ମୋଦିଙ୍କୁ ଘେରିଲେ ରାହୁଲ ଓ ପ୍ରିୟଙ୍କା, ପଚାରିଲେ କାହିଁକି ଖାଲିକରୁଛ ଲୋକଙ୍କ ପକେଟ୍?

Published By : Prameya-News7 Bureau | May 06, 2020 IST

ନୂଆଦିଲ୍ଲୀ :  ଦେଶରେ ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିରୋଧ କରିଛନ୍ତି। ଏ ନେଇ ରାହୁଲ  ତାଙ୍କ ଟ୍ୱିଟ୍‌  ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ କରୋନା ଭାଇରସ ବିରୋଧରେ ଜାରି ସଂଗ୍ରାମ ଦେଶର କୋଟି କୋଟି ଜନତାଙ୍କୁ ଅସୁବିଧାରେ ପକାଇଥିବା ଉଲ୍ଲେଖ କରିଛନ୍ତି।  ଏଥିରେ ମୂଲ୍ୟ ହ୍ରାସ ବଦଳେ ପେଟ୍ରୋଲ ଓ ଡିଜେଲ ଦାମରେ ୧୦ରୁ ୧୩ ଟଙ୍କା ବୃଦ୍ଧି ଲାଗି ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ପରିସ୍ଥିତିକୁ ଜଟିଳ କରିଦେବ ବୋଲି ଲେଖିଥିବା ବେଳେ ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ଦାବି କରିଛନ୍ତି। 

wp:html /wp:html

ରାହୁଲଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍‌ କରିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ। ସଂକଟ ସମୟରେ ଲୋକଙ୍କ ଉପରେ କର ବୋଝ ଲଦିବା ଉଚିତ ନୁହେଁ ବୋଲି ଲେଖିଛନ୍ତି ପି.ସି। ଏପରି ସମୟରେ ନୂଆ ଅଥବା ଅଧିକ କର ଲୋକଙ୍କୁ କାଙ୍ଗାଳ କରିଦେବ। ଆର୍ଥିକ ଗତିବିଧି ଅଟକି ରହିଥିବା ବେଳେ କ୍ଷତି ଭରଣା ଲାଗି ସରକାରଙ୍କୁ ଋଣ କରିବାକୁ  ପଡିଥାଏ ବୋଲି ଚିଦାମ୍ବରମ ଉଲ୍ଲେଖ କରିଛନ୍ତି।

wp:html /wp:html

ଏଥିରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ୱାଡ୍ରା ସରକାର ଦେଶର ଚାଷୀ ଓ ଶ୍ରମିକଙ୍କ ଲାଗି କିଛି କରୁଥିବା ପରି ମନେ ହେଉନାହିଁ। ଏଥିରେ ଅର୍ଥର ଏତେ ଆବଶ୍ୟକତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଏବେ ଅଶୋଧିତ ତୈଳର ଦର ହ୍ରାସ ହେବାରେ ଲାଗିଛି। ଏହି ହ୍ରାସର ଲାଭ ପାଇବାକୁ ଦେଶବାସୀ ହକ୍‌ଦାର। ବାରମ୍ବାର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧିକରି ଲୋକଙ୍କୁ କାହିଁକି ବଞ୍ଚିତ କରାଯାଉଛି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ସେପଟେ ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ମଧ୍ୟ ସମାନ ପ୍ରଶ୍ନ କରିଛନ୍ତି।

wp:html /wp:html

ଦେଶର ଶ୍ରମିକ, ମଧ୍ୟବିତ୍ତ ଅଥବା ଉଦ୍ୟୋଗ ଲାଗି ସରକାର କିଛି କରୁଥିବା ପରି ମନେ ହେଉନାହିଁ। ଏଥିରେ ସରକାର ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରି ସଂଗ୍ରହ କରୁଥିବା ଅର୍ଥକୁ ନେଇ କଣ କରିବେ ବୋଲି କଂଗ୍ରେସ ପ୍ରଭାରୀ ପଚାରି ଛନ୍ତି। ସୂଚନା ଯୋଗ୍ୟଯେ କେନ୍ଦ୍ର ସରକାର ମଙ୍ଗଳବାର ରାତିରେ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ଫଳରେ ପେଟ୍ରୋଲ ପ୍ରତି ଲିଟର ୧୦ ଓ ଡିଜେଲ ୧୩ ଟଙ୍କା ବୃଦ୍ଧି ହୋଇଛି। କରୋନା ଭାଇରସ ଯୋଗୁ ବିଶ୍ୱରେ ତୈଳ ଚାହିଦା ହ୍ରାସ ହୋଇଛି। ଏଣୁ ବ୍ରେଣ୍ଟ କ୍ରୁଡ ବାରଲ ପିଛା ମୂଲ୍ୟ ଏବେ ୨୮ ଡଲାରରେ ବିକ୍ରି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.