Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୨୦୨୦ରେ ଏମିତି ରହିବ ରାହୁଙ୍କ ଚାଲ, ଏହି ୪ ରାଶି ଜାତକଙ୍କ ଲାଗି ହୋଇପାରେ ସମସ୍ୟା

15/12/2019 at 8:55 PM

ଯଦି ରାହୁଙ୍କ ଖରାପ ନଜର ଥରେ ପଡିଯାଏ ତେବେ ବ୍ୟକ୍ତିର ଜୀବନ ଦୁଃଖରେ ଭରିଯାଏ। ୨୦୨୦ ଆରମ୍ଭରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ରାହୁ ମିଥୁନ ରାଶିରେ ଅବସ୍ଥାନ କରିବେ। ତା ପରେ ବୃଷ ରାଶିକୁ ଗମନ କରିବେ। ରାହୁଙ୍କ ପ୍ରଭାବରେ ଲୋକଙ୍କ ମଧ୍ୟରେ ନକରାତ୍ମକ ଉର୍ଜାର ପ୍ରବାହ ହୁଏ। ଏଣୁ ବ୍ୟକ୍ତିର ବିଚାର ଓ ଖାଦ୍ୟପାନୀୟ ଦୂଷିତ ହୁଏ। ରାହୁଗ୍ରସ୍ତ ଲୋକେ ଫାଷ୍ଟଫୁଡ, ମୃଦୁପାନୀୟ ଓ ନିଶା ଆଦି କବଳିତ ହୋଇଥାନ୍ତି। ଏମାନେ ଅନିଶ୍ଚିତ ଜୀବନଚର୍ଯ୍ୟା ଭିତରକୁ ଠେଲିହୋଇ ଯାଆନ୍ତି। ତେବେ ରାହୁ ଚଳନ ଯୋଗୁ ବିଭିନ୍ନ ରାଶିଙ୍କ ଉପରେ ପଡିବାକୁ ଥିବା ପ୍ରଭାବ ଆସନ୍ତୁ ଜାଣିବା।

ମେଷ :  ଏହିରାଶି ଜାତକଙ୍କ ଲାଗି ରାହୁଙ୍କ ଚଳନ ସେପରି କିଛି ଅନିଷ୍ଟକର ହେବନି। ୨୦୨୦ରେ ମେଷରାଶି ଜାତକଙ୍କ ଲାଗି ରାହୁଙ୍କ ଗୋଚର ଶୁଭଫଳ ଦାୟକ ହେବ। ରାହୁଙ୍କ ଅବସ୍ଥିତି ବୈବାହିକ ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ଅଟକି ରହିଥିବା ଟଙ୍କା ପଇସା ମିଳିଯିବାର ବି ଅନେକ ସମ୍ଭାବନା ରହିଛି। ବୃଷ : ସେପ୍ଟେମ୍ବର ୨୩ ପରେ ରାହୁ ବୃଷ ରାଶିରେ ଅବସ୍ଥାନ କରିବେ। ଏଣୁ ରାହୁଙ୍କ ଗୋଚର ଯୋଗୁ ଜାତକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସ୍ଥିତି ମଧ୍ୟ ଅସନ୍ତୁଳିତ ହୋଇପାରେ। ତେବେ କୌଣସି ବିବାଦରେ ନପଡିବା ଭଲ। ମିଥୁନ: ରାଶିସ୍ଥ ରାହୁ ସେପ୍ଟେମ୍ବର ୨୩ରେ ବ୍ୟୟ ଭାବକୁ ଯିବେ। ଏଣୁ ରାହୁଙ୍କ ଗୋଚର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଦୌ ଭଲ ନୁହେଁ। ମାନସିକ ଅବସାଦର ଶିକାର ହେବାର ସମ୍ଭାବନା ଥିବା ବେଳେ ରୋଗବେମାରୀ ଅଥବା ଅନ୍ୟ କାରଣହେତୁ ଅପବ୍ୟୟ ବୃଦ୍ଧି ହେବ।

