କଳ୍ପନା ଜଳ୍ପନାର ଅନ୍ତ, ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ହେଲେ ରାହୁଲ ଦ୍ରାବିଡ

Published By : Prameya-News7 Bureau | November 03, 2021 IST

ନୂଆଦିଲ୍ଲୀ ୦୩/୧୧: ଭାରତୀୟ କ୍ରିକେଟ ଟିମ୍‌ରେ ମୁଖ୍ୟ କୋଚ୍‌ଙ୍କୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବୁଧବାର ବିସିସିଆଇ ହଠାତ ବିଜ୍ଞପ୍ତି ଜାରି କରି ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ବୋଲି ଘୋଷଣା କରିଛି । ସେ ୨୦୨୩ ପର୍ଯ୍ୟନ୍ତ ଟିମ୍‌ର କୋଚ୍‌ ରହିବେ ।

wp:html /wp:html

ଦୁବାଇରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହା ଦ୍ରାବିଡଙ୍କୁ ଟି-୨୦ ବିଶ୍ବକପ୍‌ ପରେ ଭାରତୀୟ ଟିମ୍‌ର କୋଚ୍‌ ହେବାକୁ ରାଜି କରାଇଥିଲେ। ସେପଟେ ଦ୍ରାବିଡ୍‌ ହେଡ୍‌ କୋଚ୍‌ ନିଯୁକ୍ତ ହେବା ପରେ ଏହାକୁ ସୌରଭ ଗାଙ୍ଗୁଲି ସ୍ବାଗତ କରିଛନ୍ତି।

wp:html /wp:html

ରାଷ୍ଟ୍ରୀୟ କ୍ରିକେଟ ଆକାଡେମୀ (ଏନସିଏ)ର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି ଦି ଓ୍ବାଲ୍‌ ରାହୁଲ ଦ୍ରାବିଡ୍‌ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ନଭେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ସିରିଜ୍‌ ପାଇଁ ପୂର୍ବତନ କ୍ୟାପ୍ଟେନ ରାହୁଲ ଦ୍ରାବିଡ୍‌ କୋଚ୍‌ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।  ରବି ଶାସ୍ତ୍ରୀଙ୍କ ସ୍ଥାନରେ ହେଡ୍‌ କୋଚ୍‌ ପାଇଁ ଆବେଦନ କରିବାକୁ ଅକ୍ଟୋବର ୨୬ରେ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଚଳିତ ଟି-୨୦ ବିଶ୍ବକପ୍‌ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.