ସଂସଦରେ ବ୍ୟାଙ୍କସଂକଟ ପ୍ରସଙ୍ଗ ଉଠାଇଲେ ରାହୁଲ, ସରକାରଙ୍କୁ ମାଗିଲେ ଡିଫଲ୍ଟରଙ୍କ ତାଲିକା

Published By : Prameya-News7 Bureau | March 16, 2020 IST

ନୂଆଦିଲ୍ଲୀ ୧୬।୩: କଂଗ୍ରେସସାଂସଦ ତଥା ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ସୋମବାର ଲୋକସଭାରେ ବ୍ୟାଙ୍କ ସଂକଟ ପ୍ରସଙ୍ଗ ଉଠାଇଛନ୍ତି। ଏଥିରେ ରାହୁଲ ସରକାରଙ୍କୁ ଡିଫଲ୍ଟରଙ୍କ ତାଲିକା ମାଗିଛନ୍ତି। ଗୃହର ପ୍ରଶ୍ନକାଳରେ ରାହୁଲ ଏହି ପ୍ରସଙ୍ଗ ଉଠାଇଥିଲେ। ତେବେ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ବାଧିତ ହୋଇଥିବା ବେଳେ ରାହୁଲଙ୍କୁ ଡିଫଲ୍ଟରଙ୍କ ସୂଚୀ ମିଳିବା ଦୂରର କଥା ସେ ପରବର୍ତ୍ତି ପ୍ରଶ୍ନ ବି କରିପାରିନଥିଲେ।

ଗୃହରେ ପ୍ରଶ୍ନକାଳର ସମୟ ୧୧ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ। ତେବେ ବାଚସ୍ପତି ଓମ ବିରଲା ପ୍ରଶ୍ନକାଳ ସମାପ୍ତି ଘୋଷଣା କରିବାରୁ ଗୃହରେ ସଦସ୍ୟମାନେ ହୋ ହଲ୍ଲା କରିଥିଲେ। ସେତେବେଳେ ରାହୁଲ ଗୃହରେ ତାଙ୍କ ସପ୍ଲିମିଣ୍ଟାରୀ ପ୍ରଶ୍ନ ଡିଫଲ୍ଟରମାନଙ୍କସୂଚୀ ଲାଗି ଦାବି କରୁଥିଲେ। ରାହୁଲ ଏହି ସୂଚି ସେ ଲିଖିତ ଭାବେ ଚାହୁଁଥିବା ଗୃହକୁ କହିଥିଲେ। ଏହାର ଜବାବରେ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ଅନୁରାଗ ଠାକୁର ରାହୁଲଙ୍କ ପ୍ରଶ୍ନର ଉତ୍ତରଦେବାକୁଛଡା ହେବାବେଳେ ସଦସ୍ୟମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଠାରୁ ଜବାବ ଚାହାନ୍ତି ବୋଲି ଧାବି କରିଥିଲେ। ତେବେ ଗୃହରେ ସାଧାରଣତଃ ରାଜ୍ୟମନ୍ତ୍ରୀମାନେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି ବୋଲି ବାଚସ୍ପତି କହିଥିଲେ।

ତେବେ ଗୃହକାର୍ଯ୍ୟ ବାଧିତ ହୋଇଥିବାବେଳେ ସଂସଦ ବାହାରେ ରାହୁଲ ଗଣମାଧ୍ୟମ ସହ ଆଲୋଚନା କରି ଏପରି ଲୋକେ ଦେଶର ବ୍ୟାଙ୍କମାନଙ୍କୁ ସଙ୍କଟ ମଧ୍ୟକୁ ଠେଲିଦେଇଛନ୍ତି ବୋଲି କହିଛନ୍ତି। ଏମାନେ ଦେଶର ସମ୍ପତ୍ତି ଚୋରି କରିଛନ୍ତି। ମୋଦି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହୁଥିଲେ। ହେଲେ ଏବେ ସେମାନଙ୍କ ତାଲିକା ମାଗିଲେ ଲୁଚୁଛନ୍ତି ବୋଲି କହିଛନ୍ତି ରାହୁଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.