ରାହୁ ଗ୍ରହ ଗ୍ରାସ କଲେ ମିଳିଥାଏ ଏହି ସଙ୍କେତ : ଜାଣନ୍ତୁ ଏହାକୁ ମଜବୁତ କରିବାର ଉପାୟ

Published By : Prameya-News7 Bureau | July 24, 2019 IST

ରାହୁ ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଜାତ ହୋଇଥାଏ। ଜାତକରେ ମୋଟ ୧୨ଟି ଭାବ ରହିଥାଏ ଯାହା ଉପରେ ରାହୁ ବିଭିନ୍ନ ପ୍ରକାର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଅନୁସାରେ ରାହୁକୁ ଏକ କ୍ରୃର ଗ୍ରହ କୁହାଯାଇଥାଏ,ଯାହା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅନେକ ପ୍ରକାରର କଠିନ ସମସ୍ୟା ଦେଖାଯାଇଥାଏ। କିନ୍ତୁ ଜାତକରେ ଯଦି ରାହୁ ବଳବାନ୍ ରହିଛି ତେବେ ଏହା ଭଲ ପରିଣାମ ଦେଇଥାଏ। ବୈଦିକ ଜ୍ୟୋତିଷରେ ରାହୁ ଗ୍ରହକୁ କଠୋର ବାଣୀ,ଜୁଆ,ଯାତ୍ରା,ଖରାପ କାମ,ତ୍ବଚା ସମ୍ବନ୍ଧୀୟ ରୋଗ,ଧାର୍ମିକ ଯାତ୍ରା ଆଦିର କାରକ କୁହାଯାଇଥାଏ। ଜ୍ୟୋତିଷରେ ରାହୁ ଗ୍ରହକୁ କୈାଣସି ରାଶିର ସ୍ବାମୀତ୍ବ ପ୍ରାପ୍ତ ହୋଇନଥାଏ। କିନ୍ତୁ ମିଥୁନ ରାଶିରେ ଏହା ଉଚ୍ଚ ଏବଂ ଧନୁ ରାଶିରେ ଏହା ନୀଚ ଭାବରେ ସ୍ଥିତ ହୋଇଥାଏ।

ଯଦି କୈାଣସି ବ୍ୟକ୍ତି ନିଜ ଗୁରୁ କିମ୍ବା ଧର୍ମର ଅପମାନ କରିଥାଏ ତେବେ ତାଙ୍କର ରାହୁ ଗ୍ରହ ଦୁର୍ବଳ ହୋଇଯାଇଥାଏ। ସେହିପରି କଡ଼ା କଥା କହିଲେ,ତାନ୍ତ୍ରିକ କାମ କଲେ,ମଦ ପିଇଲେ,ପର ସ୍ତ୍ରୀ ସହ ସମ୍ବନ୍ଧ ରଖିଲେ,ମିଛ କହିଲେ,ଧୋକା ଦେଲେ,ସୁଧର ଧନ୍ଦା କରିବା ଦ୍ବାରା ରାହୁ ଗ୍ରହ ଖରାପ ହୋଇଯାଇଥାଏ।

ଯେକୈାଣସି ଗ୍ରହର ଖରାପ ହେବାର ଅନୁମାନ ଏହାର ପ୍ରଭାବ ଦ୍ବାରା ଲଗାଯାଇପାରିବ। ରାହୁ ଗ୍ରହ ଖରାପ ହେଲେ ଶ୍ବଶୁର ଘରେ ସମ୍ପର୍କ ଦିନକୁ ଦିନ ଖରାପ ହେବାକୁ ଲାଗିବ,ସ୍ମରଣ ଶକ୍ତି କମିଯିବ,ଶତ୍ରୃ ବୃଦ୍ଧି ଘଟିବ,କ୍ରୋଧ ଉପରେ ନିୟନ୍ତ୍ରଣ ରହିବ ନାହିଁ,ମାନସିକ ଚିନ୍ତା ବଢ଼ିବ,ଭୟ ସ୍ଥିତି ଉତ୍ପନ୍ନ ହେବ,ଆର୍ଥିକ କ୍ଷତି ହେବ,ଠକିବାର ପ୍ରବୃତ୍ତି ଉତ୍ପନ୍ନ ହେବ,ବ୍ୟକ୍ତି ମଦ୍ୟପାନ ଏବଂ ସମ୍ଭୋଗରେ ଅଧିକ ସମୟ ବିତାଇବ,ଦାହିତ୍ବହୀନ ହେବେ,ଗାଡ଼ି ଦୁର୍ଘଟଣା ହେବ।

