁଣି ନିଜ ସିଟ୍‌ରୁ ଉଠି ଜୋରଦାର ଚିତ୍କାର କରି ନିଜକୁ ବଡ ଗୁଣ୍ଡା ବୋଲି କହୁଛନ୍ତି।

ସୂଚନାଯୋଗ୍ୟ, ରାହୁଲ ନିଜ କ୍ୟାରିୟରରେ ଦିନିକିଆ ଓ ଟେଷ୍ଟ ଦୁଇ ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ କରିଛନ୍ତି। ୨୮୬ଟି ଟେଷ୍ଟ ଇନିଂସରୁ ମୋଟ୍ ୧୩୨୮୮ ରନ ଏବଂ ଦିନିକିଆରେ ୩୯.୧୬ ହାରରେ ୧୦୮୮୯ ରନ କରିଛନ୍ତି।  

   Related Posts