Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୨୧|୮: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାହୁ ରେଖା ଲାଗି ନୀତି । ପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ଭୋଗ ମଣ୍ଡପ ନୀତି ଉଠିବା ପରେ ରାହୁ ରେଖା ଲାଗି ନୀତି ଅନୁଷ୍ଠିତ ହେବ । ଏନେଇ ଅପରାହ୍ନ ୨ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଧରି ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ସଂଧ୍ୟା ୭ଟାରେ ରାହୁରେଖା ଲାଗି ନୀତି ଶେଷହେବା ପରେ ଶ୍ରୀଜିଉଙ୍କ ମହାସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ ହେବ। ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ଓଲାଗି ହୋଇଥିବା ସ୍ୱର୍ଣ୍ଣ ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆଜି ମହାପ୍ରଭୁଙ୍କ  ଶ୍ରୀମୁଖରେ ଲାଗି ହେବ।

ସେହିଭଳି ଆସନ୍ତା ୨୩ ତାରିଖରେ ସଂଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ। ଏଥିପାଇଁ ସଂଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରାୟ ୫ଘଣ୍ଟା ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ।

72 Views

   ସମ୍ବନ୍ଧିତ ଖବର