Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନିର୍ବାଚନରେ ହାର ସ୍ବୀକାର କଲେ ରାହୁଲ ଗାନ୍ଧି, କହିଲେ ଜନତା ମାଲିକ, ନରେନ୍ଦ୍ର ମୋଦିଙ୍କୁ ଦେଲେ ବଧାଇ

23/05/2019 at 6:23 PM

ନୂଆଦିଲ୍ଲୀ ୨୩।୫:  ସପ୍ତଦଶ ଲୋକସଭା ପାଇଁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସର ହାର ସ୍ବୀକାର କରିଛନ୍ତି ଦଳର ଜାତୀୟ ସଭାପତି ରାହୁଲ ଗାନ୍ଧି। ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିକ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆମେଠୀରେ ରାହୁଲ ତାଙ୍କର ପରାଜୟ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ ଜନତାଙ୍କୁ ମୁଁ ମାଲିକ ବୋଲି କହିଥିଲି।  ଏଣୁ ଜନାଦେଶ ମିଳିସାରିଛି। ନିର୍ବାଚନରେ ଦଳର ପରାଜୟ ଜିମା ରାହୁଲ ନିଜେ ନେଇଛନ୍ତି।  

ନିର୍ବାଚନରେ ଯେଉଁମାନେ ଦଳରୁ ପ୍ରାର୍ଥୀ ହୋଇଥିଲେ ରାହୁଲ ସେମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରଚାରରେ ସହାୟତା ପାଇଁ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନିର୍ବାଚନ ଖବର ପ୍ରସାରଣ ନିମନ୍ତେ ରାହୁଲ ଗଣମାଧ୍ୟମର ସହଯୋଗ ପାଇଁ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରେମ ହେଉଛି କଂଗ୍ରେସର ଭାଷା ଓ ପ୍ରେମ କେବେ ହାରେ ନାହିଁ  ବୋଲି ରାହୁଲ କହିବା ସହ ଦଳର ହାର ପାଇଁ ମୁଁ ଶତପ୍ରତିଶତ ଜିମ୍ମା ନେଉଛି ବୋଲି କହିଛନ୍ତି ।  ଅପରପକ୍ଷେ ବିଜୟ ପାଇଁ ରାହୁଲ ନରେନ୍ଦ୍ର ମୋଦି ଓ ବିଜେପିକୁ ବଧାଇ ଜ୍ଞାପନ କରିଛନ୍ତି ।

ଚଳିତ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ମୋଦି ଲହରରେ ସବାର ବିଜେପି ରେକର୍ଡ ସିଟ୍ ସହ ପୁଣି କେନ୍ଦ୍ରରେ କ୍ଷମତା ହାସଲ କରିବାକୁ  ଯାଉଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ଜାରି ଭୋଟଗଣନାର ତାଜା ସୂଚନା ଅନୁସାରେ ବିଜେପି ୩ଶହରୁ ଅଧିକ ସିଟ୍ ସହ ଆଗରେ ଚାଲିଥିବା ବେଳେ କଂଗ୍ରେସ ମାତ୍ର ୮୯ ସିଟରେ ଅଗ୍ରଣୀ ରହିଛି । ନିର୍ବାଚନ ଆୟୋଗ ୫୪୨ ଆସନର ପରିଣାମ ଜାରି କରିଛନ୍ତି । ଯେଉଁଥିରେ କର୍ଣ୍ଣାଟକ ହାଭେରୀ ଆସନରୁପ୍ରତିଦ୍ବନ୍ଦ୍ବୀତା କରୁଥିବା ବିଜେପିର କେ.ଉଦାସୀ ଏସ୍ ସି ୧ ଲକ୍ଷ  ୪୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

   Related Posts