୧୦୧ ବର୍ଷ ପରେ ମହାଯୋଗ, ରାହୁ ଓ କେତୁଙ୍କ ଅଶୁଭତ୍ୱରୁ ମୁକ୍ତ ହେବେ ଏହି ୪ ରାଶି, ଏବେ ଖୁସିରେ କଟିବ ସମୟ

Published By : Prameya-News7 Bureau | July 13, 2019 IST

ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରୁଥିବା ଲୋକେ ଗ୍ରହମାନଙ୍କ ଚଳନ ଉପରେ ନଜର ରଖନ୍ତି। ଗ୍ରହଙ୍କ ଶୁଭତ୍ୱ ପ୍ରଭାବରେ ରାଶିମାନଙ୍କୁ ଶୁଭ ଫଳ ମିଳିବା ସହ ଲୋକଙ୍କ ଜୀବନରେ ଖୁସି ଲହଡି ଭାଙ୍ଗେ। ସେମାନଙ୍କ ଅଶୁଭତ୍ୱ ଯୋଗୁ ଲୋକେ ସବୁ ଥାଇ ବି ଅଶାନ୍ତିରେ ଦିନ କଟେଇବାକୁ ବାଧ୍ୟ ହୁଅନ୍ତି। ଏଥିପାଇଁ ପ୍ରାୟତଃ ଜ୍ୟୋତିଷ ଶନି ମହାଗ୍ରହଙ୍କ ସମେତ ଦୁଇ ଛାୟା ଗ୍ରହ ରାହୁ ଓ କେତୁଙ୍କ ଶୁଭ ଓ ଅଶୁଭତ୍ୱ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି। ଯଦିଓ ରାହୁ ଓ କେତୁଙ୍କୁ ଜ୍ୟୋତିଷୀରେ ଛାୟା ଗ୍ରହ କୁହାଯାଏ ସେମାନଙ୍କ ଶୁଭତ୍ୱ ଓ ଅଶୁଭତ୍ୱ ଜାତକଙ୍କୁ ଖୁସି ବା ଦୁଃଖି ରଖିଥାନ୍ତି। ହେଲେ ଦୀର୍ଘ ୧୦୧ ବର୍ଷ ପରେ ଏହି ଦୁଇ ଛାୟା ଗ୍ରହକଙ୍କ ଅଶୁଭତ୍ୱରୁ ୪ଟି ରାଶି ମୁକ୍ତ ହୋଇଛନ୍ତି। ଏଣୁ ଏହି ରାଶି ଜାତକଙ୍କ ଜୀବନରେ ଏବେ ବିଶାଳ ପରିବର୍ତ୍ତନ ଆସିବ ବୋଲି ଜ୍ୟୋତିଷୀରେ ଆକଳନ କରାଯାଉଛି।

{"id":133315,"width":580,"height":284}

ଏକ ଅପୂର୍ବ ସଂଯୋଗରେ ରାହୁ ଓ କେତୁଙ୍କ ଦୁଷ୍ପ୍ରଭାବରୁ ମୁକ୍ତ ହେବେ ଏହି ୪ ରାଶି। ଏଣୁ ଏହି ରାଶି ଓ ଲଗ୍ନରେ ଜନ୍ମିତ ଲୋକଙ୍କ ଜୀବନରେ ଅପାର ପରିବର୍ତ୍ତନ ଆସିବାକୁ ଯାଉଛି। ମାନ୍ୟତା ଅନୁସାରେ କୌଣସି ଜାତକଙ୍କ କୋଷ୍ଠାରେ ଯଦି ରାହୁ ନାରାଜ ଥାନ୍ତି ତେବେ ତାଙ୍କ ସହ ଆକଷ୍ମିକ ଘଟଣା ସବୁ ଘଟିବା ଆରମ୍ଭ ହୋଇ ଯାଏ। ଏଥିରେ ଦୁର୍ଘଟଣା ବି ସାମିଲ ହୋଇପାରେ। ସେହି ପରି କେତୁଙ୍କ ଅଶାନ୍ତୋଷ ଯୋଗୁ ବ୍ୟକ୍ତିଙ୍କୁ ଆୟ ଓ ରୋଜଗାର ସମ୍ପର୍କିତ ସମସ୍ୟାର ସମ୍ମୁଖୀନ ହେବାକୁ ହୁଏ। ନିୟମିତ ଚାକିରୀ ପରିବର୍ତ୍ତନ ସହ ବେତନ ସମ୍ବଦ୍ଧିତ ସମସ୍ୟାର ସମ୍ମୁଖୀନ ହୋଇ ଲୋକେ ଆର୍ଥିକ ଦୁର୍ଗତି ଭୋଗ କରିବାକୁ ବାଧ୍ୟ ହୁଅନ୍ତି।

