ରାହୁ କେତୁଙ୍କ ଚଳନ: ଏହି ୩ଟି ରାଶିର ବ୍ୟକ୍ତି ହେବେ ଲାଭବାନ, କିଣିପାରନ୍ତି ନୂଆ ଘର ଓ ଗାଡ଼ି

Published By : Prameya-News7 Bureau | May 24, 2022 IST

ଯ୍ୟୋତିଷ ଶାସ୍ତ୍ରରେ ୧୨ଟି ଗ୍ରହର ବର୍ଣ୍ଣନା କରାଯାଇଛି। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରିଥାଏ ଏହାର ପ୍ରଭାବ ବ୍ୟକ୍ତି ଜୀବନରେ ପଡ଼ିଥାଏ। ରାହୁ କେତୁ ଗ୍ରହ ଏପ୍ରିଲ ୧୨ ତାରିଖରୁ ନିଜ ରାଶି ପରିବର୍ତ୍ତ କରିଛନ୍ତି। ଏହି ଦୁଇ ରାଶି ସାଧାରଣତଃ ଓଲଟା ଗତି କରୁଛନ୍ତି। ଏହି ଗତି ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ସହିତ ନକରାତ୍ମକ ପ୍ରଭାବ ମଧ୍ୟ ପକାଇବ। କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁ କେତୁଙ୍କର ଏହି ଚଳନ ଅନୁକୂଳ ପ୍ରଭାବ ପକାଇବ।   

ରାହୁ କେତୁଙ୍କର ଚଳନ ପ୍ରଭାବରେ ବ୍ୟକ୍ତିଙ୍କର ଧନ, ଯଶ, ଐଶ୍ୱର୍ଯ୍ୟ ବଢ଼ିବ। ବ୍ୟବସାୟ ଓ ଚାକିରିରେ ବହୁତ ଉନ୍ନତି କରିବେ। ସୂଚନାଥାଉକି, ରାହୁ କେତୁଙ୍କର ସୂର୍ଯ୍ୟଙ୍କ ସହିତ ସମ୍ପର୍କ ଥାଏ। ସେଥିପାଇଁ ସେମାନେ ବିଭିନ୍ନ ରାଶିରେ ଅଲଗା ଅହଗା ପ୍ରଭାବ ପକାଇଥାଆନ୍ତି। ଆସନ୍ତୁ ଜାଣିବା ରାହୁ କେତୁଙ୍କର ଚଳନରେ କେଉଁ ରାଶିରେ ସକରାତ୍ମକ ପ୍ରଭାବ ପଡ଼ିବ।

କର୍କଟ :~ ଏହି ରାଶିର ବ୍ୟକ୍ତିମାନେ ବ୍ୟବସାୟରେ ବହୁତ ସଫଳତା ପାଇବେ। ବ୍ୟବସାୟ ବଢ଼ିବାର ସମ୍ଭାବନା ରହିଛି। ଏହି ସମୟରେ ଆପଣ ନୂଆ ଘର କିମ୍ୱା ଗାଡ଼ି କିଣିପାରନ୍ତି। ଆପଣ ଏବେ ପ୍ରତ୍ୟକ କାମରେ ଧୈର୍ଯ୍ୟ ରଖନ୍ତୁ ଓ  ସଞ୍ଜମତା ଅବଲମ୍ବନ କରନ୍ତୁ। ଆପଣଙ୍କର ଅଟକି ଥିବା କାମ ହୋଇଯିବ। ଯଦି କୌଣସି ନୂଆ ବ୍ୟବସାୟ କରିବା ପାଇଁ ଚିନ୍ତା କରୁଛନ୍ତି ତାହେଲେ ନିର୍ଦ୍ୱନ୍ଦରେ ଆରମ୍ଭ କରନ୍ତୁ।   

ମିଥୁନ :~ ଅଚାନକ ଧନ ଲାଭ ହୋଇପାରେ। ମାନ ସମ୍ମାନ ବଢ଼ିବ। ଚାକିରିରେ ପଦୋନ୍ନତି ପାଇବାର ସମ୍ଭବନା ରହିଛି। ସମାଜରେ ଆପଣଙ୍କର କ୍ଷାତି ବଢ଼ିବ। ଯଦି ଆପଣ ରାଜନୀତିରେ ସକ୍ରିୟ ଅଛନ୍ତି ତାହେଲେ ସଫଳତା ମିଳିବ। କାହା ସହିତ ଏବେ ଅଯଥା ଝଗଡ଼ା କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ। ଏହି ସମୟରେ ଅନ୍ୟମାନଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତୁ।

ବୃଷ :~ ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରାହୁ କେତୁଙ୍କ ଚଳନର ଅନୁକୂଳ ପ୍ରଭାବ ପଡ଼ିବ। ଏହି ସମୟରେ ଆପଣ ବ୍ୟବସାୟରେ ସଫଳତା ହାସଲ କରିପାରନ୍ତି। ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିବ। ଏହା ସହିତ ଆପଣଙ୍କର ଧନ ପ୍ରାପ୍ତି ଯୋଗ ରହିଛି। ଆର୍ଥିକ ଲାଭ ହେବ କିନ୍ତୁ ଏହାପରେ ଆପଣଙ୍କୁ ଟିକେ କଷ୍ଟଦାୟକ ସମୟର ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କ କଥା ବାର୍ତ୍ତାରେ ସଞ୍ଜମତା ରଖନ୍ତୁ। ଭାବି ଚିନ୍ତି କୌଣସି କାର୍ଯ୍ୟର ନିଷ୍ପତି ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.