ଫସଲ କାଟିବା ଲାଗି ଲକଡାଉନ କୋହଳ କରନ୍ତୁ ସରକାର : ରାହୁଲ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮।୪: କରୋନା ସଂକ୍ରମଣ ଯୋଗୁ ସାରା ଦେଶ ଏବେ ୨୧ ଦିନିଆ ଲକଡାଉନ୍‌ରେ । ତେବେ ରବି ଫସଲ ଏବେ ଖେତର ଅମଳ ଲାଗି ଅପେକ୍ଷା କରି ରହିଛି। ଏଣୁ ଚାଷୀମାନେ ଜେପରି ସେମାନଙ୍କ ଫସଲ କାଟିପାରିବେ ସେଥିଲାଗି ସରକାର ସେମାନଙ୍କ ଲାଗି ସୁରକ୍ଷିତ ବ୍ୟବସ୍ଥା କରନ୍ତୁ। ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ବୁଧବାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚନା ପୋଷ୍ଟ କରି ସରକାରଙ୍କୁ ଚାଷୀଙ୍କ ଲାଗି ଲକଡାଉନ କୋହଳ କରିବାକୁ ନିବେଦନ କରିଛନ୍ତି।

wp:html /wp:html

ତେବେ ଲକଡାଉନ୍ ସମୟରେ ଫସଲ କାଟିବା ଲାଗି ସୁରକ୍ଷିତ ଉପାୟରେ ଢିଲା ଦିଆଯିବା ଦରକାର ବୋଲି ରାହୁଲ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଏଥିରେ ଲକଡାଉନ ଯୋଗୁ ଚାଷୀ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କିତ ଏକ ଖବରର କ୍ଲିପିଂ ମଧ୍ୟ ସଂଯୁକ୍ତ କରିଛନ୍ତି। ଶହଶହ ଚାଷୀଙ୍କ ଜୀବିକା ଏବେ ବିପଦରେ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

{"id":250909,"width":576,"height":383,"sizeSlug":"large"}

ଦେଶରେ କରୋନା ବ୍ୟାପିବା ଯୋଗୁ ମାର୍ଚ୍ଚ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ସାରା ଦେଶକୁ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ। ଏପ୍ରିଲ ୧୪ରେ ଲକଡାଉନ୍ ସମାପ୍ତ ହେବ। ତେବେ ଫସଲ ବିଲରେ ଛିଡା ହୋଇ ସୁଖୁଥିଲେ ବି ଚାଷୀ ଲକଡାଉନ୍ ଯୋଗୁ ଫସଲ ଅମଳ କରିବାକୁ ଯାଇ ପାରୁନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.