Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଜାତୀୟ ବିପର୍ଯ୍ୟୟରେ ଦେଶର ସଂସ୍ଥାଙ୍କୁ ବିଦେଶୀଙ୍କ ହାତରେ ଟେକି ଦିଆ ନଯାଉ: ରାହୁଲ

13/04/2020 at 7:41 PM

ନୂଆଦିଲ୍ଲୀ ୧୩।୪: କରୋନା ସଂକ୍ରମଣ ଓ ତତଜନିତ ଲକଡାଉନରେ ଦେଶର କର୍ପୋରେଟ ସେକ୍ଟର ଗୁରୁତର ପ୍ରଭାବିତ ହୋଇଛି। ସେୟାର ଦର ହ୍ରାସ ଅନେକ କମ୍ପାନୀଙ୍କୁ କ୍ଷତିରେ ପକାଇଛି।  ଏଥିରେ ବିଦେଶୀ ନିବେଶକଙ୍କୁ ଦେଶରେ ନିବେଶ ଅନୁମତି ନ ଦେବାକୁ ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏନେଇ ରାହୁଲ ଏକ ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ଦେଶର ବିପର୍ଯ୍ୟୟ ବେଳେ ବିଦେଶୀ ନିବେଶକଙ୍କ ହାତରେ ଦେଶର କର୍ପୋରେଟ ସଂସ୍ଥାଙ୍କୁ ଶସ୍ତାରେ ଟେକି ନଦେବାକୁ ପରାମର୍ଶ ଦେଇଛନ୍ତି।

ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ସଂଗ୍ରାମ କରୁଛି। ଲକଡାଉନରେ ହଜର ହଜାର ଶ୍ରମିକ କାମ ହରାଇଥିବା ବେଳେ ଉତ୍ପାଦନ ପ୍ରଭାବିତ ହୋଇଛି। ଏଥିରେ କର୍ପୋରେଟ ସେକ୍ଟରଙ୍କ ସେୟାର ମୂଲ୍ୟ ହ୍ରାସ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିଛି। ଭାରତ ଏକ ବିକାଶ ଶୀଳ ଅର୍ଥନୀତି। ଏଥିରେ ରାଷ୍ଟ୍ରୀୟ ବିପର୍ଯୟ ବେଳେ କମ ମୂଲ୍ୟରେ ସେୟାର ସେୟାର କିଣି ଦେଶର ଆର୍ଥିକ ବ୍ୟବସ୍ଥାରେ ବିଦେଶୀ ଦଖଲ ବୃଦ୍ଧି ପାଇବ ବୋଲି ଆଶଙ୍କା କରିଛନ୍ତି ରାହୁଲ।  

ଚୀନ କେନ୍ଦ୍ରୀୟ ବ୍ୟାଙ୍କ ଦେଶର ପ୍ରମୁଖ ଗୃହ ଋଣଦାନକାରୀ ପ୍ରଦାନକାରୀ ସଂସ୍ଥା ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନର ୧.୦୧ପ୍ରତିଶତ ସେୟାର କ୍ରୟ କରିବା ପରେ ରାହୁଲ ଏହି ବୟାନ ଜାରି କରିଛନ୍ତି। ଦୁର୍ବଳ ଆର୍ଥିକ ପରିସ୍ଥିତିରେ ଶସ୍ତା ସେୟାର କିଣି ନିଜର ଆଧିପତ୍ୟ ବିସ୍ତାର ଏବେ ସମ୍ପନ୍ନ ଦେଶଙ୍କ ରଣନୀତି ହୋଇପାରେ। ଏଥିରେ ସରକାର ବିଦେଶୀ ନିବେଶକଙ୍କୁ ରୋକିବାକୁ ରଣନୀତି ନିର୍ଦ୍ଧାରଣ ନକଲେ କରୋନା ପରବର୍ତ୍ତି ପରିସ୍ଥିତିରେ  ଦେଶ ମାନ୍ଦାବସ୍ଥାରୁ ବାହାରିପାରିବ ନାହିଁ ବୋଲି ରାହୁଲ ଆଗୁଆ ସତର୍କ କରାଇଦେଇଛନ୍ତି।

   Related Posts