କଂଗ୍ରେସ କ୍ଷମତାକୁ ଆସିଲେ ମହିଳାଙ୍କ ପାଇଁ କରିବ ସ୍ବତନ୍ତ୍ର ଯୋଜନା, ଜୟପୁରରେ ଘୋଷଣା କଲେ ରାହୁଲ

Published By : Prameya-News7 Bureau | March 08, 2019 IST

ଜୟପୁର ୮|୩ (ପଦ୍ମନାଭ ହୋତା ): ବିଶ୍ବ ମହିଳା ଦିବସ ଅବସରରେ ରାହୁଲ ଶୋ’ । ଏମିତିରେ ପୂରା ଫୋକସ୍‌ ମହିଳାଙ୍କ ଉପରେ ହିଁ ତ ରହିବ । ଜୟପୁରରେ  ଆୟୋଜିତ ମହିଳା ସମାବେଶରେ ମହିଳା ସଶକ୍ତିକରଣ, ମହିଳାଙ୍କ ସୁରକ୍ଷା, ମହିଳାଙ୍କ ପାଇଁ ରାଜନୀତିରେ ସ୍ଥାନ ସଂରକ୍ଷଣ ଭଳି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହା ଛଡ଼ା  ପୂର୍ବଥର ଭଳି ଏଥର ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ଯୁବରାଜ । କ’ଣ କହିଥିଲେ ଚାଲନ୍ତୁ ଦେଖିବା ।

{"id":91681}

କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ସଂରକ୍ଷଣ ଓ ଛାତ୍ରୀଙ୍କୁ ମାଗଣା ଉଚ୍ଚ ଶିକ୍ଷା । ବିଶେଷ କରି ଆଦିବାସୀ ଓ ଆର୍ଥିକ ଅନଗ୍ରସର ମହିଳାଙ୍କୁ ମାଗଣା ଶିକ୍ଷା ମିଳିବା ଉଚିତ୍‌ । ସମାଜରେ ମହିଳାଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ । ଆଜି ବିଶ୍ବ ମହିଳା ଦିବସ ଅବସରରେ ଯେତେବେଳେ ଜୟପୁରରେ ମହିଳା ସମାବେଶକୁ ସମ୍ବୋଧନ କରିବାର ଥିଲା, ;ସେତେବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ଭାଷଣରେ ମହିଳାଙ୍କୁ ହିଁ ଫୋକସ କରିଥିଲେ । ପ୍ରଥମେ ଜୟପୁର ଗାନ୍ଧି ଛକରେ ଥିବା ଶିବସାଇ ଫଙ୍କସନ ହଲରେ ଆୟୋଜିତ ମହିଳା ସମାବେଶରେ  ଉପସ୍ଥିତି ୫୦୦ରୁ ଅଧିକ ମହିଳା ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତର ଦେଇଥିଲେ ।

{"id":91682}

 ଏହା ପରେ ଜୟପୁରରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତି ହଜାର ହଜାର ଲୋକଙ୍କୁ ସମ୍ବୋଧନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । କହିଥିଲେ ଓଡ଼ିଶା ଗରିବ ରାଜ୍ୟ ନୁହେଁ ହେଲେ ଓଡ଼ିଶାର ଲୋକ ଗରିବ । ଏଠି ଯେତେ ଟଙ୍କା ଶିକ୍ଷା, ସ୍ବାସ୍ଥ୍ୟରେ ଖର୍ଚ୍ଚ ହେବା କଥା ହେଉନାହିଁ । କଂଗ୍ରେସ ସରକାର ଗଢ଼ିଲେ ଏସବୁ ଦିଗପ୍ରତି ଅଗ୍ରାଧିକାର ଦିଆଯିବ । ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପିଟାଲ ହେବ । କୋରାପୁଟ, ଓଡ଼ିଶା ଓ ଦେଶକୁ ପରିବର୍ତ୍ତନ ପଥରେ ନେବାକୁ ହେଲେ ନେୃତ୍ବତ୍ବରେ ପରିବର୍ତ୍ତନ କରିବା ପାଇଁ ପଡ଼ିବ ।

{"id":91683}

 ଜୟପୁର ସଭାରେ ରାଫେଲ୍‌ ଆଟାକ୍‌ କରିବାକୁ ଭୁଲିନଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନିଶାନାରେ ଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏଭଳି ଦୁର୍ନୀତିଗ୍ରସ୍ତ ସରକାରକୁ କ୍ଷମତାରୁ ହଟାଇବା ଆପଣମାନଙ୍କ କାମ ବୋଲି କହିଥିଲେ ରାହୁଲ୍‌ । ଭାରତରେ ଯୁବକ ଓ ଯୁବତୀମାନଙ୍କୁ ଚାକିରି ମିଳୁନାହିଁ । ନିଯୁକ୍ତି ସମସ୍ୟା ଦେଖାଯାଉଛି । ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନ ପାଖରେ ଅର୍ଥର ଅଭାବ ରହିଛି, ବ୍ୟାଙ୍କଗୁଡ଼ିକ ଛୋଟ ଓ ମଧ୍ୟମ ଧରଣର ଶିଳ୍ପାନୁଷ୍ଠାନକୁ ଋଣ ଦେଛନାହାନ୍ତି । ତେଣୁ ରୋଜଗାର ସୃଷ୍ଟି ହୋଇପାରୁନାହିଁ ବୋଲି କହିଥିଲେ ରାହୁଲ ।

{"id":91684}

ନିର୍ବାଚନ ଆଉ ଅଳ୍ପ ଦିନ ବାକି । ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାରରେ ମାତିଛନ୍ତି । ଓଡ଼ଶାକୁ ଏବେ ସବୁ ରାଜନୈତିକ ଦଳ ଫୋକସ୍‌ କରିଛନ୍ତି । ଏମିତିରେ କେନ୍ଦ୍ରୀୟ ନେତାମାନେ ତୁହାକୁ ତୁହା ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ରାହୁଲଙ୍କ ଆଜିର କୋରାପୁଟ ଜୟପୁର ଗସ୍ତ ରାଜ୍ୟ କଂଗ୍ରେସ କ୍ୟାମ୍ପକୁ ଉତ୍ସାହିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.