Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଲଖିମପୁର ଗଲେ ରାହୁଲ ଏବଂ ପ୍ରିୟଙ୍କା ; କିନ୍ତୁ ମୁରାଦାବାଦରୁ ସଚିନ ପାଇଲଟଙ୍କୁ ଉଠାଇ ନେଲା ପୋଲିସ

6/10/2021 at 7:36 PM

ଲକ୍ଷ୍ନୌ ୦୬/୧୦ : ଲଖିମପୁର ଖିରୀରେ ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ବିରୋଧୀ ଦଳମାନେ ଲଗାତାର ଭାବେ ଯୋଗୀ ସରକାରକୁ ଟାର୍ଗେଟ୍‌ କରିବାରେ ଲାଗିପଡିଛନ୍ତି । ଗୋଟିଏ ପଟେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ ରାଜନେତାମାନଙ୍କ ଖିରୀ ଅଞ୍ଚଳକୁ ତୁହାକୁ ତୁହା ଗସ୍ତ ପୋଲିସ ପାଇଁ ଚ୍ୟାଲେଞ୍ଜ ତିଆରି କରିଛି । ସେଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ବିଶେଷ ଦୃଷ୍ଟି ରଖାଯାଇଛି ।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କୁ ଲଖିମପୁୀ ଖିରୀ ଯିବାବେଳେ ୟୁପି ପୋଲିସ ପକ୍ଷରୁ ଅଟକ ରଖାଯାଇଥିଲା । ପରେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ବିମାନବନ୍ଦରରେ ପୋଲିସ ଅଟକ ରଖିବା ସହ ଖିରୀ ଯିବାକୁ ଅନୁମତି ଦେଇନଥିଲା । ଯାହା ଫଳରେ ରାହୁଲ ସେହି ବିମାନବନ୍ଦର ପରିସରରରେ ହିଁ ଧାରଣାରେ ବସିଥିଲେ । ତେ​ବେ ପରେ ତାଙ୍କୁ ଖିରୀ ଯିବାକୁ ଅନୁମତି ମିଳିବା ସହ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ସେଠାକୁ ଯିବାକୁ ଅନୁମତି ମିଳିବା ପରେ ଉଭୟ ଏବେ ସେଠାକୁ ଯାଇଛନ୍ତି । କହିବାକୁ ଗଲେ ଉତ୍ତର ପ୍ରଦେଶ ସରକାର ଏବେ ରାଜନେତାମାନଙ୍କୁ ଖିରୀ ଯିବାକୁ ଅନୁମତି ଦେଇଦେଇଛି ।

ତେବେ ବଡ କଥା ହେଉଛି ସମସ୍ତ ରାଜନେତାମାନଙ୍କୁ ଅନୁମତି ଦିଆଯାଇଥିଲେ ସୁଦ୍ଧା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ଅଟକ ରଖିଛି ପୋଲିସ । ସଚିନ ପାଇଲଟଙ୍କ ସମେତ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ ମୁରାଦାବାଦରୁ ହିଁ ପୋଲିସ ହେପାଜତକୁ ନେଇଛି । ଏହାକୁ ନେଇ ସଚିନ ପାଇଲଟ କହିଛନ୍ତି,’ପୋଲିସ ଆମକୁ ନେଇକି ଯାଉଛି କିନ୍ତୁ କେଉଁଆଡେ ନେଇକି ଯାଉଛି ତାହାର ଉତ୍ତା କୌଣସି ଅଧିକାରୀ ଦେଉନାହାନ୍ତି ।’

ସେପଟେ ପଞ୍ଜାବ ସରକାର ମୃତ ଚାଷୀଙ୍କ ପରିବାର ସହ ଥିବା କହିଛନ୍ତି । ଏହା ସହିତ ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ପରଗଟ ସିଂହ କହିଛନ୍ତି, ‘ପଞ୍ଜାବ କଂଗ୍ରେସ ଲଖିମପୁର ଖିରୀ ପୀଡିତଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଛନ୍ତି । ୧୦ ହଜାର ଗାଡି ସହ ରାଲି କରାଯାଇ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୭ ତାରିଖରେ ଲଖିମପୁର ଖିରୀ ଯିବେ । ସମେସ୍ତ ଏୟାରପୋର୍ଟ ଛକ ନିକଟରେ ଯାଇ ଏକାଠି ହେବା ପରେ ଯାତ୍ରା ଆରମ୍ଭ ହେବ ।’

   Related Posts