ରାହୁ ଖରାପ ହେଲେ ଗ୍ୟାସ୍ ସମସ୍ୟା,ଅର୍ଶ,ପାଗଳାମି,ପେଟ ରୋଗ,ଅତ୍ୟଧିକ କେଶ ଝଡ଼ିବା,ନଖ ଭାଙ୍ଗିବା,ମୁଣ୍ଡ ବ୍ୟଥା ଆଦି ରୋଗ ହୋଇଥାଏ। ଅତ୍ୟଧିକ ଦୁର୍ବଳ ହୋଇଯାଇଥିବା ରାହୁ ଗ୍ରସ୍ତ ବ୍ୟକ୍ତିକୁ ପାଗଳ ଖାନା,ଜେଲ ଖାନା ଏବଂ ଡାକ୍ତରଖାନାକୁ ମଧ୍ୟ ପଠାଯିବାର ପରିସ୍ଥିତି ସୃଷ୍ଟି ହୋଇଥାଏ।

ମଜବୁତ ରାହୁର ଶୁଭଫଳ : ଯଦି ଜାତକରେ ରାହୁ ଗ୍ରହ ମଜବୁତ ଥିବ ତେବେ ବ୍ୟକ୍ତି ଧନୀ ଥିବ। କଳ୍ପନା ଶକ୍ତି କ୍ଷିପ୍ର ଥିବ। ବ୍ୟକ୍ତି ପ୍ରଖର ବୁଦ୍ଧି ସମ୍ପନ୍ନ ଥିବ ଯିଏ ଭଲ ଭାବେ ଧର୍ମ ପାଳନ କରୁଥିବ। ସମାଜରେ ମାନ ସମ୍ମାନ ମିଳିବ। ବ୍ୟକ୍ତିଙ୍କ ମଧ୍ୟରେ ଶ୍ରେଷ୍ଠ ସାହିତ୍ୟକାର,ଦାର୍ଶନିକ,ବୈଜ୍ଞାନିକ ଏବଂ ରହସ୍ୟ ବିଦ୍ୟା ବିକଶିତ ହେବ।

ରାହୁ ଗ୍ରହକୁ ମଜବୁତ କରିବାର ଉପାୟ :

wp:list
  • ରାହୁ ବୀଜ ମନ୍ତ୍ର ଓଁ ଭ୍ରାଂ ଭ୍ରୀଂ ଭ୍ରୈାଂ ସଃ ରାହବେ ନମଃ ୧୦୮ଥର ପ୍ରତିଦିନ ଜପ କରନ୍ତୁ।
  • ହନୁମାନ କିମ୍ବା ସରସ୍ବତୀଙ୍କ ପୂଜା କରନ୍ତୁ।
  • ଶ୍ବଶୁର ଘରେ ଭଲ ସମ୍ପର୍କ ସ୍ଥାପନ କରନ୍ତୁ।
  • ବଜରଙ୍ଗ ବାଣ କିମ୍ବା ହନୁମାନ ଚାଳିଶା ପ୍ରତିଦିନ ପାଠ କରନ୍ତୁ।
  • ଗୋମେଦ ଧାରଣ କରନ୍ତୁ।
  • ତିଳ ଏବଂ ଯଅ ଯେକୈାଣସି ହନୁମାନ ମନ୍ଦିରରେ ଦାନ କରନ୍ତୁ।
  • ଦୁର୍ଗା ଚାଳିଶା ପାଠ କରନ୍ତୁ।
  • ପକ୍ଷୀଙ୍କୁ ପ୍ରତିଦିନ ବାଜରା ଖୁଆନ୍ତୁ।
  • ଶିବଲିଙ୍ଗ ଉପରେ ପାଣି ଚଢ଼ାନ୍ତୁ।
  • ମଦ୍ୟପାନ କରନ୍ତୁ ନାହିଁ।
  • ଧଳା ଚନ୍ଦନର ମାଳା ଧାରଣ କରନ୍ତୁ।
  • ପ୍ରତିଦିନ ସକାଳେ ଚନ୍ଦନ ଟୀକା ଲଗାନ୍ତୁ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.