Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବେ ‘ଦି ଓ୍ୱାଲ୍’ ! ଗାଙ୍ଗୁଲି ଦେଲେ ସଙ୍କେତ

14/09/2021 at 9:53 AM

ନୂଆଦିଲ୍ଲୀ, ୧୪।୦୯ : ୟୁଏଇ ଓ ଓମାନରେ ଆସନ୍ତା ମାସରେ ହେବାକୁ ଥିବା ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟ ଟିମ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଟି୨୦ ବିଶ୍ୱକପ ପରେ ବିରାଟ କୋହଲି ସୀମିତ ଓଭର କ୍ରିକେଟରେ ଅଧିନାୟକ ପଦବୀରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ଭାର ନେଇପାରନ୍ତି । ସେହିପରି ଦଳରେ କୋଚ୍ ପରିବର୍ତ୍ତନ ମଧ୍ୟ କରାଯିବ ।

ଖବର ଅନୁସାରେ, ଭାରତୀୟ କ୍ରିକେଟ ଦଳର ଦି ଓ୍ୱାଲ ଭାବେ ପରିଚିତ ରାହୁଲ ଦ୍ରାବିଡ ଆଗାମୀ କୋଚ୍ ହୋଇପାରନ୍ତି । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକ ବୟାନ ଜାରି କରି ଏନେଇ ସଙ୍କେତ ଦେଇଛନ୍ତି । ଦ୍ରାବିଡ ଶାସ୍ତ୍ରୀଙ୍କ ସ୍ଥାନରେ ଦାୟିତ୍ୱ ନେବେ ବୋଲି ଗାଙ୍ଗୁଲିଙ୍କ ବୟାନରୁ ବାରି ହୋଇ ପଡୁଛି ।

ଦି ଟେଲିଗ୍ରାଫକୁ କହିଛନ୍ତି ଯେ, ସେ କୋଚ ପଦବୀରେ ରାହୁଲ ଦ୍ରାବିଦଙ୍କ ନିଯୁକ୍ତି ନେଇ ସ୍ପଷ୍ଟ କରିନାହାଁନ୍ତି । ଦ୍ରାବିଡ କେବେ କୋଚ୍ ହେବା କଥା କହିନାହାଁନ୍ତି । ଏନେଇ ସେ ମଧ୍ୟ ଦ୍ରାବିଡଙ୍କ ସହ କଥା ହୋଇ ନାହାଁନ୍ତି । ଏନେଇ ବିଚାର କରିବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ, ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଟି୨୦ ବିଶ୍ୱକପ ପରେ ଶେଷ ହୋଇଯିବ । ସେ ନିଜର କଣ୍ଟ୍ରାକ୍ଟ ବଢାଇବା ପାଇଁ ଚାହୁଁନଥିବା ଅନେକ ଥର କହିଛନ୍ତି । ଗଣମାଧ୍ୟମରେ ଅନେକ ଥର ଡ୍ରାବିଡ ପରବର୍ତ୍ତୀ କୋଚ୍ ହେବା ନେଇ ଚର୍ଚ୍ଚା ଲାଗି ରହିଛି ।

   Related Posts