Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ମୋତେ ଭଲ ଚିକିତ୍ସା ମିଳିଥି​‌ଲେ ବଞ୍ଚି ଯାଇଥାନ୍ତି’: ପୋଷ୍ଟ କରିବାର ଦିନକ ପରେ କରୋନାରେ ଆକ୍ଟର ରାହୁଲ ଭୋରାଙ୍କ ପରଲୋକ

9/05/2021 at 4:12 PM

ନୂଆଦିଲ୍ଲୀ ୯/୫:  ନେଟଫ୍ଲିକ୍ସ ଫିଲ୍ମ Unifreedomରେ ନଜର ଆସିଥିବା ଅଭିନେତା ରାହୁଲ ଭୋରାଙ୍କ ପରଲୋକ। ଦୀର୍ଘ ସମୟ ଧରି କରୋନାରେ ସଂକ୍ରମିତ ହୋଇ ଜୀବନ ମରଣ ସହ ସଂଘର୍ଷ କରୁଥିଲେ ରାହୁଲ। ଥିଏଟର ନିର୍ଦେଶକ ଏବଂ ପ୍ଲେ ରାଇଟର ଅରବିନ୍ଦ ଗୌର ନିଜ ଫେସବୁକ ପୋଷ୍ଟ ମାଧ୍ୟମରେ ରାହୁଲଙ୍କ ନିଧନ ନେଇ ସୂଚନା ଦେଇଛନ୍ତି।

ରାହୁଲ ଭୋରା ଶନିବାର ଫେସବୁକ୍‌ରେ ଏକ ପୋଷ୍ଟ ଲେଖି ଲୋକଙ୍କ ସହାୟତା ଲୋଡିଥିଲେ। କିନ୍ତୁ ସାହାଯ୍ୟ ମିଳିବା ପୂର୍ବରୁ ରବିବାର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ରାହୁଲ। କରୋନା ପଜିଟିଭ୍‌ ଚିହ୍ଟଟ ହେବା ପରେ ରାହୁଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା। ଏହାକୁ ନେଇ ସେ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ମୃତ୍ୟୁ ପୂର୍ବରୁ ରାହୁଲ ଫେସ୍‌ବୁକ୍‌ରେ ଲେଖିଥିଲେ, ‘ମୋତେ ଭଲ ଚିକିତ୍ସ ମିଳିଥିଲେ ବଞ୍ଚିଯାଇଥାନ୍ତି। ତୁମର ରାହୁଲ ଭୋରା।’

ଜଣେ ରୋଗୀଙ୍କ ଭଳି ସେ ନିଜ ବିଷୟରେ ସବୁ କିଛି ଉଲ୍ଲେଖ କରିଥିଲେ। ଏହା ସହ ସେ ଆହୁରି ଲେଖିଛନ୍ତି, ‘ଖୁବଶୀଘ୍ର ଜନ୍ମ ନେବି ଏବଂ ଭଲ କାର୍ଯ୍ୟ କରିବି। ଏବେ ସାହସ ହରାଇଦେଇଛି।’ ସେପଟେ ଅରବିନ୍ଦ ଗୌର ଲେଖିଛନ୍ତି, ‘ରାହୁଲ ଭୋରା ଆଉ ନାହାନ୍ତି। ମୋର ସବୁଠୁ ଯୋଗ୍ୟ କଳାକାଳ ଏ ଦୁନିଆରେ ଆଉ ନାହାନ୍ତି। ତାଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରୁ ଆୟୁଷ୍ମାନ, ଦ୍ବାରକା ସିଫ୍ଟ କରାଯାଇଥିଲା କିନ୍ତୁ ତାଙ୍କୁ ବଞ୍ଚାଇପାରିଲେ ନାହିଁ। ପ୍ଳିଜ୍‌ ଆମକୁ କ୍ଷମା କରିଦେବ ରାହୁଲ, ଆମେ ତୁମର ଅପରାଧୀ।’

   Related Posts