{"id":133316,"align":"center"}

ତେବେ  ଏବେ ଉଭୟ ରାହୁ ଓ କେତୁଙ୍କ ଦୁଷ୍ପ୍ରଭାବରୁ ତୁଳାରାଶି ୧୦୧ ବର୍ଷ ପରେ ମୁକ୍ତ ହେବ। ଫଳରେ ଏହି ରାଶି ଓ ଲଗ୍ନର ଜାତକ ଜୀବନରେ ଯାହା ସବୁ ପାଇବା ଲାଗି ଆକାଙକ୍ଷିତ ଥିଲେ ସେ ସବୁ ତାଙ୍କୁ ଅନାୟସରେ ପ୍ରାପ୍ତି ହେବାରେ ଲାଗିବ। ରାହୁ ଓ କେତୁଙ୍କ ଅଶୁଭତ୍ୱ ସମାପ୍ତି ସହ ଏହି ରାଶିଙ୍କ ଉପରେ କୁବେର ମହାରାଜଙ୍କ ଶୁଭ ଦ୍ରୁଷ୍ଟି ମଧ୍ୟ ପଡିଛି। ଫଳରେ ଏହି ରାଶି ଓ ଲଗ୍ନ ଜାତକଙ୍କ ସମସ୍ତ ମନବାଞ୍ଛା ପୁରଣ ହେବ ବୋଲି ଆଶା କରାଯାଉଛି।

{"id":133317,"align":"center"}

ସେହିପରି ରାହୁ ଓ କେତୁଙ୍କ କୃପାରୁ ସିଂହରାଶି ଜାତକ ଓ ଲଗ୍ନଥିବା ଲୋକଙ୍କ ପରିବାରରେ ଏବେ ଶୁଖ ଶାନ୍ତି ବିରାଜମାନ କରିବ। ଯଦି କୌଣସି ଠାରେ ଧନ ଅଟକି ଯାଇଛି ତେବେ ସାମାନ୍ୟ ଚେଷ୍ଟାରେ ସେ ସବୁ ମିଳିଯିବ। ରାହୁ ଓ କେତୁଙ୍କ ଅଶୁଭତ୍ୱ ଯୋଗୁ ହରାଇଥିବା ସମସ୍ତ ସମ୍ପତ୍ତି, ମାନସମ୍ମାନ, ପଦପଦବୀ ବି ଫେରିଆସିବ। ଜୀବନରେ ଅପାର ଖୁସି ଭରିଯିବ। ତୁଳା ଓ ସିଂହ ରାଶି ଭଳି କନ୍ୟା ରାଶି ମଧ୍ୟ ଉଭୟ ଗ୍ରହଙ୍କ ଅଶୁଭତ୍ୱରୁ ମୁକ୍ତ ହୋଇଯାଇଛନ୍ତି।

{"id":133318,"width":580,"height":296}

ଏବେ କନ୍ୟାରାଶିର ଲୋକଙ୍କ ଜୀବନରେ ବଡ ସଫଳତା ପ୍ରାପ୍ତିର ଆଶା କରାଯାଉଛି। ପରିବାର ଲୋକଙ୍କ ସହଯୋଗ ଯୋଗୁ ଜୀବନରେ ସୃଷ୍ଟି ହୋଇଥିବା ସମସ୍ୟା ବି ଦୂର ହୋଇଯିବ। ନୂଆ ଚାକିରୀ ମିଳିବାର ପ୍ରବଳ ଯୋଗ ସୃଷ୍ଟି ହୋଇଛି। ତେବେ କୌଣସି ନୂଆ କାମ ଆରମ୍ଭ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶିର୍ବାଦ ନିଶ୍ଚିତ ନିଅନ୍ତୁ। ଧନୁ ରାଶି ମଧ୍ୟ କେତୁ ଓ ରାହୁଙ୍କ ଅଶୁଭତ୍ୱରୁ ମୁକ୍ତ ହୋଇଯାଇଛି। ଏଦି ଜାତକ ଓ ଲଗ୍ନର ଲୋକଙ୍କ ଜୀବନରେ ଖୁସି ହିଁ ଖୁସି ଆସିବ। ପରିବାରରେ ସୁଖ ଶାନ୍ତି ବିରାଜମାନ କରିବେ। ଗ୍ରହଙ୍କ ପରିବର୍ତ୍ତନ ଯୋଗୁ ଆୟ ବୃଦ୍ଧି ସହ ପରିବାରର ଉନ୍ନତି ମଧ୍ୟ ହେବ। ତେବେ ଘରେ ଧନ ରଖୁଥିବା ସ୍ଥାନରେ ଘିଅ ଦୀପଟିଏ ପ୍ରଜ୍ୱଳିତ କରନ୍ତୁ ସ୍ଥାୟୀ ସମୃଦ୍ଧି ମିଳିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.