ବ୍ରିସବେନ୍ ବିଜୟ ପଛରେ 'ଦି ଓ୍ୱାଲ' ଫର୍ମୁଲା, ମଜବୁତ ଭାରତୀୟ ଦଳ ପଛରେ କିଏ ସେହି କୋଚ୍ ?

Published By : Prameya-News7 Bureau | January 21, 2021 IST

ନୂଆଦିଲ୍ଲୀ, ୨୧|୦୧:  ଭାରତ ଗାବା ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୩ ଓ୍ୱିକେଟରେ ପରାସ୍ତ କରି ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ନାମରେ କରିଛି । ଏହାସହ ଭାରତ ୨-୧ରେ ସିରିଜ ଜିତିବା ସହ ଅଷ୍ଟ୍ରେଲିଆରେ ଇତିହାସ ରଚିଛି । ଅଷ୍ଟ୍ରେଲିଆ ଗାବାରେ ୩୨ ବର୍ଷ ପରେ ପରାଜୟର ସ୍ୱାଦ ଚାଖିଛି । ଦଳରେ ଅନେକ ବରିଷ୍ଠ ଖେଳାଳି ଅନୁପସ୍ଥିତ ଥିଲେ । ତେବେ କେବଳ ଯୁବ ଖେଳାଳିଙ୍କ ପାଇଁ ଭାରତ ଏହି ସିରିଜ ଉପରେ କବଜା କରିଛି । ତେବେ ବିଜୟର ଶ୍ରେୟ ଅନେକ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଦେଉଛନ୍ତି ।

ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓ୍ୱାଶିଂଟନ ସୁନ୍ଦର ଓ ଋଶଭ ପନ୍ତ ଦ୍ରାବିଡଙ୍କ ପରାମର୍ଶରେ ହିଁ ଅଭ୍ୟାସ କରିଥାନ୍ତି । ସେମାନଙ୍କ କୋଚିଂ ଦାୟିତ୍ୱ ଦ୍ରାବିଡଙ୍କ ହାତରେ ରହିଥିଲା । ସେହିପରି ଶୁଭମନ ଗିଲ୍ ଓ ପୃଥ୍ୱୀ ଶ ମଧ୍ୟ ରାହୁଲଙ୍କ ଦ୍ୱିତୀୟ ବ୍ୟାଚର ଖେଳାଳି । କାରଣ ଗତ ୬ ବର୍ଷ ହେବ ରାହୁଲ ଅଣ୍ଡର-୧୯ ଓ ଇଣ୍ଡିଆ-ଏ ଖେଳାଳିଙ୍କ ପ୍ରଶିକ୍ଷକ ଦାୟିତ୍ୱ ତୁଲାଉଛନ୍ତି । ଏହାସହ ଜାତୀୟ କ୍ରିକେଟ ଆକାଡେମୀର ନିର୍ଦ୍ଦେଶକ ମଧ୍ୟ ଦ୍ରାବିଡ ରହିଛନ୍ତି ।

ଦ୍ରାବିଡଙ୍କ ବ୍ୟାଟିଂ ଶୈଳୀ ସ୍ୱତନ୍ତ୍ର । ସେ ଖେଳାଳିଙ୍କୁ ଠିକ ଭାବେ ପରଖିବା ସହ ଦୁର୍ବଳତାକୁ ବୁଝିଥାନ୍ତି । କଣ କଲେ ଜଣେ ଖେଳାଳି ଭଲ ପ୍ରଦର୍ଶନ କରିବ ତାହା ଦ୍ରାବିଡଙ୍କୁ ଭଲ ଭାବେ ଜଣା । ଏନସିଏରେ ଅଣ୍ଡର-୧୯ ଓ ଇଣ୍ଡିଆ-ଏର ଅନୁବନ୍ଧିତ ପ୍ରାୟ ୩୦ ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯାଏ । ସମସ୍ତ ଖେଳାଳିଙ୍କ ଦକ୍ଷତା ଆଧାରରେ ଟ୍ରେନିଂ ଦିଆଯାଏ । କେଉଁ ଆଙ୍ଗେଲରେ ବ୍ୟାଟିଂ କରିହେବ, ବଲର ଗତିକୁ କିପରି ଦିଗ ଦିଆଯିବ ତାହା ଏଠାରେ ଶିଖାଯାଏ । ମହମ୍ମଦ ସିରାଜ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଭଳି ଖେଳାଲି ଏଠାରୁ ତାୱିମ ନେଇ ଭାରତ-ଏ ରେ ସ୍ଥାନ ପକ୍କା କରିଛନ୍ତି ।

{"id":395798,"sizeSlug":"large","linkDestination":"none"}

ଭାରତୀୟ ଦଳର ପୂର୍ବତନ ଚୟନକର୍ତ୍ତା ଦେବଙ୍ଗ ଗାନ୍ଧୀ କହିଛନ୍ତି ଯେ, ଘରୋଇ କ୍ରିକେଟରେ ଭଲ ଖେଳୁଥିବା ଖେଳାଳିଙ୍କୁ ତାମିଲ ଦିଆଯାଏ। ପରେ ଭାରତୀୟ ଦଳରେ ସେମାନଙ୍କ ଶ୍ରେଷ୍ଠତା ଅନୁସାରେ ସ୍ଥାନ ମିଳେ । କାହାକୁ ସ୍ଥାନ ମିଳିବ ତାହା ଚୟନକର୍ତ୍ତାଙ୍କ କାମ । ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଆବଶ୍ୟକ ।

ଅଷ୍ଟ୍ରେଲିଆରେ ଖେଳାଳିମାନେ ଯେପରି ପ୍ରଦର୍ଶନ କଲେ ତାହା ପଛରେ ବିସିସିଆଇ, ଚୟନକର୍ତ୍ତା ଓ ଏନସିଏର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଅଧିକରୁ ଅଧିକ ଖେଳାଳିଙ୍କୁ ଏନସିଏରୁ ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଉଛି । ଏହି ତିନି ଜଣଙ୍କ ମଧ୍ୟରେ ରାହୁଲ ଦ୍ରାବିଡ ହିଁ ଯୋଗସୂତ୍ର ରକ୍ଷା କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.