କର୍କଟ:  ଏହିରାଶି ଜାତକଙ୍କ ଲାଗି ରାହୁଙ୍କ ଗୋଚର ବିଦେଶ ଭ୍ରମଣର ସୁଯୋଗ ସୃଷ୍ଟି କରିଛି। ତେବେ ଅଧିକ ଖର୍ଚ୍ଚାନ୍ତ ହେବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ହେଲେ ଅଟକି ରହିଥିବା ଅର୍ଥ ଫେରିପାଇବାର ଆଶା କରାଯାଉଛି। ସିଂହ: ରାହୁଙ୍କ ବୃଷ ରାଶିକୁ ଗମନ ସିଂହରାଶି ଜାତକଙ୍କ ଲାଗି ଗୋଚର ଶୁଭ। ରାହୁଙ୍କ ଆଶିର୍ବାଦରୁ ଆୟରେ ବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିବ। କନ୍ୟା: ରାହୁଙ୍କ ଏହି ଗୋଚର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟିକରିପାରେ। ଭଲରେ ଚାଲିଥିବା କାମ ଅଟକିଯିବାର ସମ୍ଭାବନା ରହିଛି। ତେବେ ଆଧ୍ୟାତ୍ମକ୍ଷେତ୍ର ପ୍ରତି ଋଚି ବଢିବ। ରୋଗ ଓ ଋଣ ପାଖେପାଖେ ରହିବେ।

ତୁଳା : ରାହୁଙ୍କ ଉପସ୍ଥିତି ଯୋଗୁ ଭାଗ୍ୟ ଉପରେ ଭରସା ନ କରି କର୍ମ ଉପରେ ଭରସା କରିବାକୁ ପଡିବ। ତେବେ ଚାକିରୀ ଅନୁସନ୍ଧାନରେ ଥିବା ଲୋକଙ୍କୁ ୨୦୨୦ରେ ଶୁଭ ଖବର ମିଳିବ। ବିଛା: ଯଦି କୌଣସି ଗବେଷଣା କାର୍ଯ୍ୟରେ ଥାନ୍ତି ତେବେ ରାହୁଙ୍କ ଗୋଚର ଏଥିରେ ଶୁଭ ଫଳ ପ୍ରଦାନ କରିବେ। ପରିବାରରେ ଶୁଖଶାନ୍ତି ବିରାଜମାନ କରିବ। ତେବେ ବାହନ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବାକୁ ହେବ। ଧନୁ: ଯଦି ବାଣିଜ୍ୟ ଅଥବା ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ତେବେ ସମୟ ଉଚିତ ନୁହେଁ। କୌଣସି ନିବେଶ ପୂର୍ବରୁ ପରାମର୍ଶ ନେବା ଉଚିତ ହେବ। ପାର୍ଟନରଙ୍କ ସହ ମତପାର୍ଥକ୍ୟର ଆଶଙ୍କା ରହିଛି।

ମକର: ରାହୁଙ୍କ ଏପରି ଗୋଚର ଆପଣଙ୍କୁ ଋଣି କରିବାର ସୂଚନା ଦେଉଛି।  ଶତ୍ରୁମାନେ ପ୍ରଭାବି ହୋଇପାରନ୍ତି। ଏଥିଯୋଗୁ ମାନସିକ ଅଶାନ୍ତି ରହିବ। ହେଲେ ସେପରି କୌଣସି ବଡ ରୋଗ ବେମେରୀର ଆଶଙ୍କା ନାହିଁ। କୁମ୍ଭ:  ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ କ୍ୟାରିୟର ଲାଗି ରାହୁଙ୍କ ଗୋଚର ଶୁଭ ହୋଇ ନପାରେ। ଛାତ୍ରଛାତ୍ରୀ ଓ ବୃତ୍ତିଜୀବୀଙ୍କ ଲାଗି ସମ୍ୟ ଆଦୌ ଅନୁକୂଳ ନୁହେଁ। ସ୍ୱାସ୍ଥ୍ୟ ଖରାପ ରହିବ ଓ ରୁଣରେ ବୁଡି ରହିବେ। ମୀନ :  ପରିବାରରେ ଲୋକେ ମାନସିକ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ରାହୁଙ୍କ ଏହି ଚଳନ ପାରିବାରିକ ସୁଖରେ ଭଟ୍ଟା ଆଣିପାରେ। ଋଣ କରିବାରୁ ଦୂରେଇ ରହନ୍ତୁ।

   Related Posts