Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

ରାହୁଲ କହିଲେ ରାଷ୍ଟ୍ରୀୟ ସ୍ପୋର୍ଟ୍ସ କ୍ୟାପିଟାଲର ମାନ୍ୟତା ପାଇବ ଭୁବନେଶ୍ୱର ! ଜାଣନ୍ତୁ କାହିଁକି…

1/12/2018 at 12:46 PM

ଅଭିନେତା ରାହୁଲ ବୋଷ ଗତ ୨୫ ବର୍ଷ ହେଲା ରଗବିରେ ଅନ୍ତରାଷ୍ଟ୍ରୀୟ ସ୍ଥରରେବ ଭାରତକୁ ଉପସ୍ଥାପନା କରିଆସୁଛନ୍ତି | ସେ କହିଛନ୍ତି ଯେ, ବିଗତ ୫ ବର୍ଷ ହେଲା ଦେଶର ସ୍ପୋର୍ଟ୍ସ କ୍ଷେତ୍ରରେ ବହୁତ ଅଗ୍ରଗତି କରିଛି | ମଙ୍ଗଳବାର ଦିନ ଏକ ଆର୍ଟ ଶୋର ଉଦ୍ଘାଟନୀ ଉତ୍ସବରେ ଏହି କଥା କହିଥିଲେ |
ସେ କହିଛନ୍ତି ଯେ, ଗତ ୫ବର୍ଷ ହେବ ଦେଶ ସ୍ପୋର୍ଟ କ୍ଷେତ୍ରରେ ଯେତିକି ସୁବିଧା ସୁଯୋଗ ପାଇଛି ତାହା ପୂର୍ବରୁ କେବେ ମଧ୍ୟ ପାଇନଥିଲା | ସେ ଆହୁରି କହିଛନ୍ତି ଯେ, ଓଡିଶାର ରାଜଧାନୀ ଭୁବନେଶ୍ୱର ରାଷ୍ଟ୍ରୀୟ ସ୍ପୋର୍ଟ କ୍ୟାପିଟାଲ ହେବାର ସମ୍ଭାବନା ରହିଛି |

ପଞ୍ଜାବର ପଟିଆଲାରେ ବକ୍ସିଂଗ ଏବଂ ରେଶଲିଙ୍ଗ ପାଇଁ ଦୁଇ ତିନିଟି ଅନୁଷ୍ଠାନ ରହିଛି | ବାଙ୍ଗାଲୁରୁ ଠାରୁ କିଛି ଦୂରରେ ବିଜୟନଗର ଠାରେ ଜିନ୍ଦଲ କମ୍ପାନୀ ଦ୍ୱାରା ବହୁତ ଭଲ ସ୍ପୋର୍ଟ୍ସ ଏକାଡେମୀ ତିଆରି କରାଯାଇଛି |

ତେଣୁ ଆସନ୍ତା ୧୦-୧୫ ବର୍ଷ ଭିତରେ ଆଉ କେହି ଦେଶଏଅ ସ୍ପୋର୍ଟ୍ସ ସୁବିଧା ସୁଯୋଗକୁ ନେଇ ପ୍ରଶ୍ନ କରିବେ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି |

ଦେଶରେ ଅଧିକରୁ ଅଧିକ ବ୍ୟବସାୟୀ ସ୍ପୋର୍ଟ ଏକାଡେମୀରେ ବିନିଯୋଗ କରୁଛନ୍ତି | ସବୁକିଛି ଦିନକୁ ଦିନ ଆହୁରି ଭଲ ହେବ ବୋଲି ସେ ଆଶା କରିଛନ୍ତି |

ପୂର୍ବରୁ ବ୍ୟବସାୟୀମାନେ ମନ୍ଦିର ଏବଂ ସ୍କୁଲ ତିଆରି କରିବାରେ ବିନିଯୋଗ କରୁଥିଲେ | କିନ୍ତୁ ଏବେ ସେଭଳି ନହେଇ ବରଂ ବ୍ୟବସାୟୀ ସ୍ପୋର୍ଟ୍ସରେ ବିନିଯୋଗ କରୁଛନ୍ତି ବୋଲି ରାହୁଲ କହିଛନ୍ତି |

କିଛି ଦିନ ପୂର୍ବରୁ ସେ ଓଡିଶା ଆସିଥିଲେ | ଏନେଇ ସେ କହିଛନ୍ତି ଯେ, ଓଡିଶାରେ ବ୍ୟକ୍ତିଗତ ଭାବେ ବିନିଯୋଗ କରିଥିବା ୭ଟି ସ୍ପୋର୍ଟ ଏକାଡେମୀ ରହିଛି | ତେବେ ଧୀରେ ଧୀରେ ସ୍ପୋର୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆଗ୍ରହ ଉତ୍ସାହ ବଢ଼ିବାରେ ଲାଗିଛି | ଏଭଳି ସ୍ଥିତିରେ ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ସ୍ପୋର୍ଟ କ୍ଷେତ୍ରରେ ଦେଶର ଏକ ଭିନ୍ନ ପରିଚୟ ସୃଷ୍ଟି ହେବ ବୋଲି ରାହୁଲ କହିଛନ୍ତି |

   Related Posts