Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରାଜମହଲ ଓ ସଂପତ୍ତି ହାତରୁ ଚାଲିଯିବାର ଭୟ ଘାରିଲା, ସେଥିପାଇଁ ସିନ୍ଧିଆ RSSରେ ଯୋଗ ଦେଲେ: ରାହୁଲ ଗାନ୍ଧି

16/07/2021 at 8:22 PM

ନୂଆଦିଲ୍ଲୀ ୧୬।୭: କଂଗ୍ରେସରେ ଭୟାଳୁଙ୍କ ସ୍ଥାନ ନାହିଁ, ଯାହାର ଆରଏସଏସ୍ ଓ ବିଜେପିକୁ ଡର ଅଛି ସେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି କଂଗ୍ରେସ ଛାଡି ଯାଇ ପାରନ୍ତି। ସିନ୍ଧିଆଙ୍କୁ ତାଙ୍କ ପାଲେସ୍‌ ଓ ସମ୍ପତ୍ତିର ଡର ଥିଲା, ଏଣୁ ସେ ଆରଏସଏସ୍‌ରେ ଯୋଗ ଦେଲେ। ପୂର୍ବତନ ଏଆଇସିସି ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର କଂଗ୍ରେସ ସୋସିଆଲ ମିଡିଆ ବିଭାଗର ଏକ ଭର୍ଚୁଆଲ ଭାବବିନିମୟ କାର୍ଯ୍ୟକ୍ରମରେ  ରାହୁଲ ଏହା କହିଛନ୍ତି।

ସେ କହିଛନ୍ତି ଯେ ଯେଉଁମାନେ ନିଡର ସେମାନେ କଂଗ୍ରେସ ସହ କାମ କରି ଆସିଛନ୍ତି। ଯେଉଁମାନଙ୍କର ଭୟ ଅଛି ସେମାନଙ୍କର କଂଗ୍ରେସକୁ ଆସିବାର କୌଣସି ଆବଶ୍ୟକତା ନାହିଁ। ସିନ୍ଧିଆ ଯେତେବେଳେ ତାଙ୍କ ବିଳାଶମୟ ପାଲେସ୍ ଓ ସମ୍ପତ୍ତି ପ୍ରତି ବିପଦ ଥିବା ଆଶଙ୍କା କଲେ ସେତେବେଳେ ତାଙ୍କର ଭୟ ଆସିଲା ଓ ସେ ଆରଏସଏସ ସହ ହାତ ମିଳାଇ ଏ ସବୁ ରକ୍ଷା କରିପାରିବେ ବୋଲି ଭାବିଲେ। ଏଣୁ କଂଗ୍ରେସ ଛାଡି ଚାଲିଗଲେ। ଦଳରେ ଏପରି ଲୋକଙ୍କ ଆବଶ୍ୟକତା ନାହିଁ ବୋଲି ରାହୁଲ କହିଥିବାର କଂଗ୍ରେସ ସୋସିଆ ମିଡିଆ ବିଭାଗର ଜନୈକ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି।

ରାହୁଲଙ୍କ ଏହି ଭାବବିନିମୟ କାର୍ଯ୍ୟକ୍ରମରେ ସାରା ଦେଶରେ କଂଗ୍ରେସ ସୋସିଆଲ ମିଡିଆ ବିଭାଗ ସହ ଜଡିତ ୩୦୦ରୁ ଅଧିକ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ଏଥିରେ ରାହୁଲ ତାଙ୍କ ଦଳର ନିର୍ବାଚନୀ ସଙ୍କେତ ‘ହାତ’ର ଉଦାହରଣ ଦେଇଥିଲେ। ଏହା ସ୍ପଷ୍ଟ ବୁଝାଇ ଦେଉଛି ଆଦୌ ଭୟଭୀତ ହୁଅନା। ତୁମକୁ ଭୟଭୀତ କରିବାକୁ ଅନେକ ଉଦ୍ୟମ କରାଯିବ, ତୁମ ଧ୍ୟାନ ହଟାଇବାକୁ ଅନେକ ଚେଷ୍ଟା କରିବେ ତେବେ ଏହି ସଂକେତ ଆଡକୁ ଧ୍ୟାନ ଦିଅ କେହି ତୁମର କିଛି ବି କରିପାରିବେନି ବୋଲି ରାହୁଲ କହିଥିଲେ।

ତେବେ ଏହା ପୂର୍ବରୁ ମଧ୍ୟ ସିନ୍ଧିଆ ସାର୍ବଜନିକ କହିସାରିଛନ୍ତି ମୁଁ ଯେତେବେଳେ କଂଗ୍ରେସରେ ଥିଲି ରାହୁଲ ଯଦି ଏପରି ଚିନ୍ତା କରିଥାନ୍ତେ ତେବେ ପରିସ୍ଥିତି ଆଜି କିଛି ଭିନ୍ନ ଥାନ୍ତା। ସିନ୍ଧିଆ ଗତ ମାର୍ଚ୍ଚ ୨୦୨୦ରେ ତାଙ୍କର ୨୦ ଜଣ ସମର୍ଥକଙ୍କ ସହ ବିଜେପିରେ ମିସି ଯାଇଥିଲେ। ଫଳରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଅଦିନରେ ଭାଙ୍ଗିଯାଇଥିଲା। ନିକଟରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ କରିଥିବା ପରିବର୍ତ୍ତନରେ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ କେନ୍ଦ୍ରମନ୍ତ୍ରାଳୟ ଦାୟିତ୍ୱରେ ନିଯୁକ୍ତ କରିଛନ୍ତି।

   Related Posts