ଆଦିବାସୀଙ୍କ ସହ ନାଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

Published By : Prameya-News7 Bureau | February 06, 2019 IST

ରାଉରକେଲା ୬|୨: ରାଉରକେଲା ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ପୂର୍ବରୁ ଆଦିବାସୀଙ୍କ ସହ ନାଚିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଦିବାସୀ ମହିଳା ଓ ପୁରୁଷ କଳାକାରଙ୍କ ସହ ଷ୍ଟେଜ୍ ଉପରେ ଗୀତର ତାଳେ ତାଳେ ନାଚିଛନ୍ତି ରାହୁଲ । କିଛି ସମୟ ପାଇଁ ଆଦିବାସୀଙ୍କ ଗହଣରେ ନିଜକୁ ହଜାଇ ଦେଇଥିଲେ ରାହୁଲ । ଏଭଳି ନିଆରା ଅନ୍ଦାଜ ପାଇଁ ରାହୁଲ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ପୂର୍ବରୁ ଓଡିଶା ଗସ୍ତରେ ଆସି କୋରାପୁଟରେ ଆଦିବାସୀଙ୍କ ଘରେ ଖାଇବାକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଉରକେଲା ଓ ଭବାନୀପାଟଣାରେ ଆୟୋଜିତ ରାଜ୍ୟ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ପାଇଁ ଓଡିଶା ଆସିଛନ୍ତି ରାହୁଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.