୨ ବର୍ଷ ପାଇଁ ନ୍ୟାସନାଲ କ୍ରିକେଟ ଆକାଡେମୀ ମୁଖ୍ୟ ନିଯୁକ୍ତ ହେଲେ ରାହୁଲ ଦ୍ରାବିଡ

Published By : Prameya-News7 Bureau | June 29, 2019 IST

ବେଙ୍ଗାଲୁରୁ:  ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ୍ ଆକାଡେମୀ (ଏନସିଏ)ର ମୁଖ୍ୟ ଅବସ୍ଥାପିତ କରାଯାଇଛି। ଜୁଲାଇ ୧ ତାରିଖରୁ ଦ୍ରାବିଡ ଏହି ପଦବୀରେ କାର୍ଯ୍ୟ ଆରମ୍ଭ କରିବାକୁ ଥିବା ବେଳେ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ଅବସ୍ଥାପିତ ରହିବେ। ଏନସିଏ ମୁଖ୍ୟ ଭାବେ ରାହୁଲ ଏଠାରେ ଆଗାମୀ ପିଢୀର କ୍ରିକେଟରଙ୍କୁ ଗଢିବା ସହ ଜୁନିୟର କ୍ରିକେଟରଙ୍କ ରୋଡମ୍ୟାପ ପ୍ରସ୍ତୁତ କରିବେ।

{"id":128737}

ଏନସିଏ ମୁଖ୍ୟ ଭାବେ ରାହୁଲ କ୍ଷେତ୍ରୀୟ କ୍ରିକେଟ୍ ଆକାଡେମୀମାନଙ୍କର କୋଚିଂ ଷ୍ଟାଫଙ୍କ ନିଯୁକ୍ତି ସମେତ ଆଗାମୀ ମହିଳା କ୍ରିକେଟରମାନଙ୍କ ଉପରେ ମଧ୍ୟ ନଜର ରଖିବେ। ସେହିପରି ଟିମ ଇଣ୍ଡିଆରେ ଆଘାତ ପ୍ରାପ୍ତ ଖେଳାଳିଙ୍କ  ଦ୍ବିତୀୟବାର ପ୍ରତ୍ୟାବର୍ତ୍ତନ ନିମନ୍ତେ ଏହି ମହାନ ଖେଳାଳିଙ୍କ ଦେଖରେଖରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ରାହୁଲ ଅତୀତରେ ଭାରତର ଦକ୍ଷ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଅନ୍ୟତମ ଥିଲେ। କେବଳ ବ୍ୟାଟିଂ ନୁହେଁ ୱିକେଟ୍ କିପିଂ କରି ମଧ୍ୟ ଟିମ୍ ପାଇଁ ନିଜର ଯୋଗଦାନ ଦେଇଛନ୍ତି।

{"id":128738}

୧୯୯୬ ମସିହାରେ ଇଂଲଣ୍ଡର ଲର୍ଡସ କ୍ରିକେଟ ଗ୍ରାଉଣ୍ଡରେ ନିଜର ଟେଷ୍ଟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ରାହୁଲ କ୍ରିକେଟର ସବୁ ଫର୍ମାଟରେ ସଫଳତାର ସହ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ  ୧୩ ହଜର ରନ ସ୍କୋର କରିବାରେ ରାହୁଲ ଭାରତର ଦ୍ବିତୀୟ ବ୍ୟାଟସ ମ୍ୟାନ। ରାହୁଲ ୧୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୧୩ ହଜାର ୨୮୮ ରନ ସଂଗ୍ରହ କରିଛନ୍ତି। ତାଙ୍କ ପୂର୍ବରୁ ତେନ୍ଦୁଲକର ୧୮୮ଟି ଟେଷ୍ଟରୁ ୧୫ ହଜାର ୪୭୦ ରନ କରିଥିଲେ। ଟେଷ୍ଟମ୍ୟାଚ୍ ରେ ରାହୁଲ ସର୍ବାଧିକ ୨୧୦ଟି କ୍ୟାଚ୍ ନେଇ ବିଶ୍ବ ରେକର୍ଡ ମଧ୍ୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.