ଚେୟାରମ୍ୟାନ ପଦରୁ ଇସ୍ତଫା ଦେଲେ ବଜାଜ ଇଣ୍ଡଷ୍ଟ୍ରି ମୁଖ୍ୟ ରାହୁଲ ବଜାଜ : ଜାଣନ୍ତୁ କଣ ରହିଛି କାରଣ

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ ୨୯/୦୪ : ଭାରତର ଅନ୍ୟତମ ସଫଳ ଉଦ୍ୟୋଗୀ ରାହୁଲ ବଜାଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ଦିନ ଧରି ବଜାଜ ଇଣ୍ଡଷ୍ଟ୍ରିର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ରାହୁଲ ବଜାଜ ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ବୟସାଧିକ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏପ୍ରିଲ ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ ।

{"width":829,"height":1008}
The Ananta Leadership Award 2019 presented to Mr Rahul Bajaj, a leader who  walks the talk - Blog - ANANTA CENTRE

ରାହୁଲ ବଜାଜଙ୍କ ପରେ ବଜାଜ କମ୍ପାନୀର ନୂଆ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନୀରଜ ବଜାଜ ଦାୟିତ୍ବଭାର ସମ୍ଭାଳିବେ । ଆସନ୍ତା ମେ ୧ ତାରିଖରୁ  ନୀରଜ ବଜାଜ ଏହି ଦାୟିତ୍ବରେ ରହିବେ । ୧୯୭୨ ମସିହାରେ ଅନବରତ ଭାବେ ୫୦ ବର୍ଷ ଧରି ରାହୁଲ ବଜାଜ କମ୍ପାନୀର ସର୍ବେସର୍ବା ଥିଲେ । ବହୁ ଘାତ ପ୍ରତିଘାତ ମଧ୍ୟରେ ଦୀର୍ଘଦିନ ଧରି ସେ ବଜାଜ ଗ୍ରୁପ୍‌ର ସମସ୍ତ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ ।

ରାହୁଲ ବଜାଜଙ୍କ ଅଭିଜ୍ଞତା, ଜ୍ଞାନ ତଥା ସହନଶୀଳତା କମ୍ପାନୀକୁ ଆଗକୁ ବଢିବା​‌ରେ ବେଶ ସହାୟକ ହେବ । ଏହା ସହିତ ରାହୁଲ ବଜାଜ କମ୍ପାନୀ ପାଇଁ ଯେଉଁ ଜଡ ତିଆରି କରିଛନ୍ତି ତାହା ନିଶ୍ଚିତ ଭାବେ କର୍ମଚାରୀ ତଥା କମ୍ପାନୀ ପାଇଁ ସକାରାତ୍ମକ ଫଳ ଆଣିବ ବୋଲି ବୋର୍ଡ ଡାଇରେକ୍ଟର ବୈଠକରେ କୁହାଯାଇଛି ।

Rahul Bajaj to step down from executive role of Bajaj Auto - Times of India